ଆଉ ଶୁଭିବନି ଖୁମ୍ପିଦେଲୁ…ଧେ…ତ୍‌

‘ନାଁ ଟା ତା’ହେଲେ ମିନା… ଭଲ ନାଚିଲ…, ଖୁମ୍ପି ଦେଲୁ…ଭଲ କଲୁ…ଧେ…ତ୍‌।’ ୯୦ ଦଶକରେ ଯାତ୍ରା ଜଗତରେ ଛାଇ ହୋଇଯାଇଥିବା ଭିଲେନ ଭିକୁ ସେଠ୍‌ଙ୍କ ଏହି ଦମ୍‌ଦାର ସଂଳାପକୁ କିଏ ବା ଭୁଲିପାରିବ। ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାର ଏହି ଡାଏଲଗ୍‌କୁ ଆଜି ବି ଦର୍ଶକ ସେହି ସ୍ବର ଓ କଣ୍ଠରେ କହୁଛନ୍ତି। ହେଲେ ଏହି ସଂଳାପ ପଛର ମୁଖ୍ୟ ଚରିତ୍ର ଜଣକ ଆଜି ଆମ ଗହଣରେ ନାହାନ୍ତି। ଭିକୁ ସେଠ୍‌ ନାମରେ ପରିଚିତ ମହେନ୍ଦ୍ର ଦାଶ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଛାଡ଼ି ଶନିବାର ଆରପାରିକୁ ଚାଲିଯାଇଛନ୍ତି। ତେବେ ତାଙ୍କର ସେହି ଅଭୁଲା ଡାଏଲଗ୍‌ ଆଉ ଶୁଭିବନି। ହେଲେ ତାଙ୍କର ସେହି ଜୀବନ୍ତ ଅଭିନୟ ଓ ସଂଳାପ ତାଙ୍କୁ ଚିରକାଳ ପାଇଁ ଅମର କରି ରଖିବ।

ଶାଗୁଣା ଦେଇଥିଲା ପରିଚୟ
ସଚ୍ଚି ଦାସଙ୍କ ନିର୍ଦ୍ଦେଶିତ ଜନତା ଗଣନାଟ୍ୟର ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାରେ ଭିକୁ ସେଠ୍‌ ଚରିତ୍ରରେ ଅଭିନୟ କରି ମହେନ୍ଦ୍ର ଦାଶ ରାତାରାତି ଯଲିଉଡ୍‌ର ଷ୍ଟାର୍‌ ଖଳନାୟକ ପାଲଟିଥିଲେ। ଡିମାଣ୍ଡ୍‌ ଏତେ ବଢ଼ିଗଲା ଯେ, ସବୁଥିରେ ତାଙ୍କୁ ଖୋଜାପଡ଼ିଲା। ଲୋକେ ତାଙ୍କୁ ଭିକୁ ସେଠ୍‌ ନାମରେ ଜାଣିଲେ। ଏହାପରେ ମହେନ୍ଦ୍ର ଯେଉଁଠାକୁ ବି ଯାଉଥିଲେ ସେଠାରେ ‘ଶାଗୁଣା ଆସିଲା’ ବୋଲି ଚର୍ଚ୍ଚା ହେଉଥିଲା। ଗାଁ ଡ୍ରାମାରୁ ଅଭିନୟ ଜୀବନ ଆରମ୍ଭ କରିଥିବା ମହେନ୍ଦ୍ରଙ୍କ ଅଭିନୀତ ଏହି ନାଟକ ଯାତ୍ରା ଇତିହାସରେ ଆଜି ବି ଏକ ମାଇଲଷ୍ଟୋନ ହୋଇରହିଛି। ୨୯ ବର୍ଷ ତଳର ଏହି ନାଟକ ଏବେ ବି ଦର୍ଶକଙ୍କ ମନକୁ ବାନ୍ଧି ରଖିଥିବାବେଳେ ସେ ସମୟରେ ଶାଗୁଣାକୁ ନେଇ ଅନେକ ଯାତ୍ରାପାର୍ଟି ନାଟକ ମଞ୍ଚସ୍ଥ କରିଥିଲେ। ମହେନ୍ଦ୍ର ଯେଉଁ ପାର୍ଟିକୁ ଯାଉଥିଲେ ସେଠାରେ ଶାଗୁଣାକୁ ନେଇ ନାଟକର ସଂଳାପ ଲେଖାଯାଉଥିଲା। ଗୌରୀ ଗଣନାଟ୍ୟର ‘ଏ କୋଉ ଯୁଗର ଶାଗୁଣା’, କଳିଙ୍ଗ ଗଣନାଟ୍ୟର ’ପୁଣି ଶାଗୁଣା ଫେରିଲା’, ଯାତ୍ରା ବିଶ୍ୱଜନନୀର ‘ଶାଗୁଣା ଯାଉଛି ଶ୍ୱଶୁର ଘର’, ବାଣେଶ୍ୱରୀ ଗଣନାଟ୍ୟର ‘ଶାଗୁଣାର ପୁଣି ବାସର ରାତି’ ନାମରେ ମଞ୍ଚସ୍ଥ ହୋଇଥିଲା ଓ ପ୍ରତିଥର ଭିକୁ ସେଠ୍‌ଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିଣୁଥିଲା।

ଡାଏଲଗ୍‌ କିଙ୍ଗ୍‌
ଯାତ୍ରା ଜଗତରେ ସବୁବେଳେ ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲେ ମହେନ୍ଦ୍ର। କେତେବେଳେ ତାଙ୍କୁ କେଉଁ ରୂପରେ ଷ୍ଟେଜ୍‌ରେ ଦେଖିବାକୁ ମିଳୁଥିଲା ତାହା କହିବା ମୁସ୍କିଲ ହୋଇପଡ଼ୁଥିଲା। ତେବେ ଟେଲିଭିଜନ ଓ ଇଣ୍ଟରନେଟ୍‌ ଯୁଗର ପ୍ରବେଶ ପରେ ଯାତ୍ରାର ଲୋକପ୍ରିୟତା କମିଥିଲେ ମଧ୍ୟ ମହେନ୍ଦ୍ରଙ୍କ ଡାଏଲଗ୍‌ କିନ୍ତୁ ସବୁବେଳେ ଚର୍ଚ୍ଚାରେ ରହିଆସିଥିଲା। ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ତାଙ୍କ ପ୍ରତିଟି ନାଟକର ଡାଏଲଗ୍‌ ବେଶ୍‌ ଆଦୃତ ହୋଇଥିଲା। ଏପରି କି ଟିକ୍‌ଟକ୍‌ରେ ଭିକୁ ସେଠ୍‌ଙ୍କ ସଂଳାପକୁ ନେଇ ସେମାନେ ଭଳିକି ଭଳି ଭିଡ଼ିଓ କରୁଥିଲେ। ‘ନାଁ ଟା ତା’ହେଲେ ମୀନା, ଭଲ ନାଚିଲ, ଖୁମ୍ପିଦେଲୁ, ପୁଣି ମୋତେ, ଭଲ କଲୁ। ହେଲେ ତୋର ଏ ଖୁମ୍ପାଟା ମୋ ମନର ଲେନ୍ସ ଭିତରେ ଗୋଟେ ଗାର ହୋଇ ରହିଗଲା’ ଭଳି ସଂଳାପ ଟିକ୍‌ଟକ୍‌ରେ ବେଶ୍‌ ଚହଳ ପକାଇଥିଲା।

ସିନେମା ମୋହ ଆକର୍ଷିତ କରିପାରି ନ ଥିଲା
ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାଶ ଖଳନାୟକଭାବେ ଏତେ ଲୋକପ୍ରିୟ ହୋଇଥିଲେ ଯେ ପ୍ରଯୋଜକ ବସନ୍ତ ନାୟକ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ହୋଇଥିବା ସିନେମା ‘ଯଶୋଦା’ରେ ମହେନ୍ଦ୍ର ଦାସ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକର ବହୁଚର୍ଚ୍ଚିତ ସଂଳାପ ‘ଧେ…ତ୍‌’କୁ ‘ଯଶୋଦା’ ସିନେମାରେ ଦୋହରାଇଥିଲେ ମହେନ୍ଦ୍ର। ତାଙ୍କ ପାଇଁ ଏହି ସିନେମା ବେଶ୍‌ ହିଟ୍‌ ହୋଇଥିଲା। ତେବେ ଓଡ଼ିଆ ସିନେମା ଓ କିଛି ଭଜନରେ ଅଭିନୟ କରିଥିଲେ ମଧ୍ୟ ସେ ସିନେମା ମୋହରେ ପଡ଼ି ନ ଥିଲେ। ଯାତ୍ରା ମୋହ ତାଙ୍କୁ ପୁଣିଥରେ ମଞ୍ଚକୁ ଫେରାଇ ଆଣିଥିଲା। ରାତିରେ ରଙ୍ଗ ପାଉଡର ମାରି ଲୋକଙ୍କ ମନୋରଞ୍ଜନ କରିବାକୁ ସେ ଅଧିକ ଭଲ ପାଉଥିଲେ।

ଯାତ୍ରା ଜଗତର ଯାତ୍ରା
‘ଆକାଶ କଇଁଆ ଚିଲିକା ମାଛ’ ନାଟକରୁ ଯାତ୍ରା ଜଗତରେ ପାଦ ଦେଇଥିଲେ ମହେନ୍ଦ୍ର। ଏହାପରେ ସେ ‘କନ୍ୟାଦାନ ମହାପୁଣ୍ୟ’, ‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’, ‘ତୁ ଥା ମୁଁ ଯାଉଛି ରୁଷି’, ‘ପୁଣି ଶାଗୁଣା ଫେରିଛି’, ‘ନଖି ନାନୀ ପୁଅ ଭଗିଆ’, ‘କହ ଗୌର ଦାସ କାହାର ଦୋଷ’, ‘କାଳିଆ ଆଖିରେ ଲୁହ’, ‘ଭକ୍ତ ସାଲବେଗ’, ‘ବଳାତ୍କାର’ ଭଳି ଅନେକ ଲୋକପ୍ରିୟ ନାଟକ ପାଇଁ ସେ ଚର୍ଚ୍ଚିତ ହୋଇଥିଲେ। ଦୀର୍ଘ ବର୍ଷର ଯାତ୍ରା ଜୀବନରେ ମହେନ୍ଦ୍ର ଅନେକ ସଫଳ ଓ ଚର୍ଚ୍ଚିତ ନାଟକରେ ଅଭିନୟ କରିଥିଲେ। କଳିଙ୍ଗ, ଧଉଳି, ଗୌରୀ, ତୁଳସୀ, ସାତଶଙ୍ଖ, ଯାତ୍ରା ସୋମାନାଥ, ପୃଥୀ ଅପେରା ଭଳି ଯାତ୍ରା ଅନୁଷ୍ଠାନରେ ସେ ନିଜ ପ୍ରତିଭା ଦେଖାଇଥିଲେ।

ରିପୋର୍ଟ: ସସ୍ମିତା ପାଇକରାୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

ଟିକେଟ୍‌ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ, କହିଲେ ୪୮ ଘଣ୍ଟାରେ ୭ ଲକ୍ଷ ନ ଦେଲେ…

ଭୁବନେଶ୍ୱର,୨୭।୪: ଟିକେଟ୍‌ କଟିବା ପରେ କଂଗ୍ରେସ ଛାଡିଲେ ମୋହନ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ। କଂଗ୍ରେସ ଉପରେ ବର୍ଷିବା ସହ ଶନିବାର ଦଳର ସଦସ୍ୟ ପଦରୁ...

ରବିବାର ଦୁଲୁକିବ ଓଡ଼ିଶା, କଂଗ୍ରେସ ପାଇଁ ରାହୁଲ ଭାଜପା ପାଇଁ ନଡ୍ଡା କରିବେ ପ୍ରଚାର

ଭୁବନେଶ୍ୱର,୨୭।୪: ରବିବାର ମୁହାଁମୁହିଁ ହେବେ ହାଇପ୍ରୋଫାଇଲ ନେତା। କାରଣ ରବିବାର ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri