ନୟାଗଡ଼ରେ ୭୧ ଗାଁ  ଜଳବନ୍ଦୀ

ନୟାଗଡ ଅଫିସ/ଗଣିଆ/ଭାପୁର,୩୧। ୮(ଡି.ଏନ.ଏ.): ପ୍ରଳୟଙ୍କରୀ ବନ୍ୟା ଯୋଗୁ ନୟାଗଡ଼ ଜିଲାର ୭୧ଟି ଗ୍ରାମ ଜଳବନ୍ଦୀରେ ରହିଛି। ଏଥିରେ ଗଣିଆ ବ୍ଲକର ୬୮ ଓ ଭାପୁର ବ୍ଲକ ଫତେଗଡ ପଞ୍ଚାୟତର ୩ ଗାଁ  ରହିଛି। ଫଳରେ ଏସବୁ ପଞ୍ଚାୟତରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗଣିଆ ବ୍ଲକ ଛାମୁଣ୍ଡିଆରେ ସ୍ବାସ୍ଥ୍ୟକେନ୍ଦ୍ର ଥାଇବି ଡାକ୍ତର ନ ଥିବାରୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥଳେ ରବିବାର ଭୋର ସମୟରେ ଗଣିଆ ବ୍ଲକ ବେଠିଆସାହିର ଜଣେ ଗର୍ଭବତୀ ପ୍ରସବ ବେଦନା ଅନୁଭବ କରିଥିଲେ ମଧ୍ୟ ଡଙ୍ଗା ନ ଥିବାରୁ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ସମ୍ଭବ ହୋଇ ନ ଥିଲା। ଛାମୁଣ୍ଡିଆ ପଞ୍ଚାୟତ ପିଇଓଙ୍କ ସହ ଯୋଗାଯୋଗ ପରେ ସେ ଡଙ୍ଗା ପଠାଇଥିଲେ। ମହିଳାଙ୍କୁ ଡଙ୍ଗାରେ ୮ କି.ମି. ଓ ବନ ବିଭାଗର ଗାଡିରେ ୫ କି.ମି. ନେବା ପରେ ଛାମୁଣ୍ଡିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ନ ଥିବାରୁ ଗଣିଆ ନେବାକୁ ଦମକଳ କେନ୍ଦ୍ର କର୍ମଚାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ଅପରାହ୍ନରେ ଦମକଳକେନ୍ଦ୍ର କର୍ମଚାରୀ ପହଞ୍ଚତ୍ବା ବେଳକୁ ମହିଳା ଏକ ଶିଶୁକନ୍ୟା ଜନ୍ମ ଦେଇ ସାରିଥିଲେ। ପରେ ବନ୍ୟା କାର୍ଯ୍ୟରେ ନିୟୋଜିତ ଥିବା ଝାରସୁଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ସନ୍ଧ୍ୟାରେ ନବଜାତ ଶିଶୁକନ୍ୟା ଓ ତାଙ୍କ ମା’ଙ୍କୁ ଗଣିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗର୍ଭବେଦନା ଭୋଗୁଥିବା ମହିଳା ଗଣିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ନ ପାରି ଛାମୁଣ୍ଡିଆରେ କନ୍ୟାସନ୍ତାନ ଜନ୍ମଦେବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସ୍ବାସ୍ଥ୍ୟସେବା ସମସ୍ୟାକୁ ଏଡାଇବାକୁ ହେଲେ ଛାମୁଣ୍ଡିଆରେ ଡାକ୍ତର ନିଯୁକ୍ତି ଓ ମଣିପୁରରେ ଆଉ ଏକ ଡଙ୍ଗା ପକାଇବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ସେହିପରି ଜଳବନ୍ଦୀରେ ଥିବା ଅନେକ ଗ୍ରାମବାସୀଙ୍କ ନିକଟରେ ରିଲିଫ୍‌ ପହଞ୍ଚତ୍ ନ ଥିବା ଅଭିଯୋଗ ହୋଇଛି। ଏନେଇ ରୋଗୀଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ଛାମୁଣ୍ଡିଆ ସ୍ବାସ୍ଥ୍ୟକେନ୍ଦ୍ରରେ କେବଳ ଫାର୍ମାସିଷ୍ଟ ଥିଲେ, ଯିଏକି ପ୍ରାଥମିକ ସେବା ଦେଇ ଗଣିଆକୁ ଯିବାକୁ ପରାମର୍ଶ ଦେଇଥିଲେ। ଏଠାରେ ଅନ୍ୟ କେହି ଉପସ୍ଥିତ ନ ଥିଲେ। ଅନ୍ୟପକ୍ଷେ ପଞ୍ଚାୟତରେ କେବଳ ପିଇଓଙ୍କୁ ଛାଡିଦେଲେ ଅନ୍ୟ କେହି ନାହାନ୍ତି। ଆମ ଛାମୁଣ୍ଡିଆ ପଞ୍ଚାୟତକୁ ଭଗବାନ ଭରସା। ଡଙ୍ଗା ନାହିଁ, ରିଲିଫ୍‌ ନାହିଁ ଓ ସ୍ବାସ୍ଥ୍ୟସେବା ମଧ୍ୟ ବିପର୍ଯ୍ୟସ୍ତ। ବନ୍ୟାକୁ ଆଖି ଆଗରେ ରଖି ଅସ୍ଥାୟୀ ଡାକ୍ତର ବି ପ୍ରଶାସନ ନିୟୋଜିତ କଲେ ନାହିଁ। କୌଣସି ପ୍ରଶାସନିକ ଅଧିକାରୀ ଆମ ଗାଁକୁ ଆସୁନାହାନ୍ତି। ଅପରପକ୍ଷେ ଭାପୁର ବ୍ଲକ ଫତେଗଡ ପଞ୍ଚାୟତର ମଣିପୁର, ମାଣିତ୍ରୀ, କରବର ଆଦି ୩ ଗାଁ  ଜଳବନ୍ଦୀ ରହିଛି। ହେଲେ ଏଠାର ଲେକାଙ୍କ ପାଇଁ ଥିବା ବୋଟ୍‌ ଫତେଗଡରେ ରହୁଛି। ରାତିରେ କିଛି ଅସୁବିଧାହେଲେ ରୋଗୀ ଓ ଅନ୍ୟମାନେ ହଟହଟା ହେଉଛନ୍ତି। ଏଣୁ ମଣିପୁରରେ ଏକ ଡଙ୍ଗା ରଖିବାକୁ ସ୍ଥାନୀୟ ଅଞ୍ଚଳ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ରୀତାଞ୍ଜଳି ବିଶ୍ୱାଳ କୁହନ୍ତି, ଛାମୁଣ୍ଡିଆ ଅଞ୍ଚଳରେ ସ୍ବାସ୍ଥ୍ୟସେବା ସମସ୍ୟା ସୁଧାରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ଉପଜିଲାପାଳ ଲଗ୍ନଜିତ ରାଉତ କୁହନ୍ତି, ଶନିବାର ଭାପୁର ଓ ରବିବାର ଗଣିଆ ବ୍ଲକ ଅଞ୍ଚଳର ବନ୍ୟା ସ୍ଥିତି ସମ୍ପର୍କରେ ମୁଁ, ଅତିରିକ୍ତ ଜିଲାପାଳ ଓ ପିଡି ଡିଆରଡିଏ ଯାଇ ଅନୁଧ୍ୟାନ କରିଛୁ। ସରକାରଙ୍କ ପକ୍ଷରୁ ରିଲିଫ୍‌ ଆସିନି। କେବଳ ଉଭୟ ବ୍ଲକ ପକ୍ଷରୁ କିଛି କିଛି ରିଲିଫ୍‌ ଦିଆଯାଇଛି। ଜିଲାପାଳ ଶନିବାର ଗଣିଆ ଅଞ୍ଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି।
ଅନୁସାରେ, ବରମୂଳଠାରେ ଥିବା ହୀରାକୁଦ ନଦୀବନ୍ଧର ଗେଜମିଟରରେ ଶନିବାର ସନ୍ଧ୍ୟା ସୁଦ୍ଧା ୩୯ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ୪୦ ଫୁଟ ବନ୍ୟାଜଳ ପ୍ରବାହିତ ହେଲେ ଗଣିଆ ବ୍ଲକର ବିଭିନ୍ନ ଗାଁରେ ପାଣି ପଶିବ। ତେବେ ବରମୂଳ କୁତୁରୀ, ରାସଙ୍ଗ କାଦୁଆ, କଳାପାଟ ବୃତ୍ତଙ୍ଗ, ବେଣ୍ଟପଡା ଛାମୁଣ୍ଡିଆ, ମୁଦୁଲିଗାଡିଆ ବଡ଼ମୂଳ ରାସ୍ତାରେ ୫ରୁ ସାଢ଼େ ୭ଫୁଟ ପାଣି ଚାଲିଥିବାରୁ ଛାମୁଣ୍ଡିଆ, ବଡସିଲିଙ୍ଗା, ରାସଙ୍ଗ, ବେଲପଡା, କିଶୋରପ୍ରସାଦ ପଞ୍ଚାୟତର ୬୮ଟି ଗାଁ ପାଣି ଘେର ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ...

ନବରଙ୍ଗପୁରରେ ମାରାଥନ ପ୍ରଚାର: ସଭାରେ ଲୋକଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ

ନବରଙ୍ଗପୁର,୪।୫: ଜୟପୁର ପରେ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ଏଠାରେ ଆୟୋଜିତ ବିଶାଳ ଜନସଭାକୁ...

ନିର୍ବାଚନ ତଦାରଖ ପାଇଁ ବରଗଡ଼ରେ ପହଞ୍ଚିଲେ ପର୍ଯ୍ୟବେକ୍ଷକ

ବରଗଡ଼,୪।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ୨୦ତାରିଖରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ମତଦାନ ଗ୍ରହଣ ହେବ। ମତଦାନକୁ ଅବାଧ ଓ ନିରପେକ୍ଷ ତଥା ସ୍ବଚ୍ଛ,...

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri