Posted inରାଜ୍ୟ

ଜମି ଗଲେ ଓୟୁଏଟି କରିବ କ’ଣ

ଭୁବନେଶ୍ୱର,୨ା୯(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ୨୧୩.୮୧ ଏକର ମୂଲ୍ୟବାନ ଜମିକୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସାଧାରଣ ପ୍ରଶାସନ (ଜି.ଏ.) ବିଭାଗକୁ ହସ୍ତାନ୍ତର କରିଛି। ପାଠପଢ଼ା, ଗବେଷଣା, ନୂଆ ବିହନ ସୃଷ୍ଟି ପାଇଁ ବ୍ୟବହାର ହେଉଥିବା ଏହି ବୃହତ୍‌ ପରିମାଣର ଜମି ହରାଇଲେ ଓୟୁଏଟି କରିବ କ’ଣ ବୋଲି ପ୍ରଶ୍ନ ଉଠୁଛି। ସଚିବାଳୟରେ ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଆଢ଼ୁଆଳରେ ଏକ ପ୍ରଭାବଶାଳୀ ଗୋଷ୍ଠୀ ଓୟୁଏଟି ଜମିକୁ ଘରୋଇ ସଂସ୍ଥାକୁ ଟେକିଦେବାକୁ ବ୍ୟସ୍ତ।
ଓୟୁଏଟି ଓଡ଼ିଶାର ଏକମାତ୍ର ଏବଂ ଦେଶର ସବୁଠୁ ପୁରୁଣା କୃଷି ବିଶ୍ୱବିଦ୍ୟାଳୟ। ଶିକ୍ଷାର ବିକାଶ, ଗବେଷଣା ସହିତ କୃଷିକୁ ଅଗ୍ରାଧିକାର ଦେବା ଲକ୍ଷ୍ୟରେ ୧୯୬୨ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ। ଏହି ବିଶ୍ୱବିଦ୍ୟାଳୟ ଗତ ୫୮ ବର୍ଷ ଧରି କୃଷିର ବିକାଶ ପାଇଁ ନିରନ୍ତର ସେବା ଯୋଗାଇ ଆସୁଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହଜାର ହଜାର ଗ୍ରାଜୁଏଟ୍‌ ସୃଷ୍ଟି କରି ରାଷ୍ଟ୍ରଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କେବଳ ସେତିକି ନୁହେଁ ଏହି ବିଶ୍ୱବିଦ୍ୟାଳୟ ୧୫୪ ପ୍ରକାରର ନୂଆ ଶସ୍ୟ ସୃଷ୍ଟି କରି ରାଜ୍ୟକୁ ଶସ୍ୟ ଉପତ୍ାଦନରେ ଆତ୍ମନିର୍ଭରଶୀଳ କରିପାରିଛି। ଏହାକୁ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ କରିବାକୁ ଆହୁରି ଅଧିକ ଜମିର ଆବଶ୍ୟକତା ରହିଛି। ଏଥିସହିତ କ୍ଷେତ୍ରସ୍ତରୀୟ ପରୀକ୍ଷା, ଶିକ୍ଷା ଏବଂ ଶସ୍ୟ ପ୍ରଦର୍ଶନ ପାଇଁ ଅଧିକ ଜମି ଦରକାର। ଏସବୁକୁ ଦୃଷ୍ଟିରେ ରଖି କୃଷି ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ମୁଖ୍ୟ କ୍ୟାମ୍ପସ୍‌ ନିକଟରେ ଉକ୍ତ ଜମି ଯୋଗାଇ ଦିଆଯାଇଥିଲା। ଏହାକୁ ଦେଖି ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌) ଓୟୁଏଟିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଡିଗ୍ରୀ, ମାଷ୍ଟର ଡିଗ୍ରୀ ଏବଂ ପିଏଚ୍‌ଡି ପାଠ୍ୟକ୍ରମ ଖୋଲିବା ଲାଗି ସ୍ବୀକୃତି ପ୍ରଦାନ କରିଛି। ଉକ୍ତ ଜମି ବିଶ୍ୱବିଦ୍ୟାଳୟ ଗବେଷଣାର ପ୍ରମୁଖ ଶସ୍ୟ କ୍ଷେତ୍ର। ଏଠାରେ ଶସ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ଗବେଷଣା ହୋଇଥାଏ। ନିକଟରେ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ୨୧୩.୮୧ ଏକର ଜମି ଓୟୁଏଟିକୁ ପ୍ରଦାନ କରାଯାଇଥିବା ସମଗ୍ର ଜମିର ଏକ ତୃତୀୟାଂଶ। ଏହା ଚାଲିଯିବା ପରେ ବିଶ୍ୱବିଦ୍ୟାଳୟର ଅସ୍ତିତ୍ୱ ଏକପ୍ରକାର ଲୋପ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହା ଯେ କେବଳ କ୍ଷେତ୍ରସ୍ତରୀୟ ପରୀକ୍ଷା ନିରୀକ୍ଷା କିମ୍ବା ଗବେଷଣାକୁ କ୍ଷତି ପହଞ୍ଚାଇବ ନାହିଁ, ବରଂ ଆଇସିଏଆର୍‌ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଥିବା ଡିଗ୍ରୀଗୁଡ଼ିକର ସ୍ବୀକୃତି ମଧ୍ୟ ହରାଇବାକୁ ପଡ଼ିବ। ଏହାଛଡ଼ା କୃଷିବୈଜ୍ଞାନିକଙ୍କ ଦ୍ୱାରା ନୂତନ ବିହନ ବିକାଶ ଏବଂ ଉପତ୍ାଦନରେ ଗୁରୁତର ବାଧା ସୃଷ୍ଟି ହେବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି।
ଏହି ଜମିକୁ ଫେରାଇ ଦେବା ଲାଗି ୨୦୧୯ ଡିସେମ୍ବରରେ ଓୟୁଏଟି କୁଳପତି ପଓ୍ବନ କୁମାର ଅଗ୍ରୱାଲ କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତା’ର ଚିଠି ନଂ.୨୧୫୯୪ ତାରିଖ ୨୦.୧୧.୨୦୧୯ରେ ଜମି ହସ୍ତାନ୍ତର ନେଇ ଓୟୁଏଟିକୁ ସୂଚନା ଦେଇଥିବା କୁଳପତି ଅଗ୍ରଓ୍ବାଲ କୁଳାଧିପତିଙ୍କୁ ଜଣାଇଥିଲେ। କୁଳାଧିପତି ମଧ୍ୟ ଏହାକୁ ଅତି ଗୁରୁତ୍ୱର ସହ ନେଇ ୨୦୨୦ ଜାନୁୟାରୀ ୮(ଚିଠିରେ ୨୦୨୦ ପରିବର୍ତ୍ତେ ୨୦୧୯ ଉଲ୍ଲେଖ ରହିଛି)ରେ ଓୟୁଏଟିକୁ ଉକ୍ତ ଜମି ଫେରାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଚିଠିରେ ଉଲ୍ଲେଖ ତାରିଖ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲେ ମଧ୍ୟ ପ୍ରସଙ୍ଗ ଅତ୍ୟନ୍ତ ଗମ୍ଭୀର ରହିଛି। ବିଶ୍ୱବିଦ୍ୟାଳୟ ଏବଂ ଛାତ୍ରୀଛାତ୍ରମାନଙ୍କର ହିତ ଦୃଷ୍ଟିରୁ ୨୧୩.୮୧ ଏକର ଜମିର ମାଲିକାନା ସ୍ବତ୍ୱ ଓୟୁଏଟିକୁ ଫେରାଇ ଦେବାକୁ କୁଳାଧିପତି ଚିଠିରେ ଉଲ୍ଲେଖ କରିଛନ୍ତି। ହେଲେ ପ୍ରାୟ ୮ ମାସ ହେବ କୁଳାଧିପତି ଜମି ଫେରାଇ ଦେବାକୁ ଚିଠି ଲେଖିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି। ଉକ୍ତ ଜମିକୁ ଫେରାଇ ନ ଦେଲେ ବିଶ୍ୱବିଦ୍ୟାଳୟ କେବଳ ନାମକୁ ମାତ୍ର ହୋଇ ରହିଯିବ ବୋଲି ଶିକ୍ଷାବିତ୍‌ମାନେ ଆଶଙ୍କା କରିଛନ୍ତି।
ଏ ସମ୍ପର୍କରେ ଓୟୁଏଟି କୁଳପତି ଅଗ୍ରଓ୍ବାଲଙ୍କୁ ପଚାରିବାରୁ ସେ କହିଲେ ଯେ, ଏ ନେଇ ରାଜ୍ୟପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି। ଏହା ଉପରେ ସେ ଆଉ କିଛି ଟିପ୍ପଣୀ ଦେଇପାରିବେ ନାହିଁ ବୋଲି କହିଛନ୍ତି। କୃଷି ଓ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗଙ୍କୁ ପଚାରିବାରୁ ସେ କହିଲେ ଯେ, ଜମି ହସ୍ତାନ୍ତର ବିଷୟରେ ମୁଁ କିଛି ଜାଣି ନାହିଁ। କ’ଣ ହୋଇଛି ଦେଖିବି। ତେବେ ଏ ବିଷୟରେ ସାଧାରଣ ପ୍ରଶାସନ ବିଭାଗକୁ ପଚାରିଲେ ଭଲ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri