Odisha Elections 2024

ଭୂତକୋଠି ପାଲଟିଛି ବଡ଼ଖଣ୍ଡାଏତା ରେଳଷ୍ଟେଶନ

ବାଲିଆ,୫।୧୦: ୧୯୭୪ରେ ଜଗତ୍‌ସିଂହୁର ଜିଲାର ବରିଡ଼ି ତହସିଲ ଅଧୀନ ବଡ଼ଖଣ୍ଡାଏତା ରେଳଷ୍ଟେଶନ ନିର୍ମାଣ ହୋଇଥିଲା। ଏହା କଟକ-ପାରାଦୀପ ରେଳପଥର ସର୍ବପୁରାତନ ଷ୍ଟେଶନ ଥିଲା। ଏହି ଷ୍ଟେସନ ଦେଇ ଜଗତ୍‌ସିଂହପୁର ଏବଂ କଟକ ଜିଲା ଅଧୀନ ୩ଟି ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ଜନସାଧାରଣ ଯାତାୟାତ କରିଥାନ୍ତି। ମାତ୍ର ଫେବୃୟାରୀ ୨୦୦୬ରେ ହଠାତ ଷ୍ଟେଶନକୁ ଉଠାଇ ଦିଆଯାଇ ପବ୍ଲିକ ହଲଟ୍‌ କରିଦିଆଗଲା। ସେଠାରୁ ବୈଷୟିକ ଯନ୍ତ୍ରପାତି ଓ କର୍ମଚାରୀଙ୍କୁ ଅପସାରଣ କରିନିଆଗଲା। ବର୍ତ୍ତମାନ ଏହି ପବ୍ଲିକ ହଲଟ ଭୂତକୋଠିରେ ପରିଣତ ହୋଇଛି। ବିଭାଗୀୟ କର୍ମଚାରୀ ରହୁ ନ ଥିବାରୁ ଦୁର୍ବୃତ୍ତ କବାଟ ଝରକା ଏବଂ ଅନ୍ୟ ଆସବାବପତ୍ର ଚୋରାଇ ନେଲେଣି। ଷ୍ଟେଶନରେ ଥିବା ଘରେ କେହି ରହୁ ନ ଥିବାରୁ ଘରଗୁଡ଼ିକୁ ଗଛଲତା ମାଡି ଜଙ୍ଗଲ ସୃଷ୍ଟି ହେଲାଣି। ବିଦ୍ୟୁତ୍‌ ନ ଥିବାରୁ ଏଠାରେ ଅସାମାଜିକମାନେ ଆଡ୍ଡା ଜମାଉଛନ୍ତି। ତେଣୁ ଏହାର ପୁନରୁଦ୍ଧାର ଦିଗରେ ଜଗତ୍‌ସିଂହପୁର ଜିଲାପାଳ, ରେଳମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପୂର୍ବତଟ ଜି.ଏମ୍‌. ଖୋର୍ଦ୍ଧ ଡି.ଆର.ଏମ୍‌. ଦୃଷ୍ଟିଦେବାକୁ ଅଞ୍ଚଳର କୈଳାସ ଚନ୍ଦ୍ର ବେହେରା, ବିଜୟ ଦଳାଇ, ପ୍ରକାଶ ଚନ୍ଦ୍ର ଦାସ, ଅଜୟ ଖୁଣ୍ଟିଆ, ନୃସିଂହ ପ୍ରସାଦ ମହାନ୍ତି, ଅଶୋକ ମହାନ୍ତି, ନାରାୟଣ ବିଶୋଇ, ଶନାତନ ଦାସ ପ୍ରମୁଖ ଦାବି କରିଛନ୍ତି।
୨୦୧୧ ଜାନୁୟାରୀ ୧୨ରେ ଜଗତ୍‌ସିଂହପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପୁନଃ ଷ୍ଟେଶନ ଦାବିରେ ଅଞ୍ଚଳବାସୀ ଧାରଣା ଦେଇଥିଲେ। ୨୦୧୧ ଏପ୍ରିଲ ୬ରେ ବଡଖଣ୍ଡାଏତା ଷ୍ଟେଶନରେ ଗଣବିକ୍ଷୋଭ କରାଯାଇଥିଲା। ମାତ୍ର କିଛି ଫରକ ପଡ଼ି ନ ଥିଲା। ଫଳରେ ପ୍ରାୟ ୧୫ଟି ଗ୍ରାମର ୫ ଶହରୁ ଊର୍ଦ୍ଧ୍ୱ ଜନସାଧାରଣ ଏକତ୍ରିତ ହୋଇ ୨୭ ଫେବୃୟାରୀ ୨୦୧୨ରେ ୩୩ ଘଣ୍ଟା ରେଳରୋକୋ କରିଥିଲେ। ଜଗତ୍‌ସିଂହପୁର ତତ୍କାଳୀନ ଉପଜିଲାପାଳ ବ୍ରଜବନ୍ଧୁ ଭୋଳ ପହଞ୍ଚତ୍ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ଆଲୋଚନା ପରେ ଉପଜିଲାପାଳ ଚିଠି ନଂ-୧୧୯/୨୯ ମାର୍ଚ୍ଚ ୨୦୧୨ରେ ଖୋର୍ଦ୍ଧା ଡିଭିଜନାଲ ମ୍ୟାନେଜର ତ୍ରିବିକ୍ରମ ମିଶ୍ରଙ୍କୁ ଦାବି ସମ୍ପର୍କରେ ସୁପାରିସ କରିଥିଲେ। ଏହାପରେ ବିଭିନ୍ନ ସମୟରେ ରେଳ କର୍ତ୍ତୃପକ୍ଷ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ବାରମ୍ବାର ଦାବିପତ୍ର ଦିଆଯାଇଛି। କିନ୍ତୁ ଏହାକୁ କେହି କର୍ଣ୍ଣପାତ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା

ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ...

ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ଭାଜପାକୁ ଭୋଟ୍‌ ଦିଅନ୍ତୁ: ନଡ୍ଡା

ପଦ୍ମପୁର,୧୬।୫: ପଦ୍ମପୁରରେ ଭାଜପା ସଭାପତି ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଛି, ଚାବି କୁଆଡ଼େ ଗଲା। ରତ୍ନ ଭଣ୍ଡାର...

ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍‌ ଧରିଛି। ଗୁରୁବାର...

ଧାରଣାସ୍ଥଳରେ ପୋଲିସର ଲାଠିଚାର୍ଜ, ଛତ୍ରଭଙ୍ଗ ଦେଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଖଲ୍ଲିକୋଟ ଥାନା ଆଗରେ ସକାଳ ୯ଟାରୁ ଭାଜପା ସମର୍ଥକଙ୍କ ଧାରଣା ଜାରି ରହିଥିଲା। ୧.୩୦ ସମୟରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ...

ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି, ଜଣେ ଗୁରୁତର

ପୋଲସରା,୧୬।୫: ନିର୍ବାଚନ ଭିତରେ ତେଜୁଛି ନିର୍ବାଚନୀ ହିଂସା। ଖଲ୍ଲିକୋଟ ଭଳି ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି...

ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକ, ଲାଠି ଚାର୍ଜ କଲା ପୋଲିସ

ଖଲ୍ଲିକୋଟ,୧୬।୫: ଗଞ୍ଜାମ ଖଲ୍ଲିକୋଟ ହିଂସାକାଣ୍ଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ...

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ହାଟଡିହୀ ବ୍ଲକର ୩୭ନଂ ଜୋନ୍‌ରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ବିଭିନ୍ନ ପଞ୍ଚାୟତ ଗସ୍ତକରି ପ୍ରଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri