Posted inଫୁରସତ

ରୋଜଗାର ପାଇଁ ଏମିତି ଅଭିନବ ଉପାୟ ପାଞ୍ଚିଲେ ରିକ୍ସା ଚାଳକ

ଆରା, ୨୭।୭: ସମଗ୍ର ବିଶ୍ୱରେ କରୋନା ଭୟଙ୍କର ବିନାଶ ଘଟାଇ ଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ଲକ୍‌ ଡାଉନ ଜାରି ରହିଛି। ଏହା ଦ୍ୱାରା ସିଧାସଳଖ ଗରିବ ଶ୍ରେଣୀର ଲୋକ ପ୍ରଭାବିତ ହୋଇଛନ୍ତି। ସେମାନେ ପେଟ ପୋଷିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ବିହାରର ଆରା ଜିଲାରେ ଦେଖିବାକୁ ମିଳିଛି। ଜଣେ ରିକ୍ସା ଚାଳକ କ୍ଷୁଧା ମେଣ୍ଟାଇବା ପାଇଁ ନିଜକୁ ଜୀବନ୍ତ ଶବ ଭଳି ଘୋଡ଼ାଇ ହୋଇ ରାସ୍ତା କଡ଼ରେ ଶୋଇପଡ଼ିଥିଲେ। ଫଳରେ ପାଖରେ ଯିବା ଆସିବା କରୁଥିବା ଲୋକ ଶବ ଭାବି ତାଙ୍କ ଉପରେ ପଇସା ପକାଇ ଯାଉଥିଲେ। ଏହିଭଳି ଭାବେ ରିକ୍ସା ଚାଳକ ଜଣଙ୍କ କିଛି ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି।
ନାମକ ଏହି ରିକ୍ସା ଚାଳକ ଜଣଙ୍କ କହିଛନ୍ତି, ବିହାରରେ ଲକ୍‌ ଡାଉନ୍‌ ଆରମ୍ଭ ହୋଇଯାଇଥିବା ହେତୁ ରୋଜଗାର କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇଯାଇଥିଲା। ଯାତ୍ରୀ ନ ମିଳିବାରୁ ପରିବାର ଲୋକଙ୍କୁ ଦୁଇ ଓଳି ଦୁଇମୁଠା ଖାଇବାକୁ ଦେଇପାରି ନ ଥିଲେ। ଶେଷରେ ବାଧ୍ୟ ହୋଇ ପୁରା ଶରୀରକୁ ଚାଦରରେ ଘୋଡ଼ାଇ ରାସ୍ତା କଡ଼ରେ ମୃତକଙ୍କ ଭଳି ପଡ଼ି ରହିଥିଲେ। ଏହା ଉପରେ ସେ ଫୁଲ ମାଳ ପକାଇ ପାଖରେ ଧୂପକାଠି ଜଳାଇ ଦେଇଥିଲେ। ଯିଏବି ଏହି ରାସ୍ତା ଦେଇ ଯିବା ଆସିବା କରୁଥିଲା ତାଙ୍କୁ ମୃତ ବ୍ୟକ୍ତି ଭାବି ପଇସା ପକାଇ ପଳାଉଥିଲେ। ଏହିଭଳି ଭାବେ ସେ କିଛି ଟଙ୍କା ରୋଜଗାର କରିଥିବା ରାମଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri