ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ଟଣାଓଟରା

ଜଗତ୍‌ସିଂହପୁର ଅଫିସ୍‌, ୨୧।୯: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇପଡିଛି। ବିଶେଷକରି ବିଜେଡି, ଭାଜପା ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏଥର ପ୍ରାର୍ଥୀ ଦୌଡ଼ରେ ବହୁ ନୂଆ ମୁହଁ ସାମ୍ନାକୁ ଆସୁଥିବାରୁ ଦଳ କାହା ଉପରେ ଆସ୍ଥା ପ୍ରକଟ କରୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପଟେ ପ୍ରାର୍ଥୀ ଚୟନକୁ ନେଇ ଟଣାଓଟରା ଆରମ୍ଭ ହୋଇଗଲାଣି। ଆଶାୟୀମାନେ ନିଜ ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଆରମ୍ଭ କଲେଣି। ଏପରି କି ଦଳୀୟ ଆଗଧାଡିଆ ନେତାଙ୍କ ପାଖରେ ଲବି ଆରମ୍ଭ କରି ଦେଇଥିବା ଆଲୋଚନା ହେଉଛି। ପ୍ରାର୍ଥୀ ଚୟନକୁ ନେଇ ଗୋଷ୍ଠୀ ବିବାଦ ମଧ୍ୟ ବଢୁଛି। ଆଉ କିଛି ଦିନ ପରେ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ରାଜନୈତିକ ଚିତ୍ର କ’ଣ ରହୁଛି ତାହା ଜଣାପଡ଼ିବ।
ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ୨୦୧୯ ସାଧାରଣ ନିର୍ବାଚନ ସରିବା ପାଖାପାଖି ୧ ବର୍ଷ ୪ ମାସ ହେବ। ହେଲେ ଇତିମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ହୋଇଥିବାରୁ ଆସନ୍ତା ନଭେମ୍ବରରେ ଉପ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ, ଭାଜପା ଓ ବିଜେଡି ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକୁ କ୍ରିୟାଶୀଳ କରାଯାଇଛି। ୩ ପ୍ରମୁଖ ଦଳ ମଧ୍ୟରୁ ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଆଗୁଆ ଅଣ୍ଟା ଭିଡିଥିଲା। ଏକ ନିର୍ବାଚନ କମିଟି ଗଠନ କରିଥିଲା। ଯେଉଁମାନେ ଆଶାୟୀ ସେମାନେ ନିର୍ବାଚନ କମିଟି ଅଧ୍ୟକ୍ଷଙ୍କ ନିକଟରେ ଆବେଦନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଅନୁଯାୟୀ ୪ଜଣ ପ୍ରାର୍ଥୀ ହେବାକୁ ଦରଖାସ୍ତ କରିଥିବା କୁହାଯାଉଛି। ସେମାନେ ହେଲେ ଦେବେନ୍ଦ୍ର କୁମାର ମଲ୍ଲିକ, ପ୍ରତିମା ମଲ୍ଲିକ, ଦେବୀ ମଲ୍ଲିକ ଓ ହିମାଂଶୁ ମଲ୍ଲିକ। ଦେବେନ୍ଦ୍ର କୁମାର ମଲ୍ଲିକ କଂଗ୍ରେସ ଅନୁସୂଚିତ ଜାତି ସେଲ୍‌ ରାଜ୍ୟ ଆବାହକ ଅଛନ୍ତି। ଗତ ନିର୍ବାଚନରେ ସେ ଏହି ଆଶନରୁ କଂଗ୍ରେସ ପ୍ରାର୍ଥୀ ହେବାକୁ ସେ ଆଶାୟୀ ଥିଲେ। ଏବେ ବି ନିର୍ବାଚନ ମଣ୍ଡଳୀ ସଙ୍ଗଠନ ଦାୟିତ୍ୱରେ ଅଛନ୍ତି। ତାଙ୍କ ସ୍ତ୍ରୀ ବିରତୋଳ ପଞ୍ଚାୟତ ସମିତି ସଭ୍ୟା ଅଛନ୍ତି। କିଛିଦିନ ପୂର୍ବରୁ ଦଳ ପକ୍ଷରୁ ଅନୁଷ୍ଠିତ ବୈଠକରେ ତାଙ୍କୁ ଡକାଯାଇ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ।
ଗତ ନିର୍ବାଚନରେ ପ୍ରତିମା ମଲ୍ଲିକ ଜଗତ୍‌ସିଂହପୁର ଲୋକସଭା ଆସନରୁ ଓ ଦେବୀ ମଲ୍ଲିକ ତିର୍ତ୍ତୋଲ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ହାରିଥିଲେ। ହିମାଂଶୁ ମଲ୍ଲିକ କିନ୍ତୁ ନବାଗତ। ସେ ସୌଦିଆରବରେ କୌଣସି କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଏହି ୪ ଜଣଙ୍କ ମଧ୍ୟରୁ ହିମାଂଶୁ ପ୍ରାର୍ଥୀ ଦୌଡ଼ରେ ଆଗରେ ଥିବା ଆଲୋଚନା ହେଉଛି। ହେଲେ ପୂର୍ବରୁ ୨ଥର କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା ନିକଟରେ ଭାଜପାରେ ମିଶିଛନ୍ତି। ସେ ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। କିନ୍ତୁ ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ମଧ୍ୟ ଏଥର ପ୍ରାର୍ଥୀ ହେବାକୁ ଲବି ଜୋରଦାର କାରି ରଖିଛନ୍ତି। ସେହିପରି ବିଜେଡିରେ ଏକାଧିକ ଆଶାୟୀ ଅଛନ୍ତି। ରାଜ୍ୟ ବିଜୁ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ଅର୍ଜୁନ ବେହେରା, ଯୁଧିଷ୍ଠୀର ସେଠୀ ଓ ତିର୍ତ୍ତୋଲ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁଚରଣ ଦାସଙ୍କ ପୁତ୍ର ବିଜୟଶଙ୍କର ଦାସ ପ୍ରମୁଖ ଦୌଡ଼ରେ ରହିଛନ୍ତି। ନିକଟରେ ତିର୍ତ୍ତୋଲରେ ବିଜେଡି ପକ୍ଷରୁ ଏକ ବୈଠକରେ ଝଡ଼ ସୃଷ୍ଟି ହୋଇଥିଲା। ଏପରି କି ଠେଲାପେଲା ଯାଏ କଥା ଯାଇଥିଲା। ସ୍ବର୍ଗତ ଦାସଙ୍କ ଅତି ନିକଟତର କୁହାଯାଉଥିବା ବିଶନପୁର ସରପଞ୍ଚ ତଥା ତିର୍ତ୍ତୋଲ ବ୍ଲକ ଆତ୍ମା ଅଧ୍ୟକ୍ଷ ବସନ୍ତ ମହାପାତ୍ର (ବଚୁ)ଙ୍କ ସମର୍ଥକମାନେ ବିଷ୍ଣୁ ଦାସ ଅମର ରହେ ସ୍ଲୋଗାନ ଦେଇ ହୋହଲ୍ଲା କରିଥିଲେ। ବଚୁଙ୍କୁ ଉକ୍ତ ବୈଠକକୁ ଡକାଯାଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବଚୁଙ୍କ କହିବା କଥା ହେଲା, ସ୍ବର୍ଗତ ଦାସଙ୍କ ପୁଅ ବିଜୟଶଙ୍କରଙ୍କୁ ପ୍ରାର୍ଥୀ କରାଯିବା ଉଚିତ। ବିବାଦ ଉପୁଜିବାରୁ ବଚୁଙ୍କୁ ଅତନୁ ସବ୍ୟସାଚୀ ନାୟକ ଏବଂ ବବି ଦାସ ଡାକି ଆଲୋଚନା କରିଛନ୍ତି। ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ସବୁକ୍ଷେତ୍ରରେ ତାଙ୍କ ସମ୍ପୃକ୍ତି ରହିବ ବୋଲି ନିର୍ଭର ପ୍ରତିଶ୍ରୁତି ମିଳିଥିବା ବଚୁ କହିଛନ୍ତି। ସେହିପରି ଗତଥର ଆଶାୟୀ ଥିବା ଯୁଧିଷ୍ଠିର ସେଠୀ, ଅର୍ଜୁନ ବେହେରା, ତେନ୍ତୁଳିପଦା ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହରା ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଅଛନ୍ତି। ବଡ଼ କଥା ହେଲା ଏହି ଉପନିର୍ବାଚନରେ ଅଧିକାଂଶ ନୂଆ ମୁହଁ ସାମ୍ନାକୁ ଆସିଥିବା ବେଳେ କେଉଁ ବ୍ୟକ୍ତିଙ୍କୁ ପ୍ରାର୍ଥୀ କଲେ ବିଜୟ ସମ୍ଭାବନା ଅଧିକ ରହିବ, ତା’ ଉପରେ ଦଳୀୟ ନେତୃମଣ୍ଡଳୀ ଚିନ୍ତା କରୁଛନ୍ତି। ହେଲେ ବିଜେଡି, ଭାଜପା ଓ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ବଢ଼ି ଚାଲିଥିବାରୁ ଆଗକୁ କ’ଣ ହେଉଛି ତାହା ସମୟ କହିବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri