ରାଜକୋଷକୁ ଆଉ ୪୦ ହଜାର କୋଟିର ବୋଝ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାକୁ ସାଂଘାତିକ କ୍ଷତି ପହଞ୍ଚିଛି। ଖାଉଟିଙ୍କ ଖର୍ଚ୍ଚ ବଢ଼ାଇ ଅର୍ଥ ବ୍ୟବସ୍ଥାରେ ଚାହିଦାକୁ ବଢ଼ାଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ୭୩ ହଜାର କୋଟି ଟଙ୍କାର ନୂଆ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ରାଜକୋଷ ଉପରେ ଆଉ ୪୦ ହଜାର କୋଟି ଟଙ୍କାର ବୋଝ ପଡିବ। ସେହିଭଳି ନୂଆ ପ୍ୟାକେଜ ଦ୍ୱାରା ବିତ୍ତୀୟ ନିଅଣ୍ଟ(ସରକାର ଆୟ ଏବଂ ବ୍ୟୟ ମଧ୍ୟରେ ପାର୍ଥକ୍ୟ) ପ୍ରାୟ ୯.୫% ଛୁଇଁବ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଇକୋରାପ ରିପୋର୍ଟରେ ମଙ୍ଗଳବାର ପ୍ରକାଶ କରିଛି।
ସୀତାରାମନ ଏଲ୍‌ଟିସି ଭାଉଚର ସ୍କିମ୍‌ ଏବଂ ଫେଷ୍ଟିଭ ଆଡଭାନ୍ସ ସ୍କିମ୍‌ ଘୋଷଣା ଦ୍ୱାରା ସରକାରୀ କର୍ମଚାରୀଙ୍କୁ ଖର୍ଚ୍ଚ କରିବା ଲାଗି ଉତ୍ସାହିତ କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଚାହିଦା ବଢ଼ାଇବା ସହ ଜିଡିପି ଅଭିବୃଦ୍ଧି ଉପରେ ବର୍ତ୍ତମାନ ଫୋକସ କରାଯାଉଥିବା ସରକାର କହିଛନ୍ତି। ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟକାନ୍ତି ଘୋଷ କହିଛନ୍ତି ଯେ, ଏଲ୍‌ଟିସି ସ୍କିମ୍‌ରେ କେନ୍ଦ୍ର ସରକାର ଯଦି ଧାର୍ଯ୍ୟ ଭଡ଼ା ଉପରେ ଜିଏସ୍‌ଟି ଦେବେ ନାହିଁ ତେବେ ଏହା ଠିକ୍‌ ଭାବେ କାର୍ଯ୍ୟ କରିବାରେ ବାଧା ଉପୁଜିବ। ସରକାରଙ୍କ ଘୋଷଣା ମୁତାବକ, କେନ୍ଦ୍ର କର୍ମଚାରୀ ଯାତ୍ରା ନ କଲେ ମଧ୍ୟ ଲିଭ୍‌ ଟ୍ରାଭେଲ କନ୍‌ସେସନ (ଏଲ୍‌ଟିସି) ପାଇବେ। କର୍ମଚାରୀ ଲାଭ କରିଥିବା ଭତ୍ତା ଅର୍ଥ ନିଜ ମନ ପସନ୍ଦ ଅନୁସାରେ ଖର୍ଚ୍ଚ କରିପାରିବେ। ୧୨% କିମ୍ବା ଊର୍ଦ୍ଧ୍ୱ ଜିଏସ୍‌ଟି ଲାଗୁଥିବା ପ୍ରଡକ୍ଟ ଡିଜିଟାଲ ଉପାୟରେ କ୍ରୟ କରିବା ନିୟମ ରହିଛି। ପ୍ରାୟ ୩୫ ଲକ୍ଷ କେନ୍ଦ୍ର କର୍ମଚାରୀ ଏହି ସୁବିଧାର ଲାଭ ଉଠାଇପାରିବେ।
ଏସ୍‌ବିଆଇ ଇକୋରାପ ରିପୋର୍ଟରେ କୁହାଯାଇଛି ଯେ, ଏଲ୍‌ଟିସି କେବଳ କର୍ମଚାରୀଙ୍କୁ କଭର କରି ନ ଥାଏ ବରଂ ସ୍ବାଧୀନ ପରିବାର ସଦସ୍ୟଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇପାରିବ। ବର୍ତ୍ତମାନର ଆୟ ବାଦ୍‌ ଯଦି ଏହି ବ୍ୟକ୍ତିବିଶେଷଙ୍କର ଅତିରିକ୍ତ ଆୟ ରହିଛି ତେବେ ଖର୍ଚ୍ଚ ଦ୍ୱାରା ଚାହିଦାକୁ ବଢାଯାଇ ପାରିବ ବୋଲି ଆଶା କରାଯାଇପାରେ। ସେହିଭଳି ନୂଆ ଯୋଜନାରେ ରାଜ୍ୟଗୁଡିକୁ ଆର୍ଥତ୍କ ସହାୟତା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏସବୁ ଯୋଜନା କାର୍ଯ୍ୟକାରୀ କରାଇବା ଲାଗି ସରକାରଙ୍କୁ ୪୦ ହଜାର କୋଟି ଟଙ୍କାର ବୋଝ ପଡ଼ିବ। ଏହା ମୋଟ ଜିଡିପିର ୦.୨୧%। ପୂର୍ବରୁ ଯେଉଁ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରାଯାଇଥିଲା ସେଥିରେ ରାଜକୋଷକୁ ୨ ଲକ୍ଷ କୋଟି ବା ଜିଡିପିର ୧ % ସରକାର ଖର୍ଚ୍ଚ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri