ଅନୁଗୋଳରେ ସକ୍ରିୟ ବେଟିଂ ର଼୍ୟାକେଟ୍‌

ଅନୁଗୋଳ ଅଫିସ, ୫।୧୦:  ଆଇପିଏଲ୍‌ ସହ ଆରମ୍ଭ ହୋଇଛି ଫଟାଫଟ୍‌ କ୍ରିକେଟ୍‌ ଋତୁ। ଦୁବାଇରେ ହେଉଛି ଛକା, ଚୌକା ବର୍ଷା। କେତେବେଳେ ଲୋ ସ୍କୋରିଂ ତ ଆଉ କେତେବେଳେ ହାଇ ସ୍କୋରିଂ ମ୍ୟାଚ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରୁଛି। ଦିନକୁ ଦିନ ମ୍ୟାଚ ଅଧିକ ଉତ୍କଣ୍ଠାପୂର୍ଣ୍ଣ ହେଉଥିବାରୁ ଏଥିରୁ ଫାଇଦା ଉଠାଇବାକୁ ସକ୍ରିୟ ହୋଇପଡ଼ିଛନ୍ତି ବେଟିଂ ର଼୍ୟାକେଟ୍‌। ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଏହି ଟୋଣ୍ଟି-୨୦ କ୍ରିକେଟ୍‌କୁ ନେଇ ଚାଲିଛି ଜୋରଦାର ବେଟିଂ ବା ଜୁଆ ଖେଳ। ମାତ୍ର କେଇ ମିନିଟ୍‌ ମଧ୍ୟରେ ପୁଳା ପୁଳା ଟଙ୍କା ରୋଜଗାର କରିବାର ନିଶା ଯୁବପିଢ଼ିଙ୍କୁ ଏହି ବେଟିଂ ର଼୍ୟାକେଟ୍‌ ଆଡକୁ ଆକର୍ଷିତ କରୁଛି। ହେଲେ ଏ ନେଇ ପୋଲିସକୁ କିଛି ବି ସଫଳତା ଏଯାଏ ମିଳିପାରି ନାହିଁ।
ସୂଚନା ଅନୁଯାୟୀ, ରାଜ୍ୟ ବାହାରୁ ଲମ୍ବିଥିବା ଏହି ବେଟିଂ ର଼୍ୟାକେଟ୍‌ର ଚେର ଏବେ ଅନୁଗୋଳ ଜିଲାରେ ସୁଦୃଢ଼ ହେବାରେ ଲାଗିଛି। ମୋବାଇଲ ଫୋନ୍‌ ଓ ଇଣ୍ଟରନେଟ୍‌ ଜରିଆରେ ଏହି ଜୁଆ ଖେଳାଯାଉଛି। ଆଇପିଏଲ୍‌ ଆରମ୍ଭର ୧୦/୧୫ ଦିନ ପୂର୍ବରୁ ଏହି ର଼୍ୟାକେଟ୍‌ ଏଠାରେ ଏଜେଣ୍ଟମାନଙ୍କୁ ନେଇ ସ୍ବତନ୍ତ୍ର ନେଟଓ୍ବର୍କ ସୃଷ୍ଟି କରିଛି। ମ୍ୟାଚ ଆରମ୍ଭ ପୂର୍ବରୁ ଓ ଚାଲିଥିବା ବେଳେ ପ୍ରତି ଓଭରକୁ ନେଇ ବାଜି ଲଗାଯାଉଛି। ବିଶେଷକରି ମ୍ୟାଚର ଶେଷ ଆଡ଼କୁ ଏହି ବେଟିଂରେ ଅଧିକ ଅର୍ଥ ଲଗାଯାଉଛି। କେଉଁ ଦଳ ପାଇଁ କେତେ ଟଙ୍କା ଲାଗିବ ତାହା ପୂର୍ବରୁ ସ୍ଥିର କରାଯାଉଛି। ଏ ନେଇ ଏଜେଣ୍ଟଙ୍କ ଜରିଆରେ ବେଟିଂ ପାଇଁ ଇଚ୍ଛୁକ ଗ୍ରାହକଙ୍କୁ ଜଣାଇ ଦିଆଯାଉଛି। ଜିତିଲେ ଦୁଇଗୁଣା କିମ୍ବା ତିନିଗୁଣା ଅର୍ଥ ଦିଆଯିବାର ପ୍ରଲୋଭନ ଦେଖାଇ ଯୁବ କ୍ରିକେଟ୍‌ ପ୍ରେମୀଙ୍କୁ ଫସାଯାଉଛି। ଯଦି କେହି ବାଜିରେ ହାରିଯାଉଛି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେବାକୁ ପହଞ୍ଚତ୍ ଯାଉଛନ୍ତି ଏଜେଣ୍ଟ। ପ୍ରତିଶ୍ରୃତି ଅନୁଯାୟୀ ଟଙ୍କା ଦେଇଦେଲେ ଭଲ ନଚେତ ଏହା ବଦଳରେ ଗାଡ଼ି, ମୋବାଇଲ, ସୁନା ଅଳଙ୍କାର ଆଦି ସେମାନଙ୍କୁ ହରାଇବାକୁ ପଡ଼ୁଛି। ଏପରି କି ପ୍ରତିବାଦ କଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଛି। ପୂର୍ବରୁ ଏହି ର଼୍ୟାକେଟ୍‌ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଆଦି ସହରରେ ନିଜର କାୟା ବିସ୍ତାର କରିଥିବା ଦେଖିବାକୁ ମିଳୁଥିଲା। ପ୍ରତିବର୍ଷ ଆଇପିଏଲ୍‌ ଓ ବିଭିନ୍ନ ଟୋଣ୍ଟି-୨୦ ପ୍ରତିଯୋଗିତା ବେଳେ ସେଠାକାର ପୋଲିସ ଏପରି ବେଟିଂ ର଼୍ୟାକେଟର ପର୍ଦ୍ଦାଫାଶ କରୁଥିବା ଦେଖାଯାଉଥିଲା। କିନ୍ତୁ ଏବେ ଅନୁଗୋଳରେ ବେଟିଂ ର଼୍ୟାକେଟ୍‌ ଆସ୍ଥାନ ଜମାଇସାରିଛି। ତେବେ ଏହି ର଼୍ୟାକେଟ୍‌ ନିକଟରେ ପୋଲିସ ପହଞ୍ଚିପାରୁଛି କି ନାହିଁ ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ। ଏ ସମ୍ପର୍କରେ ଏସ୍‌ପି ଜଗମୋହନ ମୀନା କହିଛନ୍ତି, ଜିଲାର ସମସ୍ତ ଥାନାକୁ ଏ ନେଇ ନିର୍ଦ୍ଦେଶ ଦିଆଯିବ। ସେମାନେ ନିଜସ୍ବ ଗୋଇନ୍ଦା ଜରିଆରେ ଏହି କାରବାର ଉପରେ ନଜର ରଖିବା ସହ ର଼୍ୟାକେଟକୁ ଯେପରି ଧରିପାରିବେ ସେଥିପାଇଁ କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri