ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ମାଓବାଦୀ

ଭବାନୀପାଟଣା,୯ା୯(ଡି.ଏନ୍‌.ଏ.)-ପୁଣି ସୀମାନ୍ତରେ ଫୁଟିଛି ଗୁଳି। କଳାହାଣ୍ଡି-କନ୍ଧମାଳ ସୀମାନ୍ତ ରାମପୁର ଥାନା ସିର୍କି ଜଙ୍ଗଲରେ ବୁଧବାର ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୫ ମାଓବାଦୀ। କଳାହାଣ୍ଡି ପୋଲିସ, ଡିଭିଏଫ୍‌ ଏବଂ ଏସଓଜିର ମିଳିତ ଅପରେଶନବେଳେ ଏହି ସଫଳତା ମିଳିଛି। ଏହାପରେ ସିର୍କି ଜଙ୍ଗଲରେ କମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ସେଠାକୁ ଅଧିକ ଫୋର୍ସ ପଠାଯାଇଛି। ମୃତ ମାଓବାଦୀଙ୍କ ମଧ୍ୟରେ ୩ ମହିଳା ଓ ୨ ପୁରୁଷ ଥିବା କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ୨ଏସ୍‌ଏଲ୍‌ଆର୍‌ ବନ୍ଧୁକ ଓ ୩ଟି ଦେଶୀ ବନ୍ଧୁକ ସମେତ ବିପୁଳ ମାଓସାମଗ୍ରୀ ଜବତ ହୋଇଛି।
ପୂର୍ବାହ୍ନ ୧୧ଟା ବେଳେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି-କନ୍ଧମାଳ ପୋଲିସ ସହାୟତାରେ ଅପରେଶନ ଆରମ୍ଭ ହୋଇଥିଲା। ଉଭୟ ପଟୁ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ହୋଇଥିଲେ। ଅପରେଶନ୍‌କୁ ଜୋରଦାର କରିବା ପାଇଁ ସେଠାକୁ ଅଧିକ ଏସ୍‌ଓଜି, ଡିଭିଏସ୍‌ ଓ ସିଆର୍‌ପିଏଫ୍‌ ଜବାନଙ୍କୁ ପଠାଯାଇଛି। ଖବର ଲେଖା ହେବା ବେଳକୁ ଅପରେଶନ୍‌ ଜାରି ରହିଥିଲା। ନିହତମାନେ ମାଓବାଦୀ ସଂଗଠନ ସିପିଆଇ ମାଓବାଦୀ କେକେବିଏନ୍‌ (କଳାହାଣ୍ଡି-କନ୍ଧମାଳ-ବଉଦ୍‌-ନୟାଗଡ଼) ଡିଭିଜନର ବୋଲି ସୂଚନା ମିଳିଛି।
ଏହାପୂର୍ବରୁ କଳାହାଣ୍ଡି ଜିଲାର ମଦନପୁର ରାମପୁର, ବୁଲାମୁଣ୍ଡା, ଥାଆମୁଲରାମପୁର, କୋକସରା ବ୍ଲକ ଏବଂ ଭବାନୀପାଟଣା ବ୍ଲକର ଜୁକସେପାଟଣାର ବିଭିନ୍ନ ଆଭ୍ୟନ୍ତରିଣ ଜଙ୍ଗଲ ଅଞ୍ଚଳରେ ପୋଲିସ, ଏସଓଜି ଏବଂ ଡିଭିଏଫ୍‌ ଯବାନମାନେ କମ୍ବିଂ ଅପରେଶନ କରିଥିଲେ। ଏଥିରେ କେତେକ ମାଓବାଦୀ ମୃତ୍ୟୁବରଣ କରିଥିବାବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri