୧୦୫ ବର୍ଷରେ କରୋନାକୁ ଜିତିଲେ

କୋଲ୍ଲାମ୍‌: ସମଗ୍ର ଦେଶରେ କରୋନା ସଂକ୍ରମିତ ଏବଂ ଏହା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଏଭଳି ସମୟରେ କେରଳର ଜଣେ ୧୦୫ ବର୍ଷୀୟା ମହିଳା କରୋନାକୁ ମାତ୍‌ଦେଇ ସୁସ୍ଥହୋଇ ଫେରିଥିବା ସୂଚନା ମିଳିଛି। ସେ ହେଲେ କୋଲ୍ଲାମ୍‌ ଜିଲାର ଥାଜାମେଲ୍‌ ଗ୍ରାମର ଆସ୍‌ମା ବିବି। ପାରିପାଲ୍ଲୀ ମେଡିକାଲ କଲେଜ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସଂକ୍ରମଣର ମାତ୍ର ୯ଦିନ ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ଆସ୍‌ମାଙ୍କ ନାତି ଜଣେ ମାଛ ବ୍ୟବସାୟୀ ହୋଇଥିବାବେଳେ ସେ ପ୍ରଥମେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କ ଦ୍ୱାରା ପରିବାରର ୫ମାସର ଶିଶୁ ଏବଂ ଆସ୍‌ମାଙ୍କ ସମେତ ୮ଜଣ ସଦସ୍ୟ ସଂକ୍ରମିତ ହୋଇଥିଲେ। ବାର୍ଦ୍ଧକ୍ୟଜନିତ ଦୃଷ୍ଟିଶକ୍ତି ଅଭାବ ଏବଂ ଆଣ୍ଠୁ ବ୍ୟଥା ବ୍ୟତୀତ ଆସ୍‌ମାଙ୍କ ଅନ୍ୟ କୌଣସି ସମସ୍ୟା ନ ଥିଲା। ଏହି ଶତାୟୁ ବୃଦ୍ଧା ଅତି ସହଜରେ କରୋନାକୁ ପରାଜିତ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ପୋଲିସକୁ ଧରି ସ୍ବାମୀଙ୍କୁ ହଇରାଣ କରିପାରିବେନି ମହିଳା

ନୂଆଦିଲ୍ଲୀ,୮ା୫: ସ୍ବାମୀ ଓ ଶାଶୁଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

୮୦୦ କୋଟିର ଦୁର୍ନୀତିରେ ଖାର୍ଗେଙ୍କ ଜ୍ୱାଇଁ

ବେଙ୍ଗାଲୁରୁ, ୮।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଜ୍ୱାଇଁ ତଥା ଗୁଲବର୍ଗା ଆସନରୁ ଦଳୀୟ ପ୍ରାର୍ଥୀ ରାଧାକୃଷ୍ଣ ଡୋଡ୍ଡାମଣିଙ୍କ ସମେତ ୫ ଜଣଙ୍କ ବିରୋଧରେ ଏକ...

୯୩ ଆସନରେ ୬୨% ମତଦାନ

ନୂଆଦିଲ୍ଲୀ,୮ା୫: ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ମତଦାନ ହାର...

‘ସ୍ବାମୀ, ଶାଶୂଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେ ନାହିଁ ମହିଳା’

ନୂଆଦିଲ୍ଲୀ,୭ା୫: ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

ଭାଜପାକୁ ଝଟ୍‌କା, ଦଳର ପୋଷ୍ଟ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୭।୫: ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର...

‘ଭାଜପା-ମୋଦିଙ୍କ ନୀତି ଭେଦଭାବପୂର୍ଣ୍ଣ, ଶକ୍ତିଶାଳୀ ଭାରତ ଗଠନ ଲାଗି କଂଗ୍ରେସକୁ ଭୋଟ ଦିଅନ୍ତୁ’

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା...

ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ… 

ଚଣ୍ଡିଗଡ଼,୭।୫: ହରିୟାଣାରେ ଭାଜପା ସରକାର ଉପରେ ସଙ୍କଟ ଦେଖାଦେଇଛି। ଭାଜପା ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ବାଧୀନ ବିଧାୟକ ବାହାରିଛନ୍ତି। ସେମାନେ ସମର୍ଥନ ଫେରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri