Odisha Elections 2024

ସଞ୍ଜୟଙ୍କ ନୂଆ ଲୁକ୍ ଦେଖି ଖୁସି ହେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍ ନାୟକ ସଞ୍ଜୟ ଦତ୍ତ ନିକଟରେ ଲଙ୍ଗସ୍ କ୍ୟାନସରରେ ପୀଡ଼ିତ ହେବା ଖବର ହଠାତ୍ ସମସ୍ତଙ୍କୁ ଚମକାଇ ଦେଇଥିଲା । ହେଲେ ଏହା ଜଣାପଡିବା ପରେ ସଞ୍ଜୟ ଏହାର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ଏବେ ସଞ୍ଜୟ କିଛିଦିନର ବିରତି ନେଇ ଦୁବାଇ ଯାଇଥିବା ଜଣାପଡିଛି । ସେଠାରେ ତାଙ୍କର ଦୁଇ ପିଲା ରହୁଥିବା ବେଳେ ପତ୍ନୀ ମାନ୍ୟତା ମଧ୍ୟ ପିଲାମାନଙ୍କ ନିକଟରେ ଦୁବାଇରେ ରହୁଛନ୍ତି । ହେଲେ ସଞ୍ଜୟଙ୍କୁ କ୍ୟାନସର ହୋଇଥିବା ଜଣାପଡିବା ପରେ ମାନ୍ୟତା ପିଲାମାନଙ୍କୁ ଦୁବାଇରେ ଛାଡି ମୁମ୍ବାଇ ଚାଲି ଆସିଥିଲେ । ହେଲେ ଏବେ ସଞ୍ଜୟ ଦୁବାଇ ଯାଇ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି । ଏହାର କିଛି ଫଟୋ ମାନ୍ୟତା ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ କରିବା ପରେ ସଞ୍ଜୟ ଦୁବାଇରେ ଥିବା ଜଣାପଡିଛି । ଉକ୍ତ ଫଟୋରେ ସଞ୍ଜୟଙ୍କ ନୂଆ ଲୁକ୍ସ ବି ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ବହୁଦିନ ଧରି ନିଶ ଦାଢି ରଖିଥିବା ସଞ୍ଜୟ ଏବେ କ୍ଲିନ ସେଭ୍‌ରେ ନଜର ଆସିଛନ୍ତି । କୁହାଯାଉଛି କି ସେପ୍ଟେମ୍ବର ୩୦ରେ ସେ କୋକିଳାବେନ୍ ହସ୍ପିଟାଲ ମୁମ୍ବାଇରେ ତାଙ୍କର ଚତୁର୍ଥ କେମୋ ନେବାକୁ ଥିବାରୁ ସେ ଖୁବ୍ ଶୀଘ୍ର ମୁମ୍ବାଇ ଫେରି ପାରନ୍ତି । ତାଙ୍କ ସହ ପତ୍ନୀ ମାନ୍ୟତା ମୁମ୍ବାଇ ଆସିବେ ବୋଲି ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହୀଶୂର ଫିଲ୍ମ ନିର୍ମାତାଙ୍କୁ କାନ୍ସ ଲା ସିନେଫ୍‌ ପ୍ରଥମ ପୁରସ୍କାର

କାନ୍ସ,୨୫ା୫(ପି.ଟି.): ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଭାରତକୁ ବଡ଼ ସଫଳତା ମିଳିଛି। ମହୀଶୂରର ଫିଲ୍ମ ନିର୍ମାତା ଚିଦାନନ୍ଦ ଏସ୍‌ ନାଏକଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ସନ୍‌ଫ୍ଲାଓ୍ବାର୍ସ ଓ୍ବେୟାର ଦି...

ଦୀର୍ଘ ୬ ବର୍ଷର ବିରତି ପରେ ଫେରୁଛନ୍ତି ପ୍ରୀତି, ଅଧିକ ଆୟ ପାଇଁ ଜଏନ କରିଥିଲେ ଆଇପିଏଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ବର୍ତ୍ତମାନ ଲାହୋର ୧୯୪୭ ପାଇଁ ସୁଟିଂ କରୁଛନ୍ତି, ଯାହା ସୁପରହିଟ ଭୈୟାଜୀ ହିଟ ହେବାର ଛଅ ବର୍ଷ ମଧ୍ୟରେ...

ଅଭିନେତ୍ରୀ ଲୈଲା ଖାନଙ୍କ ପିତାଙ୍କୁ ଫାଶି ଦଣ୍ଡ, ୧୩ ବର୍ଷ ପରେ ଆସିଲା ହତ୍ୟା ମାମଲାର ରାୟ

ମୁମ୍ବାଇ,୨୪।୫: ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ମୁମ୍ବାଇର ସେସନ୍ସ କୋର୍ଟ ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ସୂଚନାଯୋଗ୍ୟ, ୧୩ବର୍ଷ...

କେମିତି ଅଛନ୍ତି ଶାହରୁଖ ଖାନ୍‌:ଆସିଲା ଅପ୍‌ଡେଟ୍‌

ସୁପରଷ୍ଟାର ଶାହାରୁଖ ଖାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ତାଙ୍କ ମ୍ୟାନେଜର ପୂଜା ଡଡ୍‌ଲାନି କହିଛନ୍ତି।...

ସଲମାନଙ୍କୁ ରିପ୍ଲେସ୍‌ କଲେ ଅନିଲ

‘ବିଗ ବସ ମରାଠି’ ପରେ ‘ବିଗ ବସ ଓଟିଟି’ ର ସିଜନ ୩ ପାଇଁ ନୂଆ ହୋଷ୍ଟ ମିଳିଯାଇଛି। ଏଥର ସଲମାନ ଖାନ ନୁହଁନ୍ତି ବରଂ...

ମା’ ହେବେ କ୍ୟାଟ୍ରିନା, ଲଣ୍ଡନରେ ହେବ ସନ୍ତାନ ଜନ୍ମ!

ବମ୍ବେ: ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ କ୍ୟାଟ୍ରିନା ଏବଂ ସ୍ବାମୀ...

ଅହମ୍ମଦାବାଦ ହସ୍ପିଟାଲରେ ଭର୍ତ୍ତି ହେଲେ ଶାହାରୁଖ ଖାନ୍‌

ବମ୍ବେ: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପାଇଁ ଚିନ୍ତାଜନକ ଖବର। ଅସୁସ୍ଥ ହୋଇ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିନେତା। ଡିହାଇଡ୍ରେଶନକୁ ନେଇ ପ୍ରାଥମିକ...

୩୫୦ କୋଟି ଟଙ୍କାର ନେକ୍‌ଲେସ୍‌ ପିନ୍ଧି ଚମକିଲେ ପ୍ରିୟଙ୍କା

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଯାତ୍ରା ଆରମ୍ଭ କରି ସାତ ସମୁଦ୍ର ପାର୍‌ ହୋଇ ହଲିଉଡ୍‌କୁ ଯାଇଛନ୍ତି। ଆଜିର ଯୁଗରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri