ବନ୍ୟା ଉଜାଡ଼ିଛି ୫୪ ହଜାର ହେକ୍ଟର ଫସଲ

କେନ୍ଦ୍ରାପଡ଼ା ଅଫିସ,୪।୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଚଳିତ ବନ୍ୟା ପୂର୍ବରୁ ଲଘୁଚାପ ବର୍ଷା ହୋଇଥିଲା। କ୍ଷେତରୁ ବର୍ଷା ଜଳ ନିଷ୍କାସିତ ହୋଇ ନ ଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟା ଆସିଥିଲା। ବର୍ଷାଋତୁ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଗତ ଏପ୍ରିଲରେ ଅନୁଷ୍ଠିତ ଜିଲା ପ୍ରଶାସନିକ ବୈଠକରେ ସୂଚନା ଦିଆଯାଇଥିଲା। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଚଳିତ ବନ୍ୟା ଚାଷୀଙ୍କ ଭାତହାଣ୍ଡି ଉଜାଡି ଦେଇଥିବା ବେଳେ ଧନଜୀବନ ଉପରେ ପ୍ରଭାବ ପକାଇଛି। ଏହି ବନ୍ୟାରେ ଜିଲାର ୮୧ ପଞ୍ଚାୟତର ୩୭୭ଟି ଗ୍ରାମ ପ୍ରଭାବିତ ହୋଇଛି। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୭ଟି ୱାର୍ଡବାସୀ ଦୀର୍ଘଦିନ ଧରି ବନ୍ୟା ଘେରରେ ରହିଛନ୍ତି। ଜିଲାର ୫,୦୭,୫୯୫ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେହିପରି ଆଳି ଓ ରାଜକନିକା ବ୍ଲକରେ ଦୁଇଟି ଜୀବନ ନେଇଛି। ଜିଲାର ୩୮.୧୯ କିଲୋମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ନଦୀର ୫ଟି ସ୍ଥାନରେ ବନ୍ଧ ଭାଙ୍ଗିଥିବା ବେଳେ ୭୩ଟି ସ୍ଥାନରେ ଘଳିଆ ପଡିଛି। ୭ ସ୍ଥାନରେ କଲଭର୍ଟ ଓ ୧୫୨ଟି ନଳକୂପ ପ୍ଲାଟ୍‌ଫର୍ମ ଭାଙ୍ଗିଯାଇଛି। ଏଥିସହ ଏହି ବନ୍ୟା ଜଳ ୫୪,୦୫୦ ହେକ୍ଟର ଜମିରେ ମାଡିଯାଇ ଫସଲ ନଷ୍ଟ କରିଛି। ଏଥିମଧ୍ୟରୁ ୩୬,୭୪୫ ହେକ୍ଟର ଜମିରେ ଥିବା ଫସଲ ୩୩ ପ୍ରତିଶତରୁ ଅଧିକ ନଷ୍ଟ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୩,୫୧୬ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଜିଲାର ୧୮,୨୩୫ଟି ଘର ବନ୍ୟା ନଷ୍ଟ କରିଛି। ୪୫ଟି କଚାଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ୫୮ଟି ଘର ସଜାଡିବା ଅବସ୍ଥାରେ ନାହିଁ। ୧୩,୨୪୬ଟି ଘର ଆଂଶିକ ଭାଙ୍ଗିଛି। ୯୧୩ଟି କୁଡିଆ ଓ ୩,୮୩୪ ଗୁହାଳ ସହ ଘର ଭାଙ୍ଗିଛି। ଯାହାର ଆନୁମାନିକ ମୂଲ୍ୟ ୬୦୯.୫୬ ଲକ୍ଷ ହେବ। ଏହି ବନ୍ୟାରେ ୫୧,୯୦୧ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ ଏଥିମଧ୍ୟରୁ ୫ଟି ପଶୁଙ୍କ ଜୀବନ ଯାଇଛି।
ସେହିପରି ଜିଲାର ୭୦ ମାଛ ପୋଖରୀ ଓ ୬୮ଟି ଯାଆଁଳ କେନ୍ଦ୍ର ପ୍ରଭାବିତ ହୋଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ଚଳିତ ବନ୍ୟାରେ ୪,୭୬୦.୮୬ ଲକ୍ଷ ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ଓ ୮,୮୯୦.୨୧ ଲକ୍ଷ ଟଙ୍କର ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ପ୍ରତାପ ଚନ୍ଦ୍ର ପାଢ଼ୀ, ପ୍ରମୋଦ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, ଜିଲା ବିକାଶ ଯୋଜନାରେ ବନ୍ୟା ନିରାକରଣକୁ ଗୁରୁତ୍ୱ ଦିଆଯାଉନାହିଁ। ପ୍ରତିବର୍ଷ ବନ୍ୟା ଆସି ଜିଲାର ଧନଜୀବନ ନଷ୍ଟ କରୁଛି। ବେଣୀପୁର ଘାଇକୁ ବିଭାଗ ପକ୍ଷରୁ ୬ କୋଟି ଟଙ୍କାରେ ୨୦୧୯ରେ ସୁଦୃଢ଼ୀକରଣ କରାଯାଇଥିଲା। ତେବେ ବିରୂପା ନଦୀରେ ସାମାନ୍ୟ ଜଳପତ୍ତନରେ ଘାଇ ହେଲା। ସେହିପରି ଦୁର୍ବଳ ନଦୀବନ୍ଧ ଚିହ୍ନଟ ଓ ମରାମତିକୁ ଅଣଦେଖା କରାଯାଇଛି। ଉପାନ୍ତ ଅଞ୍ଚଳରେ ନଦୀବନ୍ଧ ଯୋଜନା ନ ଥିବାରୁ ବନ୍ୟା ଜଳ ମାଡି ଆସୁଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଜିଲା ଜରୁରିକାଳୀନ ଅଧିକାରୀ ସମ୍ବିତ କୁମାର ଶତପଥୀ କହିଛନ୍ତି, ବନ୍ୟା ମୁକାବିଲା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ୩୩,୬୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୦୧ଟି କେନ୍ଦ୍ରରେ ୫ ଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ବନ୍ୟା ଅଞ୍ଚଳରେ ରାଶନ ସାମଗ୍ରୀ ଓ ଅର୍ଥ ପ୍ରଦାନ କରାଯାଇଛି। ୨,୨୫,୪୦୬ ଲୋକଙ୍କୁ ଚୁଡା, ଗୁଡ ଓ ଅନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ସେହିପରି ୧,୦୬୭ଟି ନଳକୂପ, ୧,୦୦୫ଟି କୂଅକୁ ବିଶୋଧିତ କରାଯାଇଛି। ୮ଟି ମେଡିକାଲ ଟିମ୍‌ ସ୍ବାସ୍ଥ୍ୟସେବାରେ ନିୟୋଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri