ବର୍ଷା, ବନ୍ୟାରେ ଉଜୁଡ଼ିଲା ଧାନ ଫସଲ

ଡେରାବିଶ,୨ା୧୦ (ସ୍ବ.ପ୍ର.): ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ ଡେରାବିଶ ବ୍ଲକରେ ବହୁ ଧାନ ଫସଲ ନଷ୍ଟ ହୋଇଛି। ଯେଉଁଠି ଧାନଗଛ ଭଲ ଥିଲା ଏବେ ହଳଦିଗୁଣ୍ଡି ଓ ଚକଡ଼ା ପୋକ ଲାଗି ତାହା ନଷ୍ଟ ହେବାକୁ ବସିଛି। ଏହାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।
ବ୍ଲକ ଅଧୀନ ଇନ୍ଦାଳୋ ପାଟର ଇନ୍ଦାଳୋ, ହରିଅଙ୍କ ଓ ଯଅଁରାବାରିମୂଳ ପଞ୍ଚାୟତର ଶହ ଶହ ଏକର ଧାନ ଫସଲ ନଷ୍ଟ ହୋଇଛି। ମାତ୍ର ୧୦ ପ୍ରତିଶତ ଜମିରେ ବଞ୍ଚତ୍ୟାଇଥିବା ଧାନ ଗଛରେ ଏବେ ପୋକ ଲାଗି ନଷ୍ଟ ହେବାରେ ଲାଗିଛି। ନାନକାରଠାରେ ଥିବା ସାଇଫନ୍‌ ଯୋଗେ ଇନ୍ଦାଳୋ ପାଟରୁ କରାଣ୍ଡିଆ ନଦୀମଧ୍ୟକୁ ଜଳ ନିଷ୍କାସିତ ହୋଇଥାଏ। ମାତ୍ର ଜଳ ସମ୍ପଦ ଓ ଡ୍ରେନେଜ୍‌ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ପାଟ ମଧ୍ୟରୁ ନଦୀକୁ ଜଳ ନିଷ୍କାସିତ ହୋଇପାରୁ ନ ଥିବା ନେଇ ପୂର୍ବତନ ବ୍ଲକ ଆତ୍ମା ସଭାପତି ଚୌଧୁରୀ ରବୀନ୍ଦ୍ର ଜେନା କହିଛନ୍ତି। ଚାଷୀ ଅଭା ପ୍ରକାଶ ରଥ, କାଳି ପ୍ରସାଦ ସେଠୀ, ବାମଦେବ ଦଳେଇ, ରଞ୍ଜନ ନାୟକ ପ୍ରମୁଖ କହିଛନ୍ତି, ବର୍ଷା ଜଳ ଦୀର୍ଘଦିନ ଧରି ବିଲରେ ଜମି ରହିବା ଫଳରେ ଧାନ ଗଛ ମୂଳ ପଚିଯାଇଛି। କେତେକ ଉଚ୍ଚା ଜମିରେ ବର୍ଷା ପରେ ଫସଲ ଭଲ ଅବସ୍ଥାରେ ଥିଲା। ମାତ୍ର ଏକସପ୍ତାହ ହେବ ହଳଦିଗୁଣ୍ଡି ଓ ଚକଡ଼ା ପୋକ ଲାଗିବା ଫଳରେ ଧାନଗଛର ପତ୍ର ହଳଦିଆ ପଡ଼ିଯାଇ ନଷ୍ଟ ହେବାରେ ଲାଗିଛି। ଧାର କରଜ କରି ସମବାୟ ସଂସ୍ଥାରୁ ଋଣ ଆଣି ଚାଷ କରିଥିବାରୁ କିପରି ଋଣ ପରିଶୋଧ କରାଯିବ ସେ ନେଇ ଚିନ୍ତାରେ ଅଛୁ ବୋଲି ଚାଷୀ ସଞ୍ଜୀବ ପଣ୍ଡା କହିଛନ୍ତି। ବ୍ଲକ କୃଷି ଅଧିକାରୀ ଅନୁରାଧା ପଣ୍ଡା କହିଛନ୍ତି, ରୋଗ ପୋକ ପାଇଁ ଚାଷୀ ଗ୍ରାମସେବକଙ୍କୁ ଜଣାଇବା ଆବଶ୍ୟକ। ତାଙ୍କ ସୁପାରିସରେ ସବ୍‌ସିଡ଼ିରେ ପୋକମରା ଔଷଧ ଯୋଗାଇ ଦିଆଯିବ। ବର୍ଷାରେ ନଷ୍ଟ ହୋଇଥିବା ଧାନଫସଲ ପାଇଁ କୃଷି ଓ ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri