ଜୟପୁର,୯ା୧୦: ରାଜସ୍ଥାନର ସିକରରେ ଥିବା ବ୍ୟାଙ୍କ ଲୁଟିବା ପାଇଁ ଜଣେ ଦୁର୍ବୃତ୍ତ ଆସିଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି। ଫଳରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ସିକର ଉଦ୍ୟୋଗ ନଗର ଥାନା ଅନ୍ତର୍ଗତ କାନାଡା ବ୍ୟାଙ୍କକୁ ଜଣେ ଅପରାଧୀ ଲୁଟିବା ପାଇଁ ଆସିଥିଲେ। ଶୁକ୍ରବାର ସକାଳେ ବ୍ୟାଙ୍କ ଖୋଲିବା ପରେ ଲୁଟେରା ଜଣଙ୍କ ହାତ ହତିଆର ଧରି ବ୍ୟାଙ୍କରେ ପଶି କର୍ମଚାରୀମାନଙ୍କୁ ଭୟଭୀତ କରାଇଥିଲେ। ଏଥିସହିତ ୧ କୋଟିରୁ ଅଧିକ ଟଙ୍କା ଏବଂ ୧୫ରୁ ୨୦ କିଲୋଗ୍ରାମ ସୁନା ଗହଣା ନେଇଯାଇଥିଲେ। ଯେତେବେଳେ ଏହି ଦୁର୍ବୃତ୍ତଜଣକ ବ୍ୟାଙ୍କରେ ଲୁଟିବା ପାଇଁ ପଶିଥିଲେ ଠିକ୍ ଏହାର ଗୋଟିଏ ମିନିଟ୍ ପୂର୍ବରୁ ବ୍ୟାଙ୍କ ମ୍ୟାନେଜର ତାଙ୍କ ଭିଣୋଇ ଡ. ମହେଶ ଶରଣଙ୍କ ସହ ଫୋନ୍ରେ କଥା ହେଉଥିଲେ। ଦୁର୍ବୃତ୍ତଜଣକ ବ୍ୟାଙ୍କରେ ପଶି ଲୁଟ୍ ଆରମ୍ଭ କରିବା ସମୟରେ ବ୍ୟାଙ୍କ ମ୍ୟାନେଜର ଫୋନ୍ କାଟି ନ ଥିଲେ। ଯାହାକି ତାଙ୍କର ଭିଣୋଇ ବ୍ୟାଙ୍କ ଭିତରେ ଯାହା ସବୁ ହେଉଛି ଶୁଣିପାରୁଥିଲେ। ସେ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇଥିଲେ। ପରେ ଏସ୍ଆଇ କଞ୍ଚନ, କନଷ୍ଟେବଳ ଦୁର୍ଗା ରାମ, ଦେବୀଲାଲ ଏବଂ ଡ୍ରାଇଭର ରାୟ ବାହାଦୂର ବ୍ୟାଙ୍କରେ ପହଞ୍ଚିଥିଲେ। ପୋଲିସକୁ ଦେଖି ଖାଲି ବନ୍ଧୁକ ଚାଳନା କରି ଖସି ପଳାଇଯିବାକୁ ଚେଷ୍ଟା କରୁଥିବା ଲୁଟେରା ଜଣକ ପୋଲିସ ହାତରେ ସହଜରେ ଧରା ପଡ଼ିଯାଇଥିଲେ।
ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ
ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...
‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…
ନୂଆଦିଲ୍ଲୀ, ୨୭।୧୨: ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...
ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍
ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍ ଟ୍ରେନ୍ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....
ଯୁବକଙ୍କୁ ଚାପିଦେଲା ଟ୍ରକ୍: ଆଉ ତା’ପରେ…
କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍ ଧକ୍କାରେ ଜଣେ...
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ
ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...
ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ
ବ୍ୟାଙ୍କକ୍,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...
ଟି୨୦ରେ ହରମନପ୍ରୀତ୍ଙ୍କ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...
ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ
ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...
Archives


