ଓଡ଼ିଶା ପୁଞ୍ଜିକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଟେକ୍ସଟାଇଲ୍‌, ପର୍ଯ୍ୟଟନ ଏବଂ କୃଷି କ୍ଷେତ୍ର ଓଡ଼ିଶାର ମୂଳପୁଞ୍ଜି। ସେହିପରି ରାଜ୍ୟର ସଂସ୍କୃତି ଓ ପରମ୍ପରା ମଧ୍ୟ ଭିନ୍ନ ଏକ ପୁଞ୍ଜି। ତେବେ ଏହିସବୁ ପୁଞ୍ଜିକୁ ବିଶ୍ୱସ୍ତରରେ ପହଞ୍ଚାଇବା ଆମର ଲକ୍ଷ୍ୟ ହେବା ଦରକାର। ରବିବାର ଗ୍ଲୋବାଲ୍‌ ୱେଷ୍ଟର୍ନ ଓଡ଼ିଶା ପକ୍ଷରୁ ଆୟୋଜିତ ଭିଡିଓ କନଫରେନ୍ସ ଜରିଆରେ ନୂଆଁଖାଇ ଭେଟଘାଟ୍‌ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ, ନୂଆଁଖାଇ ଚାଷଭିତ୍ତିକ ଏକ ସାଂସ୍କୃତିକ-ସାମାଜିକ ମହାନ୍‌ ଗଣପର୍ବ। ଚାଷ ଆଧାରିତ ଅର୍ଥନୀତିକୁ ସଦୃଢ଼ କରି ରଖିବାର ମହତ୍‌ ବାର୍ତ୍ତା ନୂଆଁଖାଇ ଦେଇଥାଏ। ଭାରତ ସରକାର ଚାଷର ଉନ୍ନତି, କୃଷକଙ୍କ କଲ୍ୟାଣ ଏବଂ ଚାଷ-ଆଧାରିତ ଅର୍ଥନୀତିର ସୁଦୃଢୀକରଣକୁ ପ୍ରାଧାନ୍ୟ ଦେଇଛନ୍ତି। ମହାମାରୀ ସମୟରେ ସମ୍ବଲପୁରୀ ମାସ୍କର ଚାହିଦା ବୃଦ୍ଧି ପାଉଛି। ଏହାକୁ ଆହୁରି ଜନାଦୃତ କରିବାକୁ ପଡିବ। ସେହିପରି ପ୍ରସିଦ୍ଧ ରଙ୍ଗବତୀ ଗୀତ ଦୀର୍ଘ ଦଶନ୍ଧି ଧରି ଦେଶ ଓ ବିଶ୍ୱରେ ଆଦୃତ ହୋଇପାରିଛି। ବର୍ତ୍ତମାନ କରୋନା ମହାମାରୀ ଦ୍ୱାରା ଓଡିଶା ସମେତ ସାରାଦେଶ ପ୍ରଭାବିତ ହୋଇଛି। ବର୍ତ୍ତମାନ ଡିଜିଟାଲ ସଂଯୋଗ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳ ସମେତ ଅଧିକରୁ ଅଧିକ ଲୋକମାନେ ଏଥିରେ ଯୋଡି ହୋଇଛନ୍ତି। ସକାରାତ୍ମକ ଚିନ୍ତାଧାରା ନେଇ ସମସ୍ତଙ୍କୁ ଆଗକୁ ବଢିବା ଦରକାର ବୋଲି ସେ କହିଛନ୍ତି। ଦେଶ, ବିଦେଶରୁ ପଶ୍ଚିମ ଓଡିଶାର ପ୍ରତିନିଧିମାନେ ଯୋଗଦେଇ ଓଡିଶାର ଏହି ଅନନ୍ୟ ଗଣପର୍ବ ନୂଆଁଖାଇ ଉପରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri