Posted inଫୁରସତ

ମାତ୍ର ୧୪ ବର୍ଷ ବୟସରେ କେବିସିରେ ଜିତିଥିଲେ ୧ କୋଟି ଟଙ୍କା, ଏବେ ଅଛନ୍ତି ଏହି ପଦବୀରେ

ଲୋକପ୍ରିୟ ଟିଭି ଶୋ’ କୌନ୍‌ ବନେଗା କରୋଡପତିରେ ଭାଗ ନେଇ କୋଟି କୋଟି ଟଙ୍କା ଜିତୁଥବା ପ୍ରତିଯୋଗୀ ପରବର୍ତ୍ତୀ ସମୟରେ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ସେମିତି ଜଣେ ପ୍ରତିଯୋଗୀ ହେଉଛନ୍ତି ଆଇପିଏସ ରବି ମୋହନ ସଇନି ୨୦୦୧ରେ କେବିସି ଜୁନିୟରର ଏକ ସ୍ବତନ୍ତ୍ର ସଂସ୍କରଣରେ ରବି ଏକ କୋଟି ଟଙ୍କା ପୁରସ୍କାର ରାଶି ଜିତିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୪ବର୍ଷ ହୋଇଥିଲା। ରବି ମୋହନ ସାଇନି ୨୦୧୪ରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୁଜୁରାଟ କ୍ୟାଡରର ଆଇପିଏସ ଅଧିକାରୀ ହୋଇଥିଲେ।
ରବି ମୋହନ ସଇନିଙ୍କୁ ଏବେ ୩୩ବର୍ଷ। ସେ ଗୁଜରାଟର ପୋରବନ୍ଦରରେ ଏସପି ପଦରେ ଯୋଗ ଦେଇଥିଲେ। ଏହାପୂର୍ବରୁ ରବିଙ୍କୁ ରାଜକୋଟ ସିଟିରେ ଡିସିପି ଭାବରେ ନିଯୁକ୍ତ କରାଯାଇଥିଲା। ରବି ମୂଳତଃ ଅଲୱାର ବାସିନ୍ଦା। ତାଙ୍କ ପିତା ନୌସେନାରେ ଥିଲେ। ରବି ବିଶାଖାପାଟନମର ନାଭାଲ ପବ୍ଲିକ ସ୍କୁଲରୁ ପାଠ ପଢିଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ସେ ମହାତ୍ମା ଗାନ୍ଧୀ ମେଡିକାଲ କଲେଜ ଜୟପୁରରୁ ଏମବିବିଏସ କରିଛନ୍ତି। ଏମ୍‌ବିବିଏସ୍‌ ପରେ ସେ ଇଣ୍ଟର୍ନସିପ ସମୟରେ ସିଭିଲ ସର୍ଭିସ ପାଇଁ ମନୋନୀତ ହୋଇଥିଲେ। ତାଙ୍କ ପିତା ନୌସେନାରେ ଥିଲେ, ତେଣୁ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଆଇପିଏସ ବାଛିଥିଲେ। ୨୦୧୪ରେ ସଇନିଙ୍କୁ ଚୟନ କରାଯାଇଥିଲା। ୟରବି ମୋହନ କେବିସିରେ ଏକ କୋଟି ଜିତିଥିଲେ। କିନ୍ତୁ ତାଙ୍କୁ ସମ୍ପୂର୍ଣ୍ଣ ରାଶି ଦିଆଯାଇ ନ ଥିଲା। କାରଣ କେବିସି ନିୟମ ଅନୁଯାୟୀ ୧୮ ବର୍ଷ ବୟସ ପରେ ତାଙ୍କୁ ପୁରସ୍କାର ରାଶି ଦିଆଯାଇଥିଲା। ସେତେବେଳେ ସେ ଦଶମ ଶ୍ରେଣୀରେ ପଢୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri