୩ ମାସରେ ସରିବ ଜମି ଅଧିଗ୍ରହଣ

ପୁରୀ ଅଫିସ,୧୮ା୧୦: ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚୟ ପାଇବ ଶ୍ରୀକ୍ଷେତ୍ର। ଏଠାରେ ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ଓ ସୁବିଧା। ରାଜ୍ୟ ସରକାରଙ୍କ ସ୍ବପ୍ନର ପୁରୀକୁ ବାସ୍ତବ ରୂପ ଦେବା ଲାଗି ପ୍ରସ୍ତୁତ କରାଯାଇଛି ଦୀର୍ଘମିଆଦୀ ରୋଡ୍‌ ମ୍ୟାପ। ଏତଦ୍‌ବ୍ୟତୀତ ଶ୍ରୀସେତୁ ଓ ଶ୍ରୀମନ୍ଦିର ଐତିହ୍ୟ କରିଡର ଭଳି ମେଗା ପ୍ରକଳ୍ପ ବି ଏଥିରେ ସାମିଲ ଅଛି। ପୁରୀର ଏହିସବୁ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଐତିହ୍ୟ କରିଡରର ଅନୁଧ୍ୟାନ କରିବା ସହ ଚତୁଃପାର୍ଶ୍ୱରେ ହୋଇଥିବା ଉଚ୍ଛେଦକୁ ବୁଲି ଦେଖିଛନ୍ତି।
ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାର ସମ୍ମୁଖରେ ପହଞ୍ଚତ୍ଥିଲେ। ଦୂରରୁ ପତିତପାବନଙ୍କୁ ଦର୍ଶନ କରିବାପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାମ ଚାଲି ଚାଲି ବୁଲି ଦେଖିଥିଲେ। ମଙ୍ଗୁ ମଠ ସମ୍ମୁଖ ଏବଂ ଏମାର ମଠ ପାର୍ଶ୍ୱଦେଇ କାକୁଡ଼ିଖାଇ ମନ୍ଦିର ଛକକୁ ଯାଇଥିଲେ। ସେଠାରୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର, ଗାଣ୍ଡୁଆ ଚଉରା ଛକ, ପଶ୍ଚିମ ଦ୍ୱାର, ଗଡ଼ନ୍ତି ଛକ, ଉତ୍ତର ଦ୍ୱାର ଓ ଦୋଳବେଦି କୋଣ ଦେଇ ଲଙ୍ଗୁଳି ମଠ ନିକଟକୁ ବାହାରିଥିଲେ। ଦକ୍ଷିଣ ଦ୍ୱାର ନିକଟ ପଞ୍ଜାବୀ ମଠ, ଗାଣ୍ଡୁଆ ଚଉରା ନିକଟ ନେପାଳ ଭବନ ଓ ମେଘନାଦ ପାଚେରିକୁ ଲାଗି ରହିଥିବା ବିଦ୍ୟୁତ୍‌ ଅଫିସକୁ ଯାଇଥିଲେ। ଶ୍ରୀମନ୍ଦିର ଚୌହାଦିର ୭୫ମିଟର ପରିଧି ମଧ୍ୟରେ ଏସବୁ ପ୍ରତିଷ୍ଠାନ କାହିଁକି ରହିଛି ବୋଲି ନିକଟରେ ଉପସ୍ଥିତ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ପରେ ଅବଢ଼ା ଯୋଜନାର କାର୍ଯ୍ୟକାରିତା ନେଇ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ। ଆସନ୍ତା ଜାନୁୟାରୀ ୧ତାରିଖ ସୁଦ୍ଧା ଜମି ଅଧିଗ୍ରହଣ ଶେଷ କରିବା ସହ ଜଗନ୍ନାଥ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ। ଏଥିସହ ବୃଦ୍ଧାବୃଦ୍ଧ ଏବଂ ଭିନ୍ନକ୍ଷମଙ୍କ ସୁରକ୍ଷିତ ଶ୍ରୀମନ୍ଦିର ପରିକ୍ରମା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ଭକ୍ତମାନେ ବିନା ବାଧାରେ ଯେପରି ସିଂହଦ୍ୱାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ସେନେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ସହ ବହୁ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ସହ ସେମାନଙ୍କ ଜିନିଷପତ୍ର ଯେପରି ସୁରକ୍ଷିତ ରହିପାରିବ ସେନେଇ ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ଉନ୍ନୟନ କାର୍ଯ୍ୟର କାମ କେମିତି ଚାଲିଛି ତାହା ଅନୁଧ୍ୟାନ କରିବା ଲାଗି ପୁରୀ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଅପରାହ୍ନ ସାଢେ ୫ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଯାଇଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲିବା ସମୟରେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲଓ୍ବନ୍ତ ସିଂ, ଡିଆଇଜି ଆଶିଷ ସିଂ, ଏସ୍‌ପି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନିରାପତ୍ତା ବଳୟର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ଲାଗି ୩ ମାସ ମଧ୍ୟରେ ବାକି ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହେବ। ଏହାପରେ ତୁରନ୍ତ ଉନ୍ନତୀକରଣ କାମ ଆରମ୍ଭ କରାଯିବ। ଏତଦ୍‌ବ୍ୟତୀତ ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଯାହା ଲକ୍ଷ୍ୟ ରହିଛି ସେହି ଅନୁଯାୟୀ ଖୁବ୍‌ଶୀଘ୍ର କାମ ଆରମ୍ଭ ହୋଇଯିବ। ପୁରୀର ୭ଟି ବଡ଼ ପ୍ରକଳ୍ପ ମଧ୍ୟରୁ ୨ଟିର କାମ ଆରମ୍ଭ ହୋଇଥିବାବେଳେ ଆଉ ୫ଟିର କାମ ୩ମାସ ମଧ୍ୟରେ ଆରମ୍ଭ କରାଯିବ ବୋଲି କ୍ରିଷନ କୁମାର କହିଛନ୍ତି ।
ସୂଚନାଥାଉ କି, ଗତ ଜାନୁୟାରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ବିକାଶ ପାଇଁ ୭ଟି ମେଗା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ମହାମାରୀ କରୋନା ଯୋଗୁ ଏହି ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିଥିଲା। ଇତିମଧ୍ୟରେ କିଛି ପ୍ରକଳ୍ପ କାମ ଆରମ୍ଭ ହୋଇଯାଇଛି। ନିକଟରେ ଶ୍ରୀମନ୍ଦିର ଐତିହ୍ୟ କରିଡର ଏବଂ ଶ୍ରୀସେତୁ (ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍‌) ପାଇଁ ଜମି ଅଧିଗ୍ରହଣ ଜନଶୁଣାଣି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri