ଜୋର୍‌ଧରିଲା ଚଢ଼ାଉ, ଜରିମାନା

ଅନୁଗୋଳ ଅଫିସ, ୨୮।୯:  ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଏବେ ଉପରମୁହଁା ରହିଛି। ବିଶେଷକରି ଅନୁଗୋଳ ସହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ପୌରପାଳିକା ପକ୍ଷରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରାଯାଇଛି। ସହରର ବ୍ୟବସାୟୀମାନଙ୍କ କରୋନା ଟେଷ୍ଟ ଜାରି ରହିଥିବା ବେଳେ ମାସ୍କ ନ ପିନ୍ଧି ବୁଲୁଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ରବିବାର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଗଢ଼ା ହୋଇଥିବା ଟିମ୍‌ ଏହି ଚଢ଼ାଉ କରିଥିଲେ। ସେହିପରି ଲକ୍ଷ୍ମୀ ବଜାରର ୯୮ ଜଣ ବ୍ୟବସାୟୀଙ୍କ ମଧ୍ୟରୁ ୮ଜଣଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ରହିଛି। ଅନ୍ୟପକ୍ଷରେ ୧୫ ଦିନ ପାଇଁ ଚଟ୍‌ପଟା ବ୍ୟବସାୟ ଉପରେ କଟକଣା ଲଗାଯାଇଥିବାରୁ ଏହି ବ୍ୟବସାୟ କରି ଚଳୁଥିବା ଅତି ଗରିବ ବ୍ୟକ୍ତିଙ୍କୁ ପୌର ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଯୋଗାଯିବାର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।
ଅନୁଗୋଳ ପୌରପାଳିକା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହୋମ୍‌ ଆଇସୋଲେଶନରେ ଅଧିକାଂଶ ବ୍ୟକ୍ତି ରହିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ କୋଭିଡ୍‌ ନିୟମ ପାଳନ କରୁନାହାନ୍ତି। ଏପରି କି ଘରେ ଲଗାଯାଇଥିବା ଲାଲ୍‌ ଷ୍ଟିକରକୁ ମଧ୍ୟ କାଢ଼ି ପିଙ୍ଗି ଦେଉଛନ୍ତି। ଏପରି ଅଭିଯୋଗ ଆସିବା ପରେ ପୌରପାଳିକା ପକ୍ଷରୁ ପଦକ୍ଷେପ ନିଆଯାଇଛି। ୨୩ ଜଣ ୱାର୍ଡ ଅଫିସରଙ୍କୁ ନିଜ ନିଜ ୱାର୍ଡ ଜଗିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ବ୍ୟତିକ୍ରମ ହେଲେ ସମ୍ପୃକ୍ତ ୱାର୍ଡ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି। ସେହିପରି ପୌରପାଳିକା ଅଞ୍ଚଳରୁ ବାହାରିଥିବା ସଂକ୍ରମିତଙ୍କୁ ୨୪ଟି କିଟ୍‌ ପ୍ରଦାନ କରାଯାଇଛି। ବିଭିନ୍ନ ବ୍ୟବସାୟୀଙ୍କୁ ମଧ୍ୟ କରୋନା ପରୀକ୍ଷା କରିବାକୁ କୁହାଯାଇଛି। ୯୮ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିବାବେଳେ ଆଗକୁ ଏହା ଉପରେ ଜୋର୍‌ ଦିଆଯିବ। ସେହିପରି କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ମାଫ୍‌ କରାଯିବ ନାହିଁ। ରବିବାର ଚଢ଼ାଉ ସମୟରେ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ୫,୫୦୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି। ପ୍ରଶାସନର ନିର୍ଦ୍ଦେଶନାମାକୁ ବେଖାତିର କରିଥିବାରୁ ୩ଟି ଦୋକାନକୁ ସିଲ୍‌ କରାଯାଇ ୩,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ପୌରପାଳିକା ପକ୍ଷରୁ ହୋଇଥିବା ଚଢ଼ାଉରେ ନିର୍ବାହୀ ଅଧିକାରୀଙ୍କ ସହ ଟ୍ୟାକ୍ସ ବିଭାଗ ମୁଖ୍ୟ ବିଭୂତି ଭୂଷଣ ମହାରଣା, ଜ୍ୟୋତିରଞ୍ଜନ ପଟ୍ଟନାୟକ, ନିର୍ମଳ ବେହେରା ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri