Posted inଅପରାଧ

ଲୁଟେରା କନ୍ୟା: ବରକୁ ହତ୍ୟା କରି ନେଇଗଲା ୩ ଲକ୍ଷ ଟଙ୍କା, ସୁନା

ରତ୍‌ମାଲ, ୧।୮: ମଧ୍ୟପ୍ରଦେଶର ରତ୍‌ମାଲ ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଏଠାରେ ବିବାହର ୨ ଦିନ ପରେ ଜଣେ ନବବିବାହିତ କନ୍ୟା ଓ ତାଙ୍କ ପରିବାର ସଦସ୍ୟ ମିଶି ବରକୁ ହତ୍ୟା କରିବା ସହ ନଗଦ ୩ ଲକ୍ଷ ଟଙ୍କା ଓ ସୁନା ଗହଣା ଧରି ଫେରାର୍‌ ହୋଇଯାଇଛି। ପୋଲିସ ବରର ଶବକୁ ଉଦ୍ଧାର କରିଥିବାବେଳେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଫିଲ୍ମ ଷ୍ଟାଇଲରେ ମିଥ୍ୟା ବିବାହର ନାଟକ ରଚାଇ କନ୍ୟା ଘର ପକ୍ଷରୁ ଏହି ଚାଞ୍ଚଲ୍ୟକର ଘଟଣା ଘଟାଯାଇଥିବା ଜଣାପଡ଼ିଛି।
ଜଣାପଡ଼ିଛି ଯେ, ରତ୍‌ଲାମ ଜିଲାର ସାଇଲାନା ପୋଲିସ ଗତ ଜୁଲାଇ ୨୯ରେ ବାଂସଓ୍ବାଡା ବାଇପାସ୍‌ ନିକଟରୁ ମହେନ୍ଦ୍ର କଲାଲ ନାମକ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା। ଯାଞ୍ଚରୁ ଜଣାପଡ଼ିଲା ଯେ ରାଜସ୍ଥାନର ଘଲକିଆରେ ମହେନ୍ଦ୍ରଙ୍କ ପ୍ରକୃତ ଘର। ମହେନ୍ଦ୍ର ଗତ କିଛିବର୍ଷ ଧରି କୁଏତ୍‌ରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ସେ ବିବାହ ପାଇଁ ଘରକୁ ଆସିଥିଲେ। କିଛିଦିନ ହେବ ମହେନ୍ଦ୍ର ବାହାଘର ଲାଗି କନ୍ୟା ଖୋଜୁଥିଲେ। ଏହି ସମୟରେ ତାଙ୍କର ପରିଚୟ ମୁକେଶ ନାମକ ଜଣେ ଏଜେଣ୍ଟଙ୍କ ସହ ହୋଇଥିଲା। ମୁକେଶ ଧାର ଜିଲାରେ ରହୁଥିବା ମିନାକ୍ଷୀ ପୁରୋହିତ ନାମକ ଜଣେ ଯୁବତୀଙ୍କୁ ମହେନ୍ଦ୍ରଙ୍କ ପାଇଁ ପ୍ରସ୍ତାବ ଆଣିଥିଲେ। ମହେନ୍ଦ୍ର ଓ ତାଙ୍କ ପରିବାର ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଏହାପରେ କଥାବାର୍ତ୍ତା ଅନୁଯାୟୀ ଜୁଲାଇ ୨୬ରେ ମିନାକ୍ଷୀ ଓ ତାଙ୍କ ପରିବାର ସଦସ୍ୟ ମହେନ୍ଦ୍ରଙ୍କ ଘରେ ପହଞ୍ଚତ୍ଥିଲେ। ସେଠାରେ ମହେନ୍ଦ୍ର ଓ ମିନାକ୍ଷୀଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥିଲା। ଦାବି ମୁତାବକ ମିନାକ୍ଷୀଙ୍କ ପରିବାର ପକ୍ଷରୁ ୩ ଲକ୍ଷ ଟଙ୍କା ମହେନ୍ଦ୍ରଙ୍କ ପରିବାରକୁ ଦିଆଯାଇଥିଲା। କିନ୍ତୁ ବିବାହର ପରଦିନ ମିନାକ୍ଷୀ ଓ ତାଙ୍କ ପରିବାର ଲୋକ ମହେନ୍ଦ୍ରଙ୍କୁ ବୁଲାଇ ନେବା ବାହାନାରେ ଧାର ଜିଲାକୁ ନେଇଯାଇଥିଲେ। ଏହାପରେ ମହେନ୍ଦ୍ରଙ୍କ ଫୋନ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ମହେନ୍ଦ୍ରଙ୍କ ପରିବାର ପକ୍ଷରୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ମହେନ୍ଦ୍ରଙ୍କ ଭାଇ ନରେନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ୧୦୦ କିଲୋମିଟର ଦୂରରୁ ମହେନ୍ଦ୍ରଙ୍କ ଶବ ଉଦ୍ଧାର କରିଥିଲା। ନରେନ୍ଦ୍ରଙ୍କ ଅଭିଯୋଗ ମୁତାବକ କନ୍ୟା ଘରଲୋକ ୩ ଲକ୍ଷ ଟଙ୍କା ସମେତ ୧୨ ତୋଳା ସୁନା ଧରି ଫେରାର୍‌ ହୋଇଯାଇଛନ୍ତି। ପୋଲିସ ଏହି ମାମଲାରେ କନ୍ୟା ଓ କନ୍ୟାଘର ସଦସ୍ୟଙ୍କୁ ଖୋଜିବା ଲାଗି ସ୍ବତନ୍ତ୍ର ଟିମ୍‌ ଗଠନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି...

୨୦୨୭ ଯାଏ ଏହି ରାଶି ପାଇଁ କାଳ? ପିଛା ଛାଡିବେ ନାହିଁ ଶନି, ପଡିବ ଖରାପ ପ୍ରଭାବ…

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି  ଏନେଇ ବିଭିନ୍ନ ଜ୍ୟୋତିଷ ବିସାରଦ ବିଭିନ୍ନ ଗ୍ରହ ନକ୍ଷତ୍ରର ଚାଲିକୁ ଦେଖି ନୂଆ ବର୍ଷର ଭବିଷ୍ୟବାଣୀ କରିବା ଜାରି ରଖିଛନ୍ତି  ଏହାରି ମଧ୍ୟରେ ଶନିଙ୍କ ଚାଲି ଯୋଗୁଁ ନୂଆ ବର୍ଷରେ ଉପୁଜିବାକୁ ଥିବା ବିପଦ ପ୍ରାୟ ସମସ୍ତ ରାଶିର ବ୍ୟକ୍ତି ବିସେଷଙ୍କ ଧ୍ୟାନ ଆକର୍ଷଣ କରିଛି । ଜ୍ୟୋତିଷ ଗଣନା ଅନୁସାରେ ୨୦୨୬ ମସିହାରେ ଶନିଙ୍କର କୈଣସି ଗୋଚର ଚାଲି ନାହିଁ । ଏଣୁ ୨୦୨୫ ଭଳି ୨୦୨୬ରେ ମଧ୍ୟ ମେଷ, କୁମ୍ଭ ଓ ମୀନ ରାଶିରେ ଶନିଙ୍କ ସାଢେ ସାତ ଚାଲି ଜାରି ରହିବ । ଏହି ସାଢେ ସାତ ଚାଲିର ପ୍ରଥମ ସୋପାନ ମେଷ ରାଶିରେ, ତୃତୀୟ ସୋପାନ କୁମ୍ଭ ରାଶିରେ ଓ ଦ୍ୱିତୀୟ ସୋପାନ ମୀନ ରାଶିରେ ସଂଗଠିତ ହେବାକୁ ଯାଉଛି ।  ମୀନ ରାଶିରେ ଶନିଦେବଙ୍କ ସାଢେ ସାତ ଚାଲିର ଦ୍ୱିତୀୟ ସୋପାନ ରହୁଥିବାରୁ ଏହି ରାଶିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଚାକିରି, ବ୍ୟବସାୟ ଓ କ୍ୟାରିୟର କ୍ଷେତ୍ରରେ ବଡ ବାଧା ଉପୁଜିବ । ବାରମ୍ୱାର ଅସପଳତା ଯୋଗୁଁ ମନ ସର୍ବଦା ନିରାଶ ରହିବ । ଏହାଛଡା ଆପଣ ମାନସିକ ଚାପ ଅନୁଭବ କରିପାରନ୍ତି । ସଫଳତା ପାଇଁ ଅପଣଙ୍କୁ ଅବଶ୍ୟକତାଠୁ ଢେର ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ମାମଲାରେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିବ । ଆପମଙ୍କ ଲାଭ ତଥା ଆୟ ତଲମୁହାଁ ହେବ । ଆପମଙ୍କର ଖର୍ଚ୍ଚ ବଢିବା ସହ ସଞ୍ଚୟର ପରିମାଣ କମିକମି ଯିବ । ଏହାଛଡା ଆପଣ ବିଭିନ୍ନ ସ୍ଥାନରେ କରିଥିବା ନିବେଶ ବୁଡିଯିବାର ଆଶଙ୍କା ମଧ୍ୟ ରହିଛି ।

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ

ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri