ସୁଲୁମାହା ଘାଟିରେ ଟ୍ରାକ୍ଟର ଧକ୍କାରେ ଦାଦା, ପୁତୁରାଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ରାଜପଥ ଅବରୋଧ, ୧୦ ଲକ୍ଷ କ୍ଷତିପୂରଣ ଦାବି

ଦାରିଙ୍ଗବାଡ଼ି,୨୨।୬(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସୁଲୁମାହା ଘାଟିରେ ଶୁକ୍ରବାର ସଂନ୍ଧ୍ୟା ୭ଟାରେ ଟ୍ରାକ୍ଟର ଧକ୍କାରେ ବାଇକରେ ଯାଉଥିବା ଦାଦା, ପୁତୁରାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଉକ୍ତ ଥାନା ଶ୍ରାନିକେତା ପଞ୍ଚାୟତ ଡବୁଲୁମାହା ଗ୍ରାମର ୫୯ନଂ ଜାତୀୟ ରାଜପଥକୁ ପୂର୍ବାହ୍ନ ୧୦ଟାଠାରୁ ଉତ୍ତ୍ୟକ୍ତ ଲୋକ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାରଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିିଛନ୍ତିି। ଆନ୍ଦୋଳନକାରୀମାନେ ରାସ୍ତା ଉପରେ ବଡ଼ ବଡ଼ କାଠଗଣ୍ଡି ପକାଇ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବ୍ରହ୍ମପୁର ଠାରୁ ଦାରିଙ୍ଗବାଡ଼ି, ସିମନବାଡ଼ି ଦେଇ ବାଲିଗୁଡ଼ା, ଫୁଲବାଣୀ, ରାଇକିଆକୁ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାଜପଥ ଉପରେ ଶହ ଶହ ଗାଡ଼ି ମୋଟର ଠିଆ ହୋଇ ରହିବା ସହ ଯାତାୟାତ ଠପ୍‌ ହୋଇଯାଇଛି। ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ଭାରପ୍ରାପ୍ତ ଥାନା ଅଧିକାରୀ ଗୋପାଳକୃଷ୍ଣ ଆଗୁପାତ୍ର, ସବଇନ୍ସପେକ୍ଟର ସୌମ୍ୟ ରଞ୍ଜନ ଜେନା, ଆର୍‌.ଭିମୋରାଓ ରେଡ୍ଡି ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରିଛନ୍ତି। ସେହିପରି କନ୍ଧମାଳ ଏମ୍‌ପିଙ୍କ ପ୍ରତିନିଧି ସୁରଜ ରାୟ ଏବଂ ସାମାଜିକ କର୍ମୀ ତଥା ସଂଖ୍ୟାଲଘୁ ସଂଘର ସମ୍ପାଦକ ତିଆଡ଼ି ନାୟକ ପ୍ରମୁଖ ପ୍ରଶାସନକୁ ଫୋନ କରି ଏହାର ସମାଧାନ କରିବାକୁ ନିବେଦନ କରିଛନ୍ତି । ଖବର ଲେଖିବା ସୁଦ୍ଧା ରାସ୍ତା ଅବରୋଧ ଜାରି ରହିଛି ।

ସୁଚନାଯୋଗ୍ୟ, ଡବୁଲମାହା ଗ୍ରାମର କିଲିୟାନ ପ୍ରଧାନ ଏବଂ ତାଙ୍କ ପୁତୁରା ଶୁଭମ ଏକ ବାଇକରେ ବାଡାବାଙ୍ଗା ଅଞ୍ଚଳରୁ ଶ୍ରାନିକେତା ଦେଇ ନିଜ ଗ୍ରାମ ଡବୁଲମାହାକୁ ଆସୁଥିଲେ। ଏହି ସମୟରେ ନିଜ ଗ୍ରାମ ଠାରୁ ମାତ୍ର ୧ କି.ମି ଦୂର ୫୯ ନଂ ଜାତୀୟ ରାଜପଥର ସୁଲୁମାହା ଘାଟିରେ ଏକ ନମ୍ବର ବିହିନ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ପୁତୁରା ଶୁଭମ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଦାଦା କିଲିୟାନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଚିକିସ୍ବା ପାଇଁ ନିଆଯାଉଥିବା ବେଳେ ମେଡିକାଲ ପହଞ୍ଚିବା ପୁର୍ବରୁ କିଲିୟାନଙ୍କ ମୃତ୍ୟୁ ହୋଇଥିଲା । କିଲିୟାନଙ୍କ ମୃତଦେହ ବ୍ରହ୍ମପୁରରେ ବ୍ୟବଚ୍ଛେଦ ହୋଇ ଆସିବାକୁ ରହିଥିବା ବେଳେ ଶୁଭମ୍‌ଙ୍କ ଶନିବାର ସକାଳୁ ଦାରିଙ୍ଗବାଡ଼ି ଠାରେ ବ୍ୟବଚ୍ଛେଦ କରାଯାଇ ଗ୍ରାମରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଯାଇ ଏହି ଅବରୋଧ ଓ ଆନ୍ଦୋଳନ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri