ପୁରୀ: ଖସୁଛି କରୋନା ଗ୍ରାଫ୍‌

ପୁରୀ ଅଫିସ,୨୭।୯: ଗତ କିଛିଦିନ ହେଲା ପୁରୀ ଜିଲାରେ କରୋନା ସଂକ୍ରମଣ ସାଂଘାତିକ ସ୍ଥିତିରେ ଥିଲା। ପ୍ରତ୍ୟହ ଦୁଇଶହ କିମ୍ବା ତିନିଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଥିଲେ। ମାତ୍ର ଏବେ ଏହି ଧାରାରେ ଧୀରେ ଧୀରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଜିଲାର କରୋନା ଗ୍ରାଫ୍‌ ତଳମୁହଁା ହୋଇଛି। ଗତ ୫ ଦିନର ତଥ୍ୟ ଦେଖିଲେ ଏହା ସ୍ପଷ୍ଟ ଜଣାପଡୁଛି। କୋଭିଡ୍‌ ଟେଷ୍ଟ ସଂଖ୍ୟା ପ୍ରାୟ ସ୍ଥିର ରହିଥିବାବେଳେ ପଜିଟିଭଙ୍କ ସଂଖ୍ୟା କିନ୍ତୁ ହ୍ରାସ ପାଇବାରେ ଲାଗିଛି, ଯାହା ଜିଲାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ବୋଲି କୁହାଯାଉଛି।
୩ରେ ଜିଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରେ ୩୬ଦିନ ପର୍ଯ୍ୟନ୍ତ କୌଣସି ସଂକ୍ରମିତ ବାହାରି ନ ଥିଲେ। ମେ ୧୦ ରେ ପୁରୀ ସହରରୁ ୨ଜଣ ପଜିଟିଭ ଚିହ୍ନଟ ହେଲେ। ଏହାପରଠୁ ଜିଲାରେ ସ୍ଥିତି ଜାହିର କରିଥିଲା କରୋନା। ସେପ୍ଟେମ୍ବର ଆରମ୍ଭରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିିଥିଲା। ପ୍ରତିଦିନ ଦୁଇଶହ କିମ୍ବା ତିନିଶହ ଉପରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଅଗଷ୍ଟ ୩୧ ସୁଦ୍ଧା ଜିଲାର ମୋଟ ପଜିଟିଭ ସଂଖ୍ୟା ଥିଲା ୩,୭୮୮। ମାତ୍ର ବର୍ତ୍ତମାନ ସଂଖ୍ୟା ୯,୪୪୧ରେ ପହଞ୍ଚତ୍ଲାଣି। ଏବେ କିନ୍ତୁ ଏହି ଧାରାରେ ପରିବର୍ତ୍ତନ ଆସିଛି। ତଥ୍ୟ ଅନୁଯାୟୀ, ଗତ ୨୨ ତାରିଖରେ ଜିଲାରୁ ୨୬୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହିଦିନ ସୁଦ୍ଧା ୮୨,୫୮୩ କୋଭିଡ୍‌ ଟେଷ୍ଟ ହୋଇଥିଲା। ଏହା ପରବର୍ତ୍ତୀ ୪ ଦିନ ଯଥାକ୍ରମେ ୧,୧୬୯, ୧,୧୭୩, ୧,୧୭୦ ଓ ୧,୧୬୨ କୋଭିଡ୍‌ ଟେଷ୍ଟ ହୋଇଥିଲା। ମାତ୍ର ପଜିଟିଭଙ୍କ ସଂଖ୍ୟା କମିଥିଲା। ଅର୍ଥାତ୍‌ ଗତ ୨୩ରୁ ୨୬ ତାରିଖ ମଧ୍ୟରେ ଯଥାକ୍ରମେ ୨୧୯, ୨୦୩, ୧୯୯ ଏବଂ ୧୬୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟସ୍ତରୀୟ ତାଲିକାକୁ ଦେଖିଲେ ମୋଟ ପଜିଟିଭ କ୍ଷେତ୍ରରେ ଖୋର୍ଦ୍ଧା, ଗଞ୍ଜାମ ଓ କଟକ ପରେ ପୁରୀ ଚତୁର୍ଥ ସ୍ଥାନରେ ଏବଂ ସକ୍ରିୟ ସଂକ୍ରମିତଙ୍କ କ୍ଷେତ୍ରରେ ଖୋର୍ଦ୍ଧା ଓ କଟକ ପରେ ପୁରୀ ତୃତୀୟ ସ୍ଥାନରେ ରହିଛି।
ଶନିବାର ଜିଲାରୁ ୧୬୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପୁରୀ ପୌରାଞ୍ଚଳରୁ ୫୬ ଏବଂ ବିଭିନ୍ନ ବ୍ଲକରୁ ୧୧୨ ଜଣ ରହିଛନ୍ତି। ଏମାନଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୯,୪୪୧ ଛୁଇଁଛି। ଏମାନଙ୍କ ମଧ୍ୟରୁ ୭,୫୭୯ ଜଣ ସୁସ୍ଥ ହୋଇଥିବାବେଳେ ୧,୮୧୨ ଜଣ ଚିକିତ୍ସାଧୀନ ଅଛନ୍ତି। ଏହି ମହାମାରୀ ପୁଣି ୩ ଜଣଙ୍କ ଜୀବନ ନେଇଛି। ଫଳରେ ଏ ପର୍ଯ୍ୟନ୍ତ କରୋନାରେ ମୋଟ ୫୦ ଜଣଙ୍କ ମୃତ୍ୟୁ ଘଟିଲାଣି। ସେହିପରି ଏବେ ସୁଦ୍ଧା ଜିଲାରୁ ମୋଟ ୮୭,୨୫୭ କୋଭିଡ୍‌ ପରୀକ୍ଷା କରାଯାଇଛି। ସୁସ୍ଥ ହାର ରହିଛି ୮୦.୨୭ ପ୍ରତିଶତ। ପୁରୀ ଜିଲା ଉପରେ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଅଧିକ ଡାକ୍ତର ସାଙ୍ଗକୁ ଟେଷ୍ଟ ସଂଖ୍ୟା ବଢାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଗୁରୁତର ରୋଗୀଙ୍କୁ ଆଇସିୟୁ ସୁବିଧା ମିଳିବା ଉପରେ ଗୁରୁତ୍ୱ ଦିଆଯିବା ସହ ପୋଲିସ ପକ୍ଷରୁ ଏନ୍‌ଫୋର୍ସମେଣ୍ଟକୁ ଅଧିକ କଡ଼ାକଡ଼ି କରାଯାଉଛି। ଯେଉଁମାନେ ମାସ୍କ ପିନ୍ଧୁନାହାନ୍ତି କିମ୍ବା କୋଭିଡ୍‌ ଗାଇଡ୍‌ ଲାଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri