ଏହି ୪ଟି ଜିନିଷରେ ଖର୍ଚ୍ଚ କରିବା ଦ୍ୱାରା ଧନ ବଢ଼େ: ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର ଜ୍ଞାନ ଚାଣକ୍ୟଙ୍କ ନିକଟରେ ଥିଲା। ଏଥିପାଇଁ ଜୀବନକାଳ ମଧ୍ୟରେ ସେ ଯାହା ସହିତ ଥିଲେ, ସଠିକ୍‌ ମାର୍ଗଦର୍ଶନ ଯୋଗୁ ସେ ବିଜେତା ପାଲଟୁଥିଲେ। କେଉଁ କାର୍ଯ୍ୟ କରିବା ଦ୍ୱାରା ପରିଣାମ କ’ଣ ହେବ ସେ ଜାଣିଥିଲେ।

ଏହି କ୍ରମରେ ଧନବୃଦ୍ଧି ପାଇଁ କେଉଁ ଜିନିଷରେ ବ୍ୟକ୍ତିକୁ ଖର୍ଚ୍ଚ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ଜାଣନ୍ତୁ ସେହି ୪ଟି ଜିନିଷ ଯାହା ଉପରେ ଖର୍ଚ୍ଚ କରିବା ଦ୍ୱାରା ଧନ ବଢ଼ିଥାଏ।

-ପ୍ରଥମତଃ ଲୋକମାନେ ପଇସା ଦେବା ପୂର୍ବରୁ ଲାଭକ୍ଷତି ଦେଖିଥାନ୍ତି। ହେଲେ କୌଣସି ମନ୍ଦିରକୁ ଦାନ କରୁଥିଲେ ଏଭଳି କଥା ବିଲ୍‌କୁଲ ଭାବିବା ଉଚିତ ନୁହେଁ। ଏହାଦ୍ୱାରା ଈଶ୍ୱରଙ୍କ କୃପା ଲାଭ ହୋଇଥାଏ। ଧନ ଦେଉଥିବା ବ୍ୟକ୍ତିର ଧନ ଆହୁରୀ ବୃଦ୍ଧି ପାଇଥାଏ। ଏପରିକି କିଛି ସମୟ ବ୍ୟବଧାନରେ ମନ୍ଦିରକୁ ଦାନ ଦେଉଥିବା ବ୍ୟକ୍ତିର ଘରେ ଦରିଦ୍ରତା ଆସି ନ ଥାଏ ବୋଲି ଚାଣକ୍ୟ କହିଛନ୍ତି।

– ଯେଉଁ ବ୍ୟକ୍ତି କୁଷ୍ଠ ରୋଗୀର ସହାୟତା କରିଥାଏ, ସେ କେବେ ବି ଦରିଦ୍ର ହୋଇ ନ ଥାଏ। ତାଙ୍କର ଧନ ଦିନ-ପ୍ରତିଦିନ ବଢ଼ିଥାଏ। କାରଣ କୁଷ୍ଠ ରୋଗୀ ଅଧିକ କଷ୍ଟ ସହିଥାନ୍ତି। ଏଣୁ ତାଙ୍କର ଆର୍ଥିକ ସହାୟତା କରିବା ଦ୍ୱାରା ସେମାନଙ୍କ ମନ ପ୍ରସନ୍ନ ହୋଇଥାଏ। ଫଳରେ ଧନ ଦେଉଥିବା ବ୍ୟକ୍ତିଙ୍କ ଧନ ବୃଦ୍ଧି ହୋଇଥାଏ। ଏହା ପୂଣ୍ୟ ସହ ଧନ ବୃଦ୍ଧି କରିଥାଏ ବୋଲି ଚାଣକ୍ୟ କହିଛନ୍ତି।

-ଯଦି ଆପଣ ସମର୍ଥ ତେବେ ଅସୁବିଧା ଯୋଗୁ ପଢ଼ିପାରୁ ନ ଥିବା କୌଣସି ବ୍ୟକ୍ତିକୁ ଶିକ୍ଷିତ କରିବାକୁ ପଇସା ଲଗାନ୍ତୁ। ଏହାଦ୍ୱାରା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୁଅନ୍ତି। ସର୍ବଦା ତାଙ୍କର ଧନ ଲାଭ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି।

-ଡାକ୍ତରଖାନା, କୂଅ, ଧର୍ମଶାଳା ଏବଂ ସ୍କୁଲ ଆଦି ନିର୍ମାଣରେ ଆର୍ଥିକ ସହଯୋଗ କରୁଥିବା ବ୍ୟକ୍ତି ନିଜ ଧନକୁ ଶୁଦ୍ଧ କରି ନିଅନ୍ତି। ଏଭଳି ଲୋକଙ୍କ ପାଖରେ କେବେ ବି ଟଙ୍କା ପଇସାର ଅସୁବିଧା ହୋଇ ନ ଥାଏ। ଏହା ପଛର କାରଣଟି ହେଲା ଏସବୁ କ୍ଷେତ୍ରରେ ଲଗାଯାଇଥିବା ଟଙ୍କାକୁ ବର୍ଷ ବର୍ଷ ଧରି ଲୋକ ଭୋଗି ପାରନ୍ତି। ଫଳରେ ଆର୍ଶିବାଦ ମିଳିଥାଏ, ଯାହାକି ସହାୟତା କରିଥିବା ବ୍ୟକ୍ତିଙ୍କ ସହ ସବୁବେଳେ ରହିଥାଏ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri