Posted inଜାତୀୟ

ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜରିମାନା: ଜମା ନ କଲେ ୩ ମାସ ଜେଲଦଣ୍ଡ

ନୂଆଦିଲ୍ଲୀ, ୩୧।୮: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ମାମଲାର ବିଚାର କରି ସୁପ୍ରିମ୍‌କୋର୍ଟ ସୋମବାର ଟଙ୍କାଏ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୫ ସୁଦ୍ଧା ଏହାକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜମା ନ କଲେ ୩ ମାସ ଜେଲଦଣ୍ଡ ଭୋଗୀବାକୁ ପଡ଼ିବ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ ଜରିମାନା ଦାଖଲ ନ କଲେ ପ୍ରଶାନ୍ତଙ୍କର ପ୍ରାକ୍ଟିକ୍ସ୍‌ ଉପରେ ୩ ବର୍ଷ ପର୍ଯ୍ୟନ୍ତ କଟକଣା ରହିବ ବୋଲି କୋର୍ଟ କହିଛନ୍ତି। ନ୍ୟାୟପାଳିକା ଏବଂ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ଦାଖଲ କରାଯାଇଥିଲା। ପ୍ରଶାନ୍ତ ଟୁଇଟ୍‌ କରି ଏଭଳି ମନ୍ତବ୍ୟ ଦେଇଥିଲେ। ବିଚାରପତି ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର ଅଗଷ୍ଟ ୨୫ରେ ରାୟ ସଂରକ୍ଷିତ ରଖିଥିଲେ। ବାକ୍‌ ସ୍ବାଧୀନତା ଗଣତାନ୍ତ୍ରିକ ରାଷ୍ଟ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ପ୍ରଶାନ୍ତଙ୍କୁ କ୍ଷମାପ୍ରାର୍ଥନା କରିବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରି ନ ଥିଲେ। ତେଣୁ ତାଙ୍କ ପ୍ରତି ଆଇନ ଅନୁସାରେ ଜରିମାନା ଦଣ୍ଡାଦେଶ କରାଯାଇଥିବା କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

ଖୁସି ଖବର: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୫: ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

କୋଭିଶିଲ୍ଡ ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌

ନୂଆଦିଲ୍ଲୀ,୧ା୫: କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ କୋଟି କୋଟି ଲୋକ ଅଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଟିକା ନେଇଥିଲେ। ଏହି...

ସୁଗନ୍ଧ ହରାଉଛି ଭାରତୀୟ ମସଲା

ହାଇଦ୍ରାବାଦ/ନୂଆଦିଲ୍ଲୀ,୧ା୫: ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍‌ଡିଏଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri