ଗୁରୁଦିବସ ପାଳନ ପଡ଼ିଲା ମହଙ୍ଗା: ଫେସ୍‌ବୁକ୍‌ରେ ଫଟୋ ଭାଇରାଲ ପରେ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌

କୁଆଁରମୁଣ୍ଡା,୭।୯(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି। ଏହି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ବନ୍ଦକରାଯାଇଛି। ଛାତ୍ରୀ, ଛାତ୍ରଙ୍କ ମଧ୍ୟାହ୍ନଭୋଜନ ଚାଉଳ,ବହି ଇତ୍ୟାଦି ଶିକ୍ଷୟିତ୍ରୀ/ଶିକ୍ଷକମାନେ ସେମାନଙ୍କ ଘରେ ପହଞ୍ଚାଉଛନ୍ତି । ତେବେ ଶନିବାର ଗୁରୁଦିବସରେ କୌଣସି ଛାତ୍ରୀଛାତ୍ର ଯେପରି ସ୍କୁଲ ଆସି ଏହା ପାଳନ ନ କରନ୍ତି ସେଥିପାଇଁ ସରକାରୀସ୍ତରରେ ବାରଣ କରାଯାଇଥିଲା। ମାତ୍ର ଏହି ନିୟମର ଖୋଲାଖୋଲି ଉଲ୍ଲଘଂନ ହୋଇଛି ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଶିକ୍ଷା କାର୍ଯ୍ୟାଳୟ ଅଧୀନ ରାଏବୋଗା ଅଞ୍ଚଳର ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଉକ୍ତ ବିଦ୍ୟାଳୟରେ କୋଭିଡ୍‌ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇ ଗୁରୁଦିବସ ପାଳନ କରାଯାଇଥିବା ସାମାଜିକ ଗଣମାଧ୍ୟମ(ଫେସବୁକ୍‌)ରେ ଫଟୋ ଭାଇରାଲ ହୋଇଛି। ଗୁରୁଦିବସ ପାଳନ ସମୟରେ ଉକ୍ତ ବିଦ୍ୟାଳୟରେ ଶିକ୍ଷୟିତ୍ରୀ/ଶିକ୍ଷକମାନଙ୍କ ସହ ଛାତ୍ରୀଛାତ୍ର ଉପସ୍ଥିତ ରହିଛନ୍ତି। ସେଠାରେ ମଧ୍ୟ ସାମାଜିକ ଦୂରତ୍ୱ ପାଳନ ହୋଇ ନ ଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧୀକାରୀ ସଦାନନ୍ଦ ପଧାନଙ୍କୁ ପଚରାଯିବାରୁ ସେ ଏହାକୁ ନିନ୍ଦା କରିବା ସହ ସମ୍ପୃକ୍ତ ବିଦ୍ୟାଳୟରେ କାହିଁକି ଛାତ୍ରୀଛାତ୍ରମାନଙ୍କୁ ଡକାଯାଇ ଗୁରୁଦିବସ ପାଳନ କରାଗଲା ସେ ନେଇ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

 

 


Enter your email to get our daily news in your inbox.

All Right Reserved By Dharitri.Com

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ 

ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ...

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri