ଏନ୍‌ସିଆର୍‌ବି ରିପୋର୍ଟ: ଦେଶରେ ବଢ଼ୁଛି ଶ୍ରମିକ ଆତ୍ମହତ୍ୟା

ଭୁବନେଶ୍ୱର,୪।୯(ବ୍ୟୁରୋ): ଲୋକମାନେ କାମଧନ୍ଦା ହରାଇ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ଏପରି କି ଦୁଇଓଳି ଦୁଇମୁଠା ଖାଇବାକୁ ମଧ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି। ଆର୍ଥିକ ଅନଟନ ସାଙ୍ଗକୁ ମାନସିକ ଚିନ୍ତା ଘର ଓ ପରିବାରକୁ ଧ୍ୱଂସ କରିଦେଉଛି। ରୋଜଗାର ହରାଇବା ପରେ ବେକାର ହୋଇ ଘରେ ବସିଥିବା ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି। ଏଥିସହିତ ଆତ୍ମହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ଦିନମଜୁରିଆ ଏବଂ ସ୍ବଳ୍ପ ଆୟ ବର୍ଗ ଲୋକମାନେ ଅତିମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଏହି ଶ୍ରେଣୀର ଲୋକମାନଙ୍କ କ୍ଷେତ୍ରରେ ଆତ୍ମହତ୍ୟା ଭଳି ଘଟଣା ବଢ଼ିବାରେ ଲାଗିଛି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ରିପୋର୍ଟ ତଥ୍ୟରୁ ଏଭଳି ଦୁଃଖଦ ଚିତ୍ର ପଦାକୁ ଆସିଛି।
ଅନ୍ୟପକ୍ଷେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ବଢିଚାଲିଛି। ରାଜ୍ୟରେ ଏହି ମୃତ୍ୟୁ ହାର ଜାତୀୟ ହାରଠାରୁ ଅଧିକ। ପ୍ରତି ୧ ଲକ୍ଷରେ ଦେଶରେ ହାରାହାରି ୩୧.୫ ଜଣଙ୍କର ମୃତ୍ୟୁ ହେଉଥିବା ବେଳେ ଓଡ଼ିଶାରେ ୩୭.୬ ଜଣଙ୍କର ମୃତ୍ୟୁ ହୋଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୯ରେ ଦିନମଜୁରିଆମାନେ କାମଧନ୍ଦା ନ ପାଇ ପରିବାର ପ୍ରତିପୋଷଣରେ ଅକ୍ଷମତା କାରଣରୁ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତିି। ୨୦୧୯ରେ ଦେଶରେ ୧,୩୯,୧୨୩ ଆତ୍ମହତ୍ୟା ଘଟଣା ଘଟିଛି। ୨୦୧୮ ତୁଳନାରେ ତାହା ୩.୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୮ରେ ୧,୩୪,୫୧୬ଜଣ ଆତ୍ମହତ୍ୟା କରିଥିଲେ। ସେଥିମଧ୍ୟରୁ ୨୩.୪ ପ୍ରତିଶତ ହେଉଛନ୍ତି ଦିନମଜୁରିଆ ବା ଶ୍ରମିକ। ଏଥିସହିତ ଅନ୍ୟାନ୍ୟ ବୃତ୍ତିଧାରୀ ମଧ୍ୟ ଆତ୍ମହତ୍ୟା କରିଥିବା ରିପୋର୍ଟରେ କୁହାଯାଇଛି। ୯୭,୬୧୩ ଜଣଙ୍କ ମଧ୍ୟରୁ ୨୯ ହଜାର ୯୨ ଜଣ ଶ୍ରମିକଶ୍ରେଣୀର ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେହିପରି ଗୃହିଣୀ ଓ ଛାତ୍ରୀଛାତ୍ରଙ୍କ ପରେ ଶ୍ରମଜୀବୀ ମହିଳା ଆତ୍ମହତ୍ୟା କରୁଥିବା ରିପୋର୍ଟରେ କୁହାଯାଇଛି।
ଦେଶରେ ସବୁଠାରୁ କମ୍‌ ରୋଜଗାର କରୁଥିବା ଗୋଷ୍ଠୀରେ ଶ୍ରମିକ ଶ୍ରେଣୀ ଅନ୍ତର୍ଭୁକ୍ତ। କୃଷି ଶ୍ରମିକମାନେ ମଧ୍ୟ ଏହି ଗୋଷ୍ଠୀରେ ରହିଛନ୍ତି। କୃଷି ପରେ କୃଷି ଶ୍ରମିକମାନେ କାମ ଧନ୍ଦା ହରାଇ ବେକାର ହୋଇଯାଉଛନ୍ତି। ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୧୯ରେ ୧୦,୨୮୧ କୃଷି ସହ ଜଡିତ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ୫,୯୫୭ ଜଣ କୃଷକ ଥିବାବେଳେ ୪,୩୨୪ ଜଣ କୃଷିଶ୍ରମିକ ରହିଛନ୍ତି। ଦେଶରେ ଆତ୍ମହତ୍ୟା କରୁଥିବା ଜନସଂଖ୍ୟାର ଏହା ହେଉଛି ୭.୪ ପ୍ରତିଶତ। ବିଭିନ୍ନ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି। ମହାରାଷ୍ଟ୍ରରେ ସର୍ବାଧିକ ଚାଷୀ ଆତ୍ମହତ୍ୟା କରୁଥିବା ରିପୋର୍ଟରେ କୁହାଯାଇଛି। ଦେଶରେ ଆତ୍ମହତ୍ୟା କରୁଥିବା ଚାଷୀଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୩୮.୨ ପ୍ରତିଶତ ଚାଷୀ ଋଣଭାର ଓ ଫସଲହାନି ଯୋଗୁ ଜୀବନ ହାରିଛନ୍ତିି। ସେହିପରି କର୍ନାଟକରେ ୧୯.୪ ପ୍ରତିଶତ ଚାଷୀ ଆତ୍ମହତ୍ୟା କରୁଥିବା ଏଥିରେ କୁହାଯାଇଛି। ଏହା ପଛକୁ ଆନ୍ଧ୍ରପ୍ରଦେଶରେ ୧୦ ଏବଂ ମହାରାଷ୍ଟ୍ରରେ ୫.୩ ପ୍ରତିଶତ ଚାଷୀ ଆତ୍ମହତ୍ୟା କରିଛନ୍ତି। ଦେଶରେ ଆତ୍ମହତ୍ୟା କରୁଥିବା ସମୁଦାୟ ଲୋକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଲୋକଙ୍କର ମାସିକ ରୋଜଗାର ମାତ୍ର ୮ ହଜାର ୩୩୩ ଟଙ୍କା। ଅର୍ଥାତ୍‌ ସେମାନଙ୍କର ବାର୍ଷିକ ରୋଜଗାର ୧ ଲକ୍ଷରୁ କମ୍‌। ଆତ୍ମହତ୍ୟା କରୁଥିବା ୩୦ ପ୍ରତିଶତ ଲୋକଙ୍କର ବାର୍ଷିକ ରୋଜଗାର ୧ରୁ ୫ ଲକ୍ଷ ହୋଇଥିବା ରିପୋର୍ଟରେ କୁହାଯାଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଦୈନିକ ମଜୁରି କମ୍‌ ଥିବା ଯୋଗୁ ଶ୍ରମଜୀବୀମାନଙ୍କ ରୋଜଗାର ବଢିପାରୁ ନାହିଁ। କରୋନା ମହାମାରୀ ଯୋଗୁ ରୋଜଗାର ହରାଇଥିବା ଲୋକମାନଙ୍କ ମାନସିକ ସନ୍ତୁଳନ ବିଗୁଡୁଛି। ଆଗାମୀ ଦିନରେ ଆତ୍ମହତ୍ୟା ଭଳି ଘଟଣା ଆହୁରି ବଢ଼ିବ ବୋଲି ଅର୍ଥନୀତି ବିଶାରଦ ଆଶଙ୍କା କରିଛନ୍ତି।
ରିପୋର୍ଟ ଅନୁଯାୟୀ ସମୁଦାୟ ଆତ୍ମହତ୍ୟା ମାମଲାରେ ଦେଶରେ ୭ ପ୍ରତିଶତ ଚାଷୀ ଜୀବନ ହାରିଥିବା ବେଳେ ଛାତ୍ରୀଛାତ୍ର ୭, ଦିନମଜୁରିଆ ୨୩, ଗୃହିଣୀ ୧୫, ଆତ୍ମନିଯୁକ୍ତି କରିଥିବା ବ୍ୟକ୍ତି ୧୨, ବେକାର ୧୦ ପ୍ରତିଶତ ଆତ୍ମହତ୍ୟା କରିଛନ୍ତି। ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଆତ୍ମହତ୍ୟା କରୁଛନ୍ତି। ସମୁଦାୟ ଆତ୍ମହତ୍ୟା ମାମଲା ମଧ୍ୟରେ ପୁରୁଷ ଓ ମହିଳାଙ୍କ ଅନୁପାତ ଯଥାକ୍ରମେ ୭୦.୨, ୨୯.୯। ରଶି ଦେଇ ୫୩.୬ ପ୍ରତିଶତ ଆତ୍ମହତ୍ୟା କରିଥିବା ବେଳେ ବିଷ ପିଇ ୨୫.୮ ପ୍ରତିଶତ, ପାଣିକୁ ଡେଇଁ ୫.୨, ପୋଡିହୋଇ ୩.୮ ପ୍ରତିଶତ ଜୀବନ ହାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri