ଥାନାରେ ପହଞ୍ଚି କାଗଜ-କଲମ ମାଗି ଏଫ୍‌ଆଇଆର୍‌ରେ ଏମିତି କିଛି ଲେଖିଲେ ଯୁବକ

ପୁଣେ, ୧୭।୮: ମହାରାଷ୍ଟ୍ରର ପୁଣେ ସହରରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୭ ବର୍ଷୀୟ ଯୁବକ ଥାନାରେ ପହଞ୍ଚି ଉପସ୍ଥିତ କର୍ମଚାରୀଙ୍କୁ କାଗଜ ଓ କଲମ ମାଗିଥିଲେ। ଏହାପରେ ସେ କାଗଜରେ ଯାହା ଲେଖିଥିଲେ ତାକୁ ପଢ଼ି ସେଠାରେ ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀ ଚକିତ ହୋଇଯାଇଥିଲେ। ବାସ୍ତବରେ ଏହି ଯୁବକଜଣକ ଲେଖିଥିଲେ ଯେ, ଝଗଡ଼ା ସମୟରେ ସେ ତାଙ୍କର ଗର୍ଭବତୀ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ହତ୍ୟା କରିଦେଇଛନ୍ତି।
ଘଟଣାଟି ରଜଗ୍ରାମ ପୋଲିସ ଷ୍ଟେସନ ଅନ୍ତର୍ଗତ କାରୋଗ୍ରାମରେ ଘଟିଛି। ଅଭିଯୁକ୍ତ ଯୁବକ ୨୪ ବର୍ଷୀୟ ଜଣେ ଯୁବତୀଙ୍କ ସହ ଗତ ୪-୫ ମାସ ହେବ ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହୁଥିଲେ। ଏହି ସମୟ ମଧ୍ୟରେ ଯୁବତୀଜଣଙ୍କ ଗର୍ଭବତୀ ହୋଇଥିଲେ। ତେବେ ଉଭୟଙ୍କ ପାଖରେ ଟଙ୍କା ନ ଥିବାରୁ ଅଧିକାଂଶ ସମୟ ଝଗଡ଼ା ଲାଗିଥାଏ। ଗତକାଲି ଉଭୟଙ୍କ ମଧ୍ୟରେ କୌଣସି କାରଣ ଲାଗି ଝଗଡ଼ା ହୋଇଥିଲା। ଏଥିରେ ଯୁବକଜଣଙ୍କ ଯୁବତୀର ଗଳା ଚିପି ହତ୍ୟା କରିଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ହତ୍ୟାକାଣ୍ଡ ପରେ ଯୁବକଜଣଙ୍କ ଘରର ତାଲା ପକାଇ ଥାନାରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ କାଗଜ ଓ କଲମ ମାଗି ଲେଖିଥିଲେ ଯେ, ସେ ଜଣେ ମାନସିକ ରୋଗୀ। ସେ ତାଙ୍କ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ଗଳା ଚିପି ହତ୍ୟା କରିଛନ୍ତି। ଏଥିସହ ଯୁବକଜଣଙ୍କ ପୋଲିସକୁ ଘରର ଚାବି ଦେଇଥିଲା। ପୋଲିସ ଘରେ ପହଞ୍ଚି ଯୁବତୀଙ୍କ ଶବ ଉଦ୍ଧାର କରିବା ସହିତ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୧୪ ଲକ୍ଷ ଟଙ୍କା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଜାମୁଡ଼ିହା ନିକଟରେ ସୋମବାର ପୂର୍ବାହ୍ନରେ ଏନ୍‌ଏଚ ୪୯ରେ ଆଜି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀର ଦୁଇ ଜଣ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

କର୍ନାଟକ ସେକ୍ସ ସ୍କାଣ୍ଡାଲରେ ଏଚ୍‌.ଡି ରେଭନ୍ନା ଗିରଫ

ବେଙ୍ଗାଲୁରୁ,୪ା୫: କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ବିଧାୟକ ଏଚ୍‌.ଡି. ରେଭନ୍ନାଙ୍କୁ ଏସ୍‌ଆଇଟି ଶନିବାର ଗିରଫ କରିଛି। ରେଭନ୍ନାଙ୍କ ଘରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri