କେବୁଲ୍‌ ଟିଭି ମାଧ୍ୟମରେ ଶିକ୍ଷାଦାନ: ୨୭୩ ପ୍ରଧାନଶିକ୍ଷକଙ୍କ ସହ ଡିଇଓଙ୍କ ଗୁଗଲ୍‌ ମିଟ୍‌

ଜଗତ୍‌ସିଂହପୁର ଅଫିସ, ୩୧।୭: ଜଗତ୍‌ସିଂହପୁର ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରତିଭା ମଞ୍ଜରୀ ଦାସ ଜିଲାର ୨୭୩ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ସହ ଗୁରୁବାର ଗୁଗଲ୍‌ ମିଟ୍‌ କରିଛନ୍ତି। ଏଥିରେ ଡିଇଓ ୧ମରୁ ୮ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ ଚାଉଳ ଓ ଅନ୍ୟ ଅର୍ଥରାଶି ପ୍ରଦାନ, ମାଟ୍ରିକ ପରୀକ୍ଷା ଫଳ, କେବୁଲ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ଶିକ୍ଷାଦାନ, ବିଦ୍ୟାଳୟ ଅନୁଦାନର ବିନିଯୋଗ ପ୍ରମାଣପତ୍ର, ନ୍ୟାଶନାଲ ସ୍କଲାରଶିପ୍‌ (ଜାତୀୟ ବୃତ୍ତି) ପୋର୍ଟାଲରେ ବିଦ୍ୟାଳୟଗୁଡିକ ପଞ୍ଜୀକରଣ କରାଯିବା ଓ ଶିକ୍ଷୟିତ୍ରୀଶିକ୍ଷକଙ୍କ ଅନଲାଇନ୍‌ ଶିକ୍ଷାଦାନ ଉପରେ ଜ୍ଞାନ ବୃଦ୍ଧି ପାଇଁ ଚକ୍‌ଲିଟ୍‌ ଆପ୍‌ରେ ନାମ ପଞ୍ଜୀକରଣ ଆଦି ଉପରେ ସମୀକ୍ଷା କରିଥିଲେ।
ସେ କହିଥିଲେ, ମାର୍ଚ୍ଚ ୧୩ରୁ ଜୁନ ୧୩ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଚାଉଳ ଓ ଖର୍ଚ୍ଚ ବାବଦ ଅର୍ଥ ଦିଆଯାଇଛି। ଏବେ ଜୁନ ୧୪ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପୁନଶ୍ଚ ୫୭ ଦିନର ଚାଉଳ ପ୍ରଦାନ କରାଯିବ। ଏହା ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟଙ୍କ ଉପସ୍ଥିତିରେ କରୋନା ମୁକାବିଲା ସମ୍ପର୍କିତ ସତର୍କତା ଅବଲମ୍ବନପୂର୍ବକ କରାଯିବ। ଅନ୍ୟ ଖର୍ଚ୍ଚ ବାବଦକୁ ଅର୍ଥ ସେମାନଙ୍କ ଆକାଉଣ୍ଟକୁ ପଠାଯିବ। ଆଇଏଫ୍‌ଏ (ଆଇରନ୍‌ ଓ ଫଲିକ ଏସିଡ୍‌ ଥିବା) ବଟିକା ମଧ୍ୟ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଚଳିତ ମାଟ୍ରିକ ପରୀକ୍ଷା ଫଳ ଆଶାଜନକ ହୋଇ ନ ଥିବାରୁ ଡିଇଓ କ୍ଷୋଭ ପ୍ରକାଶ କରିଥିଲେ। ଗତବର୍ଷ ଏ-୧ ଗ୍ରେଡ୍‌ ୪୨ ଜଣ ପାଇଥିଲେ, ଚଳିତବର୍ଷ କାହିଁକି ୪୦କୁ ଖସିଲା ସେନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଧାନଶିକ୍ଷକମାନେ ଏ ବାବଦରେ ତର୍ଜମା କରିବା ଜରୁରୀ ବୋଲି କହିଥିଲେ। କରୋନା ଯୋଗୁ ଶିକ୍ଷାଦାନ ପ୍ରକ୍ରିୟା ପ୍ରଭାବିତ ହୋଇଥିବାରୁ ଛାତ୍ରୀଛାତ୍ରଙ୍କୁ ଅନଲାଇନ୍‌ ପାଠ୍ୟଦାନ ଜରୁରୀ ହୋଇ ପଡିଥିବା କୁହାଯାଇଥିଲା। ଜିଲାରେ ଅନଲାଇନ୍‌ ପାଠପଢାକୁ କିପରି ଅଧିକ କ୍ରିୟାଶୀଳ କରାଯାଇ ପାରିବ ତା’ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୧୦ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ସ୍ଥାନୀୟ ଏକ କେବୁଲ ଚ୍ୟାନେଲ (ଟିଭି) ମାଧ୍ୟମରେ ଶିକ୍ଷାଦାନ କରାଯିବ। ପରେ ୯ମ ଓ ସଫଳତା ମିଳିଲେ ଅନ୍ୟ ଶ୍ରେଣୀର ପିଲାଙ୍କ ପାଇଁ ଏଭଳି ଶିକ୍ଷାଦାନ କରାଯିବାକୁ ବ୍ୟବସ୍ଥା ହେବ। ଏନେଇ ଶୁକ୍ରବାର ଜିଲାର ସାଧନ କର୍ମୀ ଓ କୃତୀ ଶିକ୍ଷକମାନଙ୍କୁ ନେଇ ଡିଇଓ ପୁଣିଥରେ ଗୁଗଲ ମିଟ୍‌ କରିବେ। ଭାରତ ସରକାର ଚକ୍‌ଲିଟ୍‌ ଆପ୍‌ ଜରିଆରେ ଶିକ୍ଷକଙ୍କୁ ଅଡିଓ, ଭିଡିଓ ସହ କିପରି ଭଲ ଶିକ୍ଷାଦାନ କରିପାରିବେ ସେ କୌଶଳ ଅନଲାଇନ୍‌ରେ ପ୍ରଦାନ କରୁଛନ୍ତି। ଏନେଇ ନାମ ପଞ୍ଜୀକରଣ ଆବଶ୍ୟକ ହେଉଛି। ତେଣୁ ଜିଲାର ଶିକ୍ଷୟିତ୍ରୀଶିକ୍ଷକ ଶୀଘ୍ର ନାମ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି। ଭାରତ ଏବଂ ଓଡ଼ିଶା ସରକାରଙ୍କ ତରଫରୁ ନ୍ୟାଶନାଲ ସ୍କଲାରଶିପ୍‌ (ଜାତୀୟ ବୃତ୍ତି) ପୋର୍ଟାଲରେ ବିଦ୍ୟାଳୟଗୁଡିକୁ ପଞ୍ଜୀକରଣ କରାଯିବାକୁ ପରାମର୍ଶ ଦିଆଯାଇଥିଲା। ତାହା ନ ହେଲେ ପିଲାଙ୍କ ନାଁ ଏଥିରେ ସଂଯୋଗ କରିହେବ ନାହିଁ। ଇନ୍‌ସ୍ପେୟାରମାନକ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା ପାଇଁ ଛାତ୍ରୀଛାତ୍ରଙ୍କୁ ଆଗକୁ ନେବାକୁ ପଡିବ। ତେଣୁ ଏନେଇ ପିଲାଙ୍କ ମଧ୍ୟରେ ଆଇଡିଆ ପ୍ରତିଯୋଗିତା କରାଇ ଇନ୍‌ସ୍ପେୟାରମାନକ ପୋର୍ଟାଲରେ ବିଦ୍ୟାଳୟ ତରଫରୁ ପିଲାମାନଙ୍କ ନାମ ପଞ୍ଜୀକରଣ କରାଇବାକୁ କୁହାଯାଇଥିଲା। ୬୦ କୃତୀ ଛାତ୍ରୀଛାତ୍ରଙ୍କ ନାଁ ଏହି ପୋର୍ଟାଲରେ ପଞ୍ଜୀକରଣ କରାଯାଇଥିଲେ ସୁଦ୍ଧା ସେମାନଙ୍କ ଆକାଉଣ୍ଟରେ ଅନ୍ୟ ନାଁ ରହିଛି। ଯେଉଁଥିପାଇଁ ଏହି ପିଲାମାନେ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ଓ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ଅର୍ଥରାଶି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ନାମ ଠିକ ଭାବରେ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଜିଲା ବିଜ୍ଞାନ ପରିଦର୍ଶକ ସୁଭାଷ ଚନ୍ଦ୍ର ରାଉତ ସଂଯୋଜନା କରିଥିବା ବେଳେ ଜୀବନ କୁମାର ସାହୁ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri