ଜାତୀୟ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ୧୧ ଆଇଟିଆଇ: ପ୍ରତିଷ୍ଠା ହେବ ଉନ୍ନତ ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ସ୍କିଲ୍‌ଡ ଇନ୍‌ ଓଡ଼ିଶା ବ୍ରାଣ୍ଡକୁ ଆଉ ପାଦେ ଆଗକୁ ନେଇ ରାଜ୍ୟ ସରକାର ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ଜିଲାରେ ଉତ୍କୃଷ୍ଟ ବୈଷୟିକ କୌଶଳ ତାଲିମ କେନ୍ଦ୍ର (ସେଣ୍ଟର ଅଫ୍‌ ଏକ୍ସଲେନ୍‌ସ୍‌) ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଏକ ଉଚ୍ଚସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଛି। କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂ ଓଏମ୍‌ବିଏଡିସି ଅଞ୍ଚଳରେ ଏହି ତାଲିମ କେନ୍ଦ୍ର ବିକଶିତ କରିବାର ଆବଶ୍ୟକତା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ଓଏମ୍‌ବିଏଡିସି ଅଞ୍ଚଳର ଯୁବତୀଯୁବକଙ୍କୁ ଅତ୍ୟାଧୁନିକ ସେକ୍ଟରଗୁଡିକରେ ନିଯୁକ୍ତି ପାଇଁ ଦକ୍ଷ କରାଇବାକୁ ତାଲିମ କାର୍ଯ୍ୟ ଆରମ୍ଭ କରାଯିବ। ଡ୍ରୋନ୍‌ ପାଇଲଟିଂ, ସୌର ଶକ୍ତି ବୈଷୟିକ କୌଶଳ, ସ୍ମାର୍ଟ କୃଷି, ସ୍ମାର୍ଟ ଉଦ୍ୟାନ ଚାଷ, ରୋବୋଟିକ୍ସ, ମେକାଟ୍ରୋନିକ୍ସ, ଥ୍ରୀ-ଡି କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ବିଭିନ୍ନ ଶିକ୍ଷାନୁଷ୍ଠାନର ସମନ୍ବୟରେ ଆବଶ୍ୟକତାକୁ ଦେଖି ମାନବ ସମ୍ବଳ ଅନୁଯାୟୀ ତାଲିମ ପାଠ୍ୟକ୍ରମ ସ୍ଥିର କରାଯିବ। ବୈଷୟିକ ଶିକ୍ଷାନୁଷ୍ଠାନ, କୌଶଳ ବିକାଶ ତାଲିମ କେନ୍ଦ୍ରଗୁଡ଼ିକର ଓ୍ବାର୍କଶପ୍‌ ଏବଂ ଆଧୁନିକ ପରୀକ୍ଷାଗାରରେ ଉପତ୍ାଦନ ମାଧ୍ୟମରେ ନିଜସ୍ବ ରୋଜଗାର ବଢ଼ାଇବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ସଞ୍ଜୟ ସିଂ କହିଛନ୍ତି, ଶିଳ୍ପାନୁଷ୍ଠାନ ସହଯୋଗରେ କଟକ, ପଟ୍ଟାମୁଣ୍ଡାଇ, ବାଲେଶ୍ୱର ଆଇଟିଆଇରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ କାର୍ଯ୍ୟ କରୁଛି। ଏହିସବୁ ଅନୁଷ୍ଠାନରେ ମାରୁତି ସୁଜୁକି, ଆଇପିଏସ୍‌ସି, ଏଚ୍‌ଏସ୍‌ଆଇଏଲ୍‌ ଆଦି ଶିଳ୍ପସଂସ୍ଥା ସହିତ ସହଭାଗିତା କରାଯାଇଛି। ଯାଜପୁର ଆଇଟିଆଇ, ଯାଜପୁର ପଲିଟେକନିକ୍‌, ବାରିପଦା ଆଇଟିଆଇ, ତକତପୁର ଆଇଟିଆଇ ଆଦିରେ ଆଡ୍‌ଭାନ୍‌ସ୍‌ଡ୍‌ ଓ୍ବେଲ୍‌ଡିଂ, ଥର୍ମାଲ କଟିଂ, ମିନି ଟୁଲ୍‌ ରୁମ୍‌ ଆଦି ବିଷୟରେ‘ସେଣ୍ଟର ଅଫ୍‌ ଏକ୍ସଲେନ୍ସ’ ବିକଶିତ କରିବାକୁ ସ୍ଥିର କରାଯାଇଛି। କରଞ୍ଜିଆ, ଉଦଳା, କପ୍ତପିଦା, ଆନନ୍ଦପୁର, କେନ୍ଦୁଝର, ରାଉରକେଲା, ବଡ଼ବିଲ, ବାରକୋଟ ଆଇଟିଆଇ, ମୟୂରଭଞ୍ଜ ପଲିଟେକ୍‌ନିକ୍‌, ଦେବଗଡ଼ ପଲିଟେକ୍‌ନିକ୍‌ ଏବଂ କେନ୍ଦୁଝର ମାଇନିଂ ଇଞ୍ଜିନିୟରିଂ ଅନୁଷ୍ଠାନରେ ଅତ୍ୟାଧୁନିକ ଟ୍ରେଡ୍‌ରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ବିକଶିତ କରିବା ଲାଗି ବୈଠକରେ ଅନୁମୋଦନ ମିଳିଛି।

ବର୍ତ୍ତମାନ କଟକ, ବ୍ରହ୍ମପୁର ଏବଂ ହୀରାକୁଦ ଆଇଟିଆଇରେ ୩ଟି ମିନି ଟୁଲ୍‌ ରୁମ୍‌ ଭୁବନେଶ୍ୱରର ସିଟିଟିସି ସହଭାଗିତାରେ କାର୍ଯ୍ୟ କରୁଛି। କଟକ ଟୁଲ୍‌ ରୁମ୍‌ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପାଇଁ କେତେକ ଯନ୍ତ୍ରପାତି ଉପତ୍ାଦନ କରାଯାଉଛି। ଓଡ଼ିଶାର ୧୧ ଆଇଟିଆଇ ଜାତୀୟସ୍ତରରେ ଶ୍ରେଷ୍ଠ ୧୦୦ ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ସେଥିରୁ ୭ ସରକାରୀ ଏବଂ ୪ ବେସରକାରୀ ଅନୁଷ୍ଠାନ। ୭ ସରକାରୀ ଅନୁଷ୍ଠାନ ମଧ୍ୟରେ ବ୍ରହ୍ମପୁର, ହିଞ୍ଜିଳିକାଟୁ, ଯାଜପୁର, ଝାରସୁଗୁଡା, ପୁରୀ, ତକତପୁର ଏବଂ ଭୁବନେଶ୍ୱର ଆଇଟିଆଇ ରହିଛି। ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri