Posted inଫୁରସତ

ଏକ ମିନିଟ୍‌ରେ ୧୫୦ କାର୍‌ ଲୋଗୋ

ଚେନ୍ନାଇ: କଥାରେ ଅଛି ଆଗ୍ରହର ସହ କରାଯାଇଥିବା ସମସ୍ତ କାମରେ ସଫଳତା ଅବଶ୍ୟ ମିଳିଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ଚେନ୍ନାଇର ୭ ବର୍ଷର ବାଳକ କେଭିନ୍‌ ରାହୁଲ। ଏତେ କମ୍‌ ବୟସରେ ସେ ୧୫୦ଟି କାର୍‌ ଲୋଗୋର ନାଁ କହି ରେକର୍ଡ କରିଛନ୍ତି। ଛୋଟବେଳରୁ କେଭିନଙ୍କର କାର୍‌ ପ୍ରତି ଏକ ସ୍ବତନ୍ତ୍ର ଆକର୍ଷଣ ରହିଛି। କାର୍‌ ଦେଖିବା ମାତ୍ରେ ସେ ଭଲଭାବେ ସବୁ ନିରୀକ୍ଷଣ କରିଥାନ୍ତି। କାର୍‌ ପ୍ରତି ତାଙ୍କର ଏହି ଆକର୍ଷଣ ଏବେ ତାଙ୍କୁ ରେକର୍ଡ କରିବାରେ ସାହାଯ୍ୟ କରିଛି। ମାତ୍ର ୧ ମିନିଟ୍‌ ସମୟରେ ସେ ଗାଡ଼ିର ଲୋଗୋ ଦେଖି ୧୫୦ଟି କାର୍‌ର ନାଁ କହି ପାରିଛନ୍ତି। ଏତେ କମ୍‌ ସମୟରେ ସେ ଏତେ କାର୍‌ ନାଁ କହିପାରିଥିବାରୁ ଏବେ ତାଙ୍କ ନାଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଓ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଏତେ କମ୍‌ ବୟସରେ କେଭିନ୍‌ ଏହି ରେକର୍ଡ ହାସଲ କରିପାରିଥିବାରୁ ଏବେ ତାଙ୍କ ପରିବାର ଲୋକେ ବେଶ୍‌ ଖୁସି ହୋଇଛନ୍ତି। କେଭିନଙ୍କ ବାପା ରାଜୁଙ୍କ କହିବା ଅନୁସାରେ ସବୁ କଥାକୁ କେଭିନ୍‌ ଶୀଘ୍ର ମନେରଖିପାରନ୍ତି। କିନ୍ତୁ କାର୍‌ ପ୍ରତି ତାଙ୍କର ସ୍ବତନ୍ତ୍ର ରୁଚି ରହିଥିବାରୁ ସବୁ କାର୍‌ର ଲୋଗୋ ଦେଖି ସେ ଗାଡ଼ିର ନାଁ କହିପାରନ୍ତି। ଏହି ସ୍ମରଣଶକ୍ତି ଫଳରେ ସେ ୧ ମିନିଟ୍‌ ମଧ୍ୟରେ ୧୫୦ଟି ଗାଡ଼ିର ନାଁ କହିପାରିଛନ୍ତି। ତାଙ୍କର ମନେ ରଖିବା ଶକ୍ତି ଭଲ ଥିବାରୁ ସେ କିଛି ବି ଭୁଲନ୍ତି ନାହିଁ ଓ ସବୁବେଳେ କିଛି ବଡ଼ କାମ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଏତେ କମ୍‌ ବୟସରୁ ସେ କିପରି ରେକର୍ଡ କରିବେ ଚିନ୍ତା କରି ଏହି ରାସ୍ତାକୁ ଆପଣାଇଥିଲେ। ଫଳରେ ଏହି ମାସରେ ସେ ରେକର୍ଡ କରିବା ନିମନ୍ତେ ପଦକ୍ଷେପ ନେଇଥିଲେ ଓ ସଫଳ ହୋଇଥିଲେ। ଗତ ଜୁନ୍‌ ମାସରେ ହୋଇଥିବା ଏକ ନୂଆ ରେକର୍ଡକୁ ଭାଙ୍ଗି ସେ ଏହି ସଫଳତା ହାସଲ କରିପାରିଛନ୍ତି। ଏବେ ଏଭଳି ଏକ ରେକର୍ଡ କରିଥିବା କେଭିନ୍‌ ଭବିଷ୍ୟତରେ ପୁଣି ନୂଆ ରେକର୍ଡ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ତାଙ୍କ ସହ ଆଇସ୍‌କ୍ରିମ୍‌ ଖାଇବା ପାଇଁ କେଭିନ୍‌ଙ୍କର ସ୍ବତନ୍ତ୍ର ଇଚ୍ଛା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri