କଟକ ଅଫିସ,୨୬ା୮: ମା’ଙ୍କ ପାଇଁ ଆସିଛି ନୂତନ ଗଦି, ତକିଆ ଓ ଶଯ୍ୟା ଉପକରଣ। ଏବେ ଗୋଟିଏ ପକ୍ଷ ଅର୍ଥାତ୍ ୧୫ଦିନ ଯାଏ ଶୟନମୁଦ୍ରାରେ ରହିବେ କଟକର ଆରାଧ୍ୟା ମା’ କଟକଚଣ୍ଡୀ। ପୀଠରେ ମଙ୍ଗଳବାର ଶୟନଉତ୍ସବ ପାଳନ ହେବା ସହ ସ୍ବତନ୍ତ୍ର ଉପଚାର କରାଯାଇଛି। ଆସନ୍ତା ମୂଳାଷ୍ଟମୀ ତିଥିରେ ମା’ଙ୍କୁ ଶୟନରୁ ଜାଗ୍ରତ କରାଯିବା ସହ ଧରାପୃଷ୍ଠକୁ ଆବାହନ କରାଯିବ ବୋଲି ପୂଜକ ମନୋଜ ପଣ୍ଡା କହିଛନ୍ତି।
ଆଗକୁ ପାର୍ବଣ। ପାର୍ବଣରେ ସବୁରି କେନ୍ଦ୍ରବିନ୍ଦୁ ପାଲଟନ୍ତି ମା’ କଟକଚଣ୍ଡୀ। ମା’ଙ୍କ ଷୋଡ଼ଶ ଉପଚାର ପୂଜାଠାରୁ ଆରମ୍ଭ କରି ବିଭିନ୍ନ ବେଶ ଦର୍ଶନ କରିବାକୁ ରାଜ୍ୟ ତଥା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ମଙ୍ଗଳବାର ରାଧାଷ୍ଟମୀ ତିଥିରେ ମା’ଙ୍କ ଶୟନ ଉତ୍ସବ ସମ୍ପନ୍ନ ହୋଇଛି। ଏବେ ଗୋଟିଏ ପକ୍ଷ ପର୍ଯ୍ୟନ୍ତ ମା’ ଶୟନମୁଦ୍ରାରେ ରହିବେ। ୭ ଦିନ ପରେ ମା’ଙ୍କ ପାର୍ଶ୍ୱ ପରିବର୍ତ୍ତନ କରାଯିବ। ମା’ଙ୍କୁ ଜାଗ୍ରତ କରିବା ପାଇଁ ମୂଳାଷ୍ଟମୀ ତିଥି ସକାଳେ ସହସ୍ର କୁମ୍ଭରେ ଅଭିଷେକ କରାଯିବ। ଏହି ଦିନ ଅପରାହ୍ନରେ ଗଡ଼ଗଡ଼ିଆ ଘାଟରୁ ଆସିବ ଘଟ। ସଂସ୍କୃତରେ ଏକ ଶ୍ଳୋକ ରହିଛି, ‘ମୂଳାୟାମ ଆବାହ୍ୟାମୀ, ଶ୍ରବଣାମ ସମର୍ପୟାମୀ।’ ଅର୍ଥାତ୍ ମୂଳାଷ୍ଟମୀ ତିଥି ଦିନ ହିଁ ମା’ଙ୍କୁ ଧରାପୃଷ୍ଠକୁ ଆବାହନ କରାଯାଏ ଓ ଏହିଦିନ ରାତିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୁଏ। ମାତ୍ର ଚଳିତବର୍ଷ ମଳମାସ ପଡୁଛି। ଫଳରେ ଗୋଟିଏ ମାସ ପରେ ଆରମ୍ଭ ହେବ ନବରାତ୍ର। ଏଣୁ ମୂଳାଷ୍ଟମୀ ଦିନଠାରୁ ୪୭ ଦିନ ଧରି ଚଳିତବର୍ଷ ମା’ଙ୍କ ଦଶହରା ପୂଜା କରାଯିବ ବୋଲି ପୂଜକମାନେ କହିଛନ୍ତି। ପ୍ରତ୍ୟେକ ଦିନ ମା’ ସୁନାବେଶରେ ଦର୍ଶନ ଦେବେ। ମଳମାସ ଅତିକ୍ରାନ୍ତ ହେଲେ ରୀତିନୀତି ଅନୁଯାୟୀ ମା’ଙ୍କ ବିଭିନ୍ନ ବେଶ ହେବ। ଷୋଡ଼ଶ ଉପଚାର ସମୟରେ ସବୁଠାରୁ ଅଧିକ ଭିଡ଼ ହୁଏ। କିନ୍ତୁ କରୋନା କଟକଣା ଯୋଗୁ ଚଳିତବର୍ଷ ମା’ଙ୍କ ଦର୍ଶନ ବ୍ୟବସ୍ଥା ନେଇ ମନ୍ଦିରର ଟ୍ରଷ୍ଟି ଓ ପୂଜକ ଦୋଛକିରେ ରହିଛନ୍ତି।
Posted inଆମ ଜିଲା ଖବର, କଟକ View All
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….
ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...
ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ
ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…
ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...
୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ
ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...
Archives


