୨୩ଶହ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି ଜବରଦଖଲ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ରାଜଧାନୀରେ ବେଶ୍‌ ସକ୍ରିୟ ରହିଛି ଜମି ର଼୍ୟାକେଟ୍‌। କେଉଁଠି ଗୋଷ୍ଠୀଗତ ତ ଆଉ କେଉଁଠି ବ୍ୟକ୍ତିଗତ କବ୍‌ଜାକୁ ଚାଲିଯାଉଛି ଭୁବନେଶ୍ୱରର ବହୁ ମୂଲ୍ୟବାନ ଜମି। ଜବରଦଖଲ ସହ କିଣାବିକା ମଧ୍ୟ ହେଉଛି। ଫଳରେ ୨୩ଶହ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି ଏବେ ଜବରଦଖଲରେ ରହିଛି। ଏଥିରୁ ସର୍ବାଧିକ ଅର୍ଥାତ୍‌ ୮୪୦ ଏକର ଜମି ବସ୍ତିବାସିନ୍ଦାଙ୍କ କବ୍‌ଜାରେ ରହିଥିବାବେଳେ ୬୦୦ରୁ ଊର୍ଦ୍ଧ୍ୱ ଏକର ରାସ୍ତା ପାର୍ଶ୍ୱ ଜମି ଜବରଦଖଲ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲ୍ୟାଣ୍ଡ୍‌ ଓ ଲିଗାଲ ବିଭାଗ ପକ୍ଷରୁ ଜଣାପଡ଼ିଛି। ବିଶେଷକରି ୨୦୦୩ରୁ ଜବରଦଖଲ ହୁ ହୁ ହୋଇ ବଢ଼ିଥିଲା। ଜମି ମାଫିଆଙ୍କ ସହ ବିଏମ୍‌ସି, ବିଡିଏ ଓ ଜମିଜମା ସହ ସମ୍ପୃକ୍ତ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ହାତ ମିଳାଇ ଖୋଜିଖୋଜି ସରକାରୀ ଜମିକୁ ଜବରଦଖଲ କରିଥିଲେ, ଯାହା ଏବେବି ଜାରି ରହିଥିବା ଜଣାପଡିଛି। ଏପଟେ ଉଚ୍ଛେଦ ନାଁରେ ବିଏମ୍‌ସି, ବିଡିଏ, ସାଧାରଣ ପ୍ରଶାସନ ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଜବରଦଖଲ ହଟିପାରୁନି। କୁହାଯାଉଛି ଜବରଦଖଲକାରୀଙ୍କୁ ଗଳାବାଟ ଦେଖାଇ ଅଧିକାରୀମାନେ ପ୍ରହସନ କରୁଛନ୍ତି। ଏପଟେ ରାଜନୈତିକ ଚାପ ବଡ଼ ବାଧକ ସାଜୁଛି। ଫଳରେ ସ୍ମାର୍ଟସିଟିର ବିକାଶଧାରା ବର୍ଷ ବର୍ଷ ଧରି କେଉଁଠି ଅଟକି ରହିଛି ତ ଆଉ କେଉଁଠି ଜବରଦଖଲକାରୀଙ୍କୁ ସୁହାଇବା ଭଳି କାର୍ଯ୍ୟ ହେଉଥିବା ନଜିର ରହିଛି।
ବିଏମ୍‌ସି ଉଚ୍ଛେଦ ଟିମ୍‌ର ଜଣେ ଅଧିକାରୀଙ୍କ କହିବା କଥା ହେଲା, ସହରର ପରିସୀମା ଭଳି ଜବରଦଖଲ ବଢ଼ୁଛି। ସରକାରୀ ଜମିକୁ ଜବରଦଖଲ କରି ରାତାରାତି ୩୦/୨୦ରେ ପ୍ଲଟିଂ କରାଯାଇ ୫୦ ହଜାରରୁ ଲକ୍ଷେ ଟଙ୍କାରେ ବିକ୍ରି କରିଦିଆଯାଉଛି। ସୁରକ୍ଷା ପାଇଁ ସେଠାରେ ନୂଆ ବସ୍ତି ଗଢ଼ାଯାଇ ସଂଘ ଗଠନ କରାଯାଉଛି। ପ୍ରଶାସନର ନଜର ପଡ଼ିବା ପରେ ଉଚ୍ଛେଦ ପାଇଁ ଅର୍ଡର ହେଉଛି ସତ, କିନ୍ତୁ ସଂଘବଦ୍ଧ ବିରୋଧ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ ଯୋଗୁ ଜବରଦଖଲ ହଟାଇବା ସମ୍ଭବ ହେଉନି। ଖାଲି ବସ୍ତି ପାଇଁ ଜମି ଜବରଦଖଲ ହେଉଛି ତା ନୁହେଁ, ରାସ୍ତା ପାର୍ଶ୍ୱରେ ଥିବା ସାଧାରଣ ପ୍ରଶାସନ ବିଭାଗର ଜମି ମଧ୍ୟ ବହୁ ସ୍ଥାନରେ ଜବରଦଖଲରେ ରହିଛି। ଫଳରେ ଅଧିକାଂଶ ରାସ୍ତା ଚଉଡ଼ା ହୋଇପାରୁନାହିଁ କି ଡ୍ରେନ୍‌ ନିର୍ମାଣ ହୋଇପାରୁନି। ୨୦୦୯ରେ ରାଜଭବନରୁ ନନ୍ଦନକାନନ ରାସ୍ତାକୁ ୪ ଥାକିଆ (୨୦୦ ଫୁଟ) କରିବାକୁ ନିଷ୍ପତ୍ତି ହୋଇଥିଲା। ଘରୋଇ ଜମି ଅଧିଗ୍ରହଣ ଓ ସରକାରୀ ଜମି ଉପରୁ ଜବରଦଖଲ ନ ହଟିବା କାରଣରୁ ଏହାକୁ ୨ ଥାକିଆ ଅର୍ଥାତ୍‌ ୧୦୦ ଫୁଟ୍‌ର ରାସ୍ତା କରି କାମ ଚଳାଗଲା। ଏହିପରି ଭୁବନେଶ୍ୱରର ବହୁ ସ୍ଥାନରେ ସରକାରୀ ଜମି ଜବରଦଖଲ ହୋଇଥିବା ପ୍ରଶାସନର ନଜରକୁ ଆସିଛି। ସମୟାନୁକ୍ରମେ ଜବରଦଖଲ ଅଧିକ ହୋଇଛି, ଯାହାକୁ ନିୟନ୍ତ୍ରଣ କରାଯାଇପାରିନାହିଁ ବୋଲି ସେ କହିଛନ୍ତି।
ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଉଚ୍ଛେଦ ହେଉଥିଲା ଓ ଆଗକୁ ମଧ୍ୟ ଜୋର୍‌ଦାର ହେବ। ୨୦୧୯ରେ ବାତ୍ୟା ଫନୀ ଭଳି ସାମ୍ପ୍ରତିକ କରୋନା ସ୍ଥିତି ପାଇଁ ବିଏମ୍‌ସି ତଥା ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଗହଳିଠୁ ଦୂରେଇ ରହିବା ହିଁ ସମସ୍ତଙ୍କ ପାଇଁ ଭଲ। ଭୁବନେଶ୍ୱରର ସ୍ଥିତି ସ୍ବାଭାବିକ ହେବା ପରେ ଏନେଇ ରିଭ୍ୟୁ କରାଯିବ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ…

ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍‌ ଭାଙ୍ଗିଯାଇଥିଲା। ଏଣୁ ଟେକ୍‌ଅପ୍‌ କରିବାର...

ମେ’ ୬ରେ ଓଡ଼ିଶା ଆସିବେ ମୋଦି: ଏହି ୨ ଜିଲାକୁ କରିବେ ଗସ୍ତ

ଭୁବନେଶ୍ୱର,୧।୫: ଆସନ୍ତା ନିର୍ବାଚନକୁ ନେଇ ପ୍ରଚାର ଜୋରସୋରରେ ଚାଲିଛି। କେନ୍ଦ୍ରର ଅନେକ ହେଭିଓ୍ବେଟ୍‌ ନେତା ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି। ଏହି କ୍ରମରେ ପୁଣି...

ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା

ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଛନ୍ତି ଭାଜପା ଏମ୍‌ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ...

୭ ବେଳକୁ ସାରା ରାଜ୍ୟରେ କମିବ ତାତି!

ଭୁବନେଶ୍ୱର,୧।୫: ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ତା’ ମଧ୍ୟରୁ ଦୁଇ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri