ମଥା ଟେକିପାରୁନି ମନୋରଞ୍ଜନ ମାଧ୍ୟମ

ଉପେନ୍ଦ୍ର ରାଉତ
ବଅଁରପାଳ,୧୨ା୮ – କାମର ଚାପ ହ୍ରାସ ପାଇଁ ହେଉ ଅବା ସୁସ୍ଥ ଜୀବନଯାପନ, ସଭିଙ୍କୁ ଲୋଡ଼ା ମନୋରଞ୍ଜନ। କିନ୍ତୁ ୫ ମାସ ହେଲା କରୋନା କଟକଣା ପାଇଁ ମନୋରଞ୍ଜନର ଏକ ବଡ଼ ମାଧ୍ୟମ ସିନେମା ହଲ୍‌ରେ ପକାଇ ଦିଆଯାଇଛି ତାଲା। ଫଳରେ ରାତି ପାହିଲେ ଯେଉଁଠି ଅସମ୍ଭାଳ ଭିଡ଼ ଜମୁଥିଲା ସେଠି ଏବେ ଅସ୍ବାଭାବିକ ନୀରବତା ଛାଇଯାଇଛି। ଗତ ୫ ତାରିଖଠାରୁ ଜିମ୍‌, ଯୋଗ କେନ୍ଦ୍ରକୁ ‘ହଁ’ କୁହାଯାଇଥିଲେ ହେଁ ସିନେମା ହଲ୍‌ ପୂର୍ବପରି ‘ନା’ରେ ରହିଯାଇଛି। ଫଳରେ ମନୋରଞ୍ଜନର ଏହି ମାଧ୍ୟମ ଗତ ମାର୍ଚ୍ଚ ମାସରୁ ଏଯାଏ ମଥା ଟେକିପାରୁ ନାହିଁ।
ଅନୁଗୋଳ ଜିଲାରେ ୬ଟି ସିନେମା ହଲ୍‌ ରହିଛି। କେବଳ ଅନୁଗୋଳରେ ୨ଟି ଦିବ୍ୟଜୋତି ଓ କାଞ୍ଚନ ପ୍ରେକ୍ଷାଳୟ ଥିବାବେଳେ ନାଲ୍‌କୋରେ ସିନେଫ୍ଲେକ୍ସ, ବଅଁରପାଳରେ ଆଶାଟକିଜ ଓ ତାଳଚେରରେ ୨ଟି ରହିଛି। କରୋନା ପୂର୍ବରୁ ଏସବୁ ହଲ୍‌ଗୁଡ଼ିକ ଅନେକ ସମୟରେ ହାଉସ୍‌ଫୁଲ୍‌ ରହୁଥିଲା। ନୂଆ ନୂଆ ଚଳଚ୍ଚିତ୍ର ଦେଖିବାର ଉତ୍ସାହ ଦର୍ଶକମାନଙ୍କୁ ଟାଣିଆଣୁଥିଲା। ଭଲ ରୋଜଗାର ହେଉଥିବାରୁ ଏହି ବ୍ୟବସାୟ ସମ୍ପ୍ରସାରଣର ଆଶା ସଞ୍ଚାର ହେଉଥିଲା। କିନ୍ତୁ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌ ଘୋଷଣା ପରଠାରୁ ବ୍ୟବସାୟ ବନ୍ଦ ରହିଛି। ଫଳରେ କ୍ଷତି ବଢ଼ି ଚାଲିଥିବା କେତେଜଣ ହଲ୍‌ ମାଲିକ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଗତ କିଛି ବର୍ଷ ହେଲା ସିନେମା ମୁକ୍ତିଲାଭର ଧାରା ବଦଳିଛି। ପୂର୍ବରୁ କେବଳ ପର୍ବପର୍ବାଣିରେ ଆସୁଥିବା ଓଡ଼ିଆ ଚଳଚ୍ଚିତ୍ର ଏବେ ଅନ୍ୟ ସମୟରେ ମଧ୍ୟ ରିଲିଜ ହେଉଛି। ଏଥିସହ ଅଧିକରୁ ଅଧିକ ହିନ୍ଦୀ ଫିଲ୍ମ ପରଦାମଣ୍ଡନ କରିବା ସିନେମା ହଲ୍‌ ବ୍ୟବସାୟୀମାନଙ୍କୁ ବେଶ୍‌ ସୁହାଇ ଆସିଛି। ହେଲେ କରୋନା କଟକଣା ଲଗାଯିବା ପରଠାରୁ ପ୍ରେକ୍ଷାଳୟଗୁଡ଼ିକ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସାମାଜିକ ଦୂରତ୍ୱ ସହ କଟକଣା ମଧ୍ୟରେ ହଲ୍‌ଗୁଡ଼ିକୁ ଖୋଲିବାକୁ ବିଭିନ୍ନ ସମୟରେ ଦାବି ହେଉଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଂକେତ ଦିଆଯାଉ ନାହିଁ। ସେମାନେ ସରକାରଙ୍କୁ ଟିକସ ଦେବା ସହ ନିୟମିତ ବିଦ୍ୟୁତ୍‌ ଦେୟ ପ୍ରଦାନ କରୁଛନ୍ତି। ଏପରିକି କର୍ମଚାରୀଙ୍କୁ ଦରମା ମଧ୍ୟ ଦେଉଛନ୍ତି। ଗୋଟିଏ ଗୋଟିଏ ହଲ୍‌ରେ ୨୦ରୁ ଅଧିକ କର୍ମଚାରୀ ଥିବାରୁ ଦରମା ବାବଦରେ ମାସିକ ଲକ୍ଷାଧିକ ଟଙ୍କା ବ୍ୟୟ କରିବାକୁ ପଡ଼ୁଛି। ହଲ୍‌ର ମେଣ୍ଟେନାନ୍ସ ଖର୍ଚ୍ଚ ବଢ଼ିଚାଲିଛି। ଆୟ ଆଦୌ ନ ଥିବା ବେଳେ ଅତ୍ୟଧିକ ବ୍ୟୟ ବହନ କରିବା ଅସମ୍ଭବ ହୋଇପଡ଼ୁଛି। ଆଗାମୀ ଦିନରେ ହଲ୍‌ ଖୋଲିବା ଦିଗରେ ସରକାର ବିଚାର ନ କଲେ ସବୁଦିନ ପାଇଁ ପ୍ରେକ୍ଷାଳୟ ବନ୍ଦ କରିବା ଭଳି ପରିସ୍ଥିତି ଆସିବା ଅସମ୍ଭବ ନୁହେଁ। ଏହାଦ୍ୱାରା ବହୁ କର୍ମଚାରୀ କର୍ମସଂସ୍ଥାନ ସହ ରୋଜଗାର ହରାଇବସିବେ। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଅନୁଗୋଳ ଜିଲାର ସିନେମା ହଲ୍‌ ମାଲିକମାନେ ଦାବି କରିଛନ୍ତି।
ଟ୍ୟାକ୍ସ ଛାଡ଼ କରାଯାଉ
ଗତ ମାର୍ଚ୍ଚମାସରୁ ସିନେମା ହଲ ବନ୍ଦ ରହିଛି। ବ୍ୟବସାୟ ନ ଥିଲେ ମଧ୍ୟ ସରକାରଙ୍କୁ ଟ୍ୟାକ୍ସ ଦିଆଯାଉଛି। ୩୫ ଜଣ କର୍ମଚାରୀଙ୍କୁ ଦରମା ସହ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ପରିଚାଳନା କରାଯାଉଛି। ମାଲିକମାନେ ହତାଶ ହୋଇପଡ଼ୁଥିବାରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଆଣି ସରକାର ହଲଗୁଡିକୁ ଚଳାଇବା ପାଇଁ ଅନୁମତି ଦିଅନ୍ତୁ। ନଚେତ କର୍ମଚାରୀଙ୍କୁ ଦରମା ପ୍ରଦାନ ସହ ଟ୍ୟାକ୍ସ ଛାଡ଼ କରନ୍ତୁ।
– ସଂଗ୍ରାମ ମିଶ୍ର, ମାଲିକ ଦିବ୍ୟଜୋତି ସିନେମା ହଲ୍‌, ଅନୁଗୋଳ
ବୁଡିଯାଉଛି ବ୍ୟବସାୟ
ଗତ ୫ ମାସ ମଧ୍ୟରେ କେତେ ପର୍ବପର୍ବାଣି ଗଲାଣି। ଆଗକୁ ପୂଜା ଋତୁ ଆସୁଛି। ସାଧାରଣତଃ ଏସବୁ ସମୟରେ ନୂଆ ଓଡ଼ିଆ ସିନେମା ସହ ବିଗ୍‌ ବଜେଟ୍‌ର ହିନ୍ଦୀ ଫିଲ୍ମ ପରଦା ମଣ୍ଡନ କରିଥାନ୍ତା। ହଲ୍‌ଗୁଡ଼ିକ ହାଉସ୍‌ଫୁଲରେ ଚାଲୁଥାନ୍ତା। କିନ୍ତୁ ମାର୍ଚ୍ଚରୁ ହଲ୍‌ଗୁଡ଼ିକୁ ବନ୍ଦ ରଖାଯାଇଥିବାରୁ ଏହି ବ୍ୟବସାୟ ଏକପ୍ରକାର ବୁଡ଼ିଯାଉଛି।
– ରାଜୀବ ଜେନା, ମାଲିକ କାଞ୍ଚନ ଟକିଜ, ଅନୁଗୋଳ
ହଲ୍‌ ଚାଲୁ ପାଇଁ ଅନୁମତି ମିଳୁ
ଦୀର୍ଘ ଦିନ ହେଲା ସିନେମା ହଲଗୁଡ଼ିକରେ ତାଲା ଝୁଲାଇ ଦିଆଯାଇଛି। ବ୍ୟବସାୟ ବନ୍ଦ ଥିଲେ ବି ପ୍ରତି ମାସରେ ବିଦ୍ୟୁତ୍‌ ବିଲ୍‌ ସହ ଟ୍ୟାକ୍ସ ଦେବାକୁ ପଡ଼ୁଛି। କର୍ମଚାରୀମାନେ ଆମ ଉପରେ ନିର୍ଭରଶୀଳ ଥିବାରୁ ସେମାନଙ୍କୁ ଦରମା ଦେଉଛୁ। ସରକାର ହଲଗୁଡିକୁ ଚଳାଇବା ପାଇଁ ଅନୁମତି ଦେଲେ କର୍ମଚାରୀମାନଙ୍କ ଜୀବନ ଜୀବିକା ରକ୍ଷାହୋଇପାରନ୍ତା।
– ପଙ୍କଜ ସାମଲ, ମାଲିକ ଆଶା ଟକିଜ୍‌, ବଅଁରପାଳ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri