ବଜ୍ରକାପ୍ତା ର଼୍ୟାକେଟ ଧରାପଡ଼ିଲା

ଭୁବନେଶ୍ୱର,୧୯।୧୦(ବ୍ୟୁରୋ)/: ସୋନପୁର (ନି.ପ୍ର)ରାଜ୍ୟରେ ଏବେ ବନ୍ୟଜନ୍ତୁ ଶିକାର ଅବାଧରେ ଚାଲିଛି। କରୋନା ମହାମାରୀଠାରୁ ଶିକାରି ଓ ଚାଲାଣକାରୀ ବେଶ୍‌ ସକ୍ରିୟ ହୋଇପଡିଛନ୍ତି। ବନ ବିଭାଗ ଓ ପୋଲିସର ଅପାରଗତା ପାଇଁ ମାଫିଆମାନେ ସେମାନଙ୍କ ର଼୍ୟାକେଟକୁ ଆହୁରି ବ୍ୟାପକ କରିଛନ୍ତି। ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣକୁ ରୋକିବାକୁ ଏବେ ଏସ୍‌ଟିଏଫ୍‌ ଅଣ୍ଟାଭିଡ଼ିଛି। ସୁବର୍ଣ୍ଣପୁରରେ ଏକ ବଡ଼ ବନ୍ୟଜନ୍ତୁ ର଼୍ୟାକେଟକୁ ଧରିଛି। ଗତ ୧୨ ତାରିଖରେ ସୁବର୍ଣ୍ଣପୁରସ୍ଥିତ ସରକାରୀ ଆଇଟିଆଇ କଲେଜ ଅଞ୍ଚଳରେ ଚଢାଉ କରି ଜଣେ ବାଘ ଛାଲ ବେପାରୀଙ୍କୁ ଧରିଥିବାବେଳେ ଶନିବାର ରାତିରେ ରାଜକୋଠି ମହାନଦୀ ବ୍ରିଜ ନିକଟରୁ ଆଉ ଦୁଇଜଣ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଓ ୫ କେଜି ୬୫ ଗ୍ରାମ୍‌ କାତି ଜବତ କରାଯାଇଛି। ଗିରଫ ଦୁଇ ବେପାରୀ ହେଲେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା କପାସିରା ଅଞ୍ଚଳର ସୋମନାଥ ବାଗ ଓ ଗିନ୍ଧିଲମାଲ ଅଞ୍ଚଳର ମାର୍ଶାଲନ ଭେଙ୍ଗ୍ରା। ଏନେଇ ଏସ୍‌ଟିଏଫ କେସ୍‌ ନଂ.୨୬/୨୦ ଦଫା ୩୭୯, ୪୧୧ ଏବଂ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ ଅନୁସାରେ ୫୧ ଦଫା ଲଗାଇ ସୋନପୁର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଛି। ଏଥିସହ ଜବତ ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରାଯିବା ପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଉଲୁଣ୍ଡା ଜଙ୍ଗଲରେ ଛାଡି ଦିଆଯାଇଛି। ଅନ୍ୟପକ୍ଷରେ ଜବତ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାତିକୁ ପରୀକ୍ଷଣ ପାଇଁ ଡେରାଡୁନ୍‌ସ୍ଥିତ ଓ୍ବାଇଲ୍ଡଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବ ବୋଲି ଏସ୍‌ଟିଏଫ୍‌ ଡିଏସ୍‌ପି ବିଳାସିନୀ ନାୟକ କହିଛନ୍ତି।
ସୂଚନା ଅନୁଯାୟୀ, ବାଘ ଛାଲ ବେପାରୀଙ୍କୁ ପଚରାଉଚରାବେଳେ ସୁବର୍ଣ୍ଣପୁରରେ ବନ୍ୟଜନ୍ତୁ ଚୋରା ଚାଲାଣ ର଼୍ୟାକେଟ ସମ୍ପର୍କରେ ସୁଚନା ପାଇଥିଲା। ଏହାପରେ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ଏସ୍‌ଟିଏଫ୍‌ର ୩ଜଣିଆ ଟିମ୍‌ ଦୁଇଦିନ ହେବ ସୁବର୍ଣ୍ଣପୁରରେ ଡେରା ପକାଇଥିଲା। ଅଧିକାରୀମାନେ ନିଜେ ଗ୍ରାହକ ସାଜି ସୋମନାଥ ଓ ଗିନ୍‌ଧିଲାମାଳଙ୍କ ସହ ଯୋଗାଯୋଗ କରି ବଜ୍ରକାପ୍ତା କିଣିବାକୁ ଚାହିଁଥିଲେ। କଥା ଅନୁସାରେ, ଶନିବାର ଅପରାହ୍ନ ୩ରୁ ୪ଟା ମଧ୍ୟରେ ସେମାନେ ବଜ୍ରକାପ୍ତା ଓ କାତି ବିକ୍ରି ପାଇଁ ରାଜକୋଠି ମହାନଦୀ ବ୍ରିଜ ନିକଟରେ ଅପେକ୍ଷା କରିଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଗ୍ରାହକ ବେଶରେ ଛକି ରହିଥିବା ଏସ୍‌ଟିଏଫ୍‌ ଅଧିକାରୀମାନେ ଚାରିଆଡୁ ଘେରିଯାଇଥିଲେ। ସେମାନେ ଖସି ଯିବାକୁ ଉଦ୍ୟମ କରିବାବେଳେ ସବ୍‌ଇନ୍ସପେକ୍ଟର ନଳିନୀ କାନ୍ତ ଦାସ ଓ କନଷ୍ଟେବଲ ଆଲୋକ ବାରିକଙ୍କ ସହ ୧୦ ମିନିଟ୍‌ ଧରି ଧସ୍ତାଧସ୍ତି ହୋଇଥିଲା। ଶେଷରେ ସେମାନଙ୍କୁ କାବୁ କରାଯାଇ ଧରିଥିବା ୨ଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଯାଞ୍ଚ କରାଯିବାରୁ ଗୋଟିଏରେ ଜୀବନ୍ତ ବଜ୍ରକାପ୍ତା ଓ ଅନ୍ୟଟିରେ କାତି ଥିବା ଜଣାପଡିଥିଲା। ତେବେ ସେମାନେ ସେମାନେ କେଉଁ ଜଙ୍ଗଲରୁ ବଜ୍ରକାପ୍ତାକୁ ଧରିଲେ ଓ ଜବତ ବଜ୍ରକାପ୍ତାର କାତିକୁ କେଉଁଠୁ ଆଣିଲେ? ସୂବର୍ଣ୍ଣପୁର ଜଙ୍ଗଲରୁ ଏସବୁ ବଜ୍ରକାପ୍ତା ଧରାଯାଇଥିବା ବା ଶିକାର କରାଯାଇଥିବା ଅନୁମାନ କରୁଛି ଏସ୍‌ଟିଏଫ୍‌। ଏହା ପଛରେ ଆଉ କେଉଁମାନଙ୍କର ହାତ ରହିଛି ତାହା ଜାଣିବା ପାଇଁ ଏସ୍‌ଟିଏଫ୍‌ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି। ଓଡ଼ିଶା ବଜ୍ରକାପ୍ତାର ଚାହିଦା ବିଦେଶରେ ଅଧିକ ରହୁଥିବାରୁ ଏଥିରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରା ଚାଲାଣ ର଼୍ୟାକେଟ ସମ୍ପୃକ୍ତ ଥିବା ସନ୍ଦେହ କରି ଏସ୍‌ଟିଏଫ୍‌ ଅଧିକ ଖୋଳତାଡ଼ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri