Posted inରାଜ୍ୟ

ଓଡ଼ିଶା ଖଣି ନିଗମ କାର୍ଯ୍ୟାଳୟ: ପ୍ରତିଶ୍ରୁତି ପାଳନ ଦାବିରେ ବିସ୍ଥାପିତଙ୍କ ଧାରଣା

କାଳିଆପାଣି,୨୧|୬(ଡି.ଏନ୍‌.ଏ.)- ଓଡ଼ିଶା ଖଣି ନିଗମ ପକ୍ଷରୁ ବିସ୍ଥାପିତ ପୁରୁଣାପାଣି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କାରଖାନା ପକ୍ଷରୁ ବିସ୍ଥାପିତଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାରେ କର୍ତ୍ତୃପକ୍ଷ ଟାଳଟୁଳନୀତି ଅବଲମ୍ବନ କରୁଛନ୍ତି। ଏହାର ପ୍ରତିବାଦରେ ଗୁରୁବାର ଗ୍ରାମର ଶତାଧିକ ମହିଳା ଖଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଘଟଣାସ୍ଥଳରେ ପହଞ୍ଚତ୍ ସମସ୍ତଙ୍କୁ ଧାରଣା ପ୍ରତ୍ୟାହାର କରିବାକୁ କହିଥିଲେ। ହେଲେ ଆନ୍ଦୋଳନକାରୀ ଜିଦ୍‌ରେ ଅଟଳ ରହିଥିଲେ। ନିଗମର ପ୍ରଶାସନିକ ଅଧିକାରୀ ଲକ୍ଷ୍ମଣ ହଁାସଦା, ମ୍ୟାନେଜର କାଠି ପ୍ରଧାନ ଓ ନିଗମାନନ୍ଦ ସେଠୀ ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ। ନିଗମ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ କେତେକ କାର୍ଯ୍ୟକାରୀ ହୋଇଛି। ଅନ୍ୟଗୁଡିକ ଚାଲୁ ରହିଥିବାବେଳେ କିଛି କାମ ପାଇଁ ଟେଣ୍ଡର କରାଯାଇଛି। ଏଥିସହ ଯଥାଶୀଘ୍ର କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ ଅଧିକାରୀମାନେ କହିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ରାମଚନ୍ଦ୍ର ହଁାସଦା, ଆଶିଷ ଜେନାଙ୍କ ସମେତ ଗ୍ରାମର ଶତାଧିକ ମହିଳା ଆଲୋଚନାରେ ସାମିଲ ହୋଇଥିଲେ ା
ପ୍ରକାଶ ଯେ, ଓଡ଼ିଶା ଖଣି ନିଗମ କାଳିଆପାଣି ପକ୍ଷରୁ କାଳିଆପାଣି ପଞ୍ଚାୟତ ଅଧୀନ ପୁରୁଣାପାଣି ଗ୍ରାମର ୯୮ ପରିବାରକୁ ବିସ୍ଥାପିତ କରିବା ପରେ ସେଠାରେ କମ୍ପାନୀ ପକ୍ଷରୁ କ୍ରୋମାଇଟ ଡମ୍ଫି କରାଯାଇଥିଲା। ଏ ନେଇ ପ୍ରତି ବିସ୍ଥାପିତ ପରିବାରକୁ ଘର ନିର୍ମାଣ ପାଇଁ ଦେଢ ଗୁଣ୍ଠ ଜମି ପଟ୍ଟା ପ୍ରଦାନ କରାଯିବା ସହ ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଥିଲା। ବିସ୍ଥାପିତଙ୍କ ସାମଗ୍ରିକ ବିକାଶ ଦିଗରେ ଶିକ୍ଷା ପାଇଁ ସ୍କୁଲ, ପାନୀୟ ଜଳ, ବିଦ୍ୟୁତ୍‌କରଣ, ରାସ୍ତା ନିର୍ମାଣ କରିବା ସହ ସ୍ବାସ୍ଥ୍ୟସେବା ପାଇଁ ଭ୍ରାମ୍ୟମାଣ ଡାକ୍ତରଖାନା ପରି ସୁବିଧା ଯୋଗାଇବାକୁ ମଧ୍ୟ କମ୍ପାନୀ ପକ୍ଷରୁ ପ୍ରତଶ୍ରୁତି ଦିଆଯାଇଥିଲା। ଓଡ଼ିଶା ଖଣି ନିଗମ ଏମ୍‌ଡି ଶାଶ୍ୱତ ମିଶ୍ରଙ୍କଠାରୁ ଘୋଷଣା ମୁତାବକ ଅର୍ଥରାଶି ଓ ଜମି ପଟ୍ଟାର ଅବିକଳ ନକଲ ଗ୍ରାମବାସୀ ଗ୍ରହଣ କରିଥିଲେ। ତେବେ ପ୍ରଦାନ କରାଯାଇଥିବା ଜମି ପଟ୍ଟା କାଙ୍କଡ଼ପାଳ ପଞ୍ଚାୟତର ସଂରକ୍ଷିତ କାଜୁ ଜଙ୍ଗଲରେ ରହିଥିଲା। ତେଣୁ ବହୁ ପୁରାତନ କାଜୁ ଜଙ୍ଗଲକୁ କାଟିବା ସମୟରେ ବିସ୍ଥାପିତମାନେ ନିକଟସ୍ଥ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ପରେ ବହୁ ବାଦ ବିବାଦ ପରେ ବିସ୍ଥାପିତମାନେ ଗୃହ ନିର୍ମାଣ କରିଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା, ପାନୀୟଜଳ, ପାଠ ପଢିବାକୁ ସ୍କୁଲ, ବିଦ୍ୟୁତ୍‌, ସ୍ବାସ୍ଥ୍ୟସେବା ପାଇ ପାରିନାହାନ୍ତି। ଏ ନେଇ ଗ୍ରାମବାସୀ ବହୁ ବାର ଓଡ଼ିଶା ଖଣି ନିଗମ ଅଧିକାରୀଙ୍କୁ ଭେଟି ସମାଧାନ କରିବାକୁ ଦାବି କରିଥିଲେ। ସେହିପରି ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରି ନାହଁି। ତେଣୁ ବାଧ୍ୟ ହୋଇ ବିସ୍ଥାପିତ ଗ୍ରାମର ଶତାଧିକ ମହିଳାମାନେ ଖଣି ନିଗମ କାଳିଆପାଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ବୋଲି କହିଛନ୍ତି।
ଫଟୋ—


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri