ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ‘ବ୍ଲୁ ଲେକ୍‌’

ବାଲେଶ୍ୱର ଅଫିସ, ୨୬।୮-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କେପିଲାଖରାଜପୁର ପଞ୍ଚାୟତ କାଠଗୋଚ୍ଛି ଅଞ୍ଚଳରେ ଥିବା ମନୁଷ୍ୟକୃତ ‘ବ୍ଲୁ ଲେକ୍‌’ ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ୪ ଏକର ଜମି ଉପରେ ସୃଷ୍ଟି ହୋଇଥିବା ବିଶାଳ କୃତ୍ରିମ ପୋଖରୀ, ଯାହାର ଗଭୀର ପ୍ରାୟ ୨୦ମିଟରରୁ ଅଧିକ। ମଝିରେ ଏକ ବିରାଟକାୟ ପଥର ଶୃଙ୍ଗ ଭଳି ରହିଛି। ଏଥିରେ ଥିବା ପାଣିର ରଙ୍ଗ ନୀଳ ଦେଖାଯାଉଥିବାରୁ ସ୍ଥାନୀୟ ଲୋକେ ଏହାକୁ ବ୍ଲ ଲେକ୍‌ ବୋଲି ଆଖ୍ୟା ଦେଇଛନ୍ତି। ନିକଟରେ ସ୍ବର୍ଣ୍ଣଚୂଡ଼ ପାହାଡ଼, ଜଙ୍ଗଲରେ ପରିପୂର୍ଣ୍ଣ ଚତୁଃପାର୍ଶ୍ୱ ଏହି ଲେକ୍‌ର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। କେବଳ ଜିଲାରୁ ନୁହେଁ ପଡୋଶୀ ଜିଲାରୁ ଲୋକମାନେ ଏଠାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ପରିବାର, ବନ୍ଧୁବାନ୍ଧବଙ୍କ ସହ ସେଲ୍‌ଫି ଉଠାଉଛନ୍ତି। ଏଠାରେ ଚଳଚ୍ଚିତ୍ର, ସିରିଏଲ୍‌, ଆଲବମ୍‌ର ପ୍ରଯୋଜକମାନେ ମଧ୍ୟ ଆସି ଶୁଟିଂ କରୁଛନ୍ତି। ଏହାର ବିକାଶ କରାଗଲେ ପର୍ଯ୍ୟଟକମାନେ ନୌବିହାରର ଆନନ୍ଦ ଉଠାଇବା ସହ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରନ୍ତା।
କେବଳ କାଠଗୋଚ୍ଛି ବ୍ଲ ଲେକ୍‌ ନୁହେଁ ଏହାର ପାଖରେ ଥିବା କେପିଲାଖରାଜପୁରରେ ୫ଏକର, ଗୁଜୁଡ଼ିହାର ୧ ଏକର ଏବଂ ଟିଆକଟାର ୧ ଏକର ପରିତ୍ୟକ୍ତ ଖଣି ରହିଛି। ଯାହାର ଗଭୀର ୧୫ରୁ ୨୦ମିଟର। ୨୦୦୯ରୁ ଏସବୁ ଖାଦାନ ପରିତ୍ୟକ୍ତ ଅବସ୍ଥାରେ ରହିଛି। ସରକାରୀ ନିୟମାନୁସାରେ ୧୦ମିଟର ଗଭୀର ଖଣିକୁ ପୁନର୍ବାର ନିଲାମ କରାଯାଇପାରିବ ନାହିଁ। ଏହି ପରିତ୍ୟକ୍ତ ଖଣିଗୁଡ଼ିକରେ ମାଛ ଚାଷ କରି ସ୍ଥାନୀୟ ଲୋକଙ୍କ ମାନଦଣ୍ଡ ସଜାଡ଼ିବା ପାଇଁ ୨୦୧୬ରେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉଦ୍ୟମ ଆରମ୍ଭ କରିଥିଲେ। ରାଜସ୍ବ ବିଭାଗ ସହମତିରେ ମତ୍ସ୍ୟବିଭାଗ ପରାମର୍ଶରେ ସ୍ଥାନୀୟ ଲୋକଙ୍କୁ ସାମିଲ କରି କ୍ଲଷ୍ଟର ମାଧ୍ୟମରେ ସୋସାଇଟି ତିଆରି କରି ମତ୍ସ୍ୟବିଭାଗ ଦ୍ୱାରା ପଞ୍ଜୀକୃତ କରାଇ ସାରିଛନ୍ତି। ଏହି ପାଣିରେ ମତ୍ସ୍ୟଚାଷ ସମ୍ଭବ କି ନୁହେଁ ବିଧାୟକ ଇଂ. ନାୟକ ବିଭାଗୀୟ ମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୮ରେ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ବିଶାଳ ଗଗନ ଉପରୋକ୍ତ ଖଣି ଅଞ୍ଚଳକୁ ପରିଦର୍ଶନ କରି ମାଛଚାଷ ସମ୍ଭବ ବୋଲି ସବୁଜ ସଙ୍କେତ ଦେଇଛନ୍ତି। ଅଧିକ ଗଭୀର ଖାଳରେ କ୍ୟାଚ୍‌ କଲଚର ପଦ୍ଧତିରେ ଚାଷ ପାଇଁ ସେ ପରାମର୍ଶ ଦେଇଥିଲେ। ଏହାପରେ ଜିଲା ମତ୍ସ୍ୟବିଭାଗ ନୀଳଗିରି ତହସିଲଦାରଙ୍କୁ ଚାଷ ପାଇଁ ଅନୁମତି ମାଗିଛନ୍ତି। ସ୍ବର୍ଣ୍ଣଚୂଡ଼ ପାହାଡ଼ ଏବଂ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏସବୁ ସ୍ଥାନ ରହିଛି। ଜିଲା ପ୍ରଶାସନ ପକ୍ଷରୁ ମଛୁଆ, ପାଟଣା, ମହଁିଷାପଟା, କାଠଗୋଚ୍ଛି, ଚଣ୍ଡିପୁର ଅଞ୍ଚଳକୁ ନେଇ ଇକୋଟୁରିଜିମ୍‌ ପ୍ରକଳ୍ପ କରାଗଲେ ଜିଲାର କୁଲଡ଼ିହା ଭଳି ଏହି ସ୍ଥାନ ମଧ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରନ୍ତା। ସ୍ଥାନୀୟ ଅଞ୍ଚଳର ଗଙ୍ଗାଧର ମିଶ୍ର କୁହନ୍ତି, ବାଲେଶ୍ୱର ଜିଲାକୁ ପର୍ଯ୍ୟଟକ ବୁଲି ଆସିଲେ କ୍ଷୀରଚୋରା ଗୋପୀନାଥ, ରେମୁଣା ଜଗନ୍ନାଥ ମନ୍ଦିର ବୁଲିବା ପରେ ନୀଳଗିରି ଜଗନ୍ନାଥ ମନ୍ଦିର, ପଞ୍ଚୁଲିଙ୍ଗେଶ୍ୱର ଯିବା ରାସ୍ତାରେ ମିତ୍ରପୁରରୁ ମାତ୍ର ୨ କି.ମ.ି ପରେ ଏହି ବ୍ଲୁ ଲେକ୍‌ ଥିବାରୁ ପର୍ଯ୍ୟଟକମାନେ ଯାଇ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ସୁଯୋଗ ପାଉଛନ୍ତି। ନୀଳଗିରି ରେଞ୍ଜର ମନୁୱାର ଖାଁ କହନ୍ତି, ଏହି ଅଞ୍ଚଳର କେତେକ ସ୍ଥାନ ସଂରକ୍ଷିତ ଜଙ୍ଗଲ ପରିସରରେ ରହିଛି। ସରକାରଙ୍କର କୌଣସି ପୁନରୁଦ୍ଧାର ବ୍ୟବସ୍ଥା ନ ଥିବାରୁ ଏପରି ପରିତ୍ୟକ୍ତ ଅବସ୍ଥାରେ ରହିଛି। ଉକ୍ତ ଅଞ୍ଚଳରେ ଇକୋଟୁରିଜମ୍‌ ଭଳି କୌଣସି ପ୍ରକଳ୍ପ ହେଲେ ବିକାଶ ହୋଇପାରନ୍ତା। ଜିଲା ମତ୍ସ୍ୟ ଅଧିକାରୀ ପ୍ରଦୀପ ଘୋଷ କୁହନ୍ତି, ନୀଳଗିରି ବିଧାୟକଙ୍କ ପ୍ରଚେଷ୍ଟାରେ ଉକ୍ତ ୪ଟି ପରିତ୍ୟକ୍ତ ପଥର ଖଣିରେ ମାଛ ଚାଷ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶକ ବିଶାଳ ଗଗନ ସବୁଜ ସଙ୍କେତ ଦେଇଥିଲେ। ନୀଳଗିରି ତହସିଲଦାରଙ୍କ ଅନୁମତି ପାଇଁ ବିଭାଗର ଚିଠି ହୋଇଛି। ଅନୁମତି ମିଳିଲେ କାର୍ଯ୍ୟ ଆରମ୍ଭ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri