ନକଲି କୋଭିଡ୍‌ ପାସ୍‌ ଲଗାଇ ପୁରୀରେ କାର୍‌

ପୁରୀ ଅଫିସ/ପିପିଲି (ସ୍ବ. ପ୍ର/ଡି.ଏନ.ଏ.),୨୭।୭: ପୁରୀ ଜିଲାରୁ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ସୀମା ସିଲ୍‌ ସହ ଜିଲାର ସବୁ ପ୍ରବେଶ ପଥରେ ଆସନ୍ତା ୩୧ ପର୍ଯ୍ୟନ୍ତ କଡ଼ା କଟକଣା ଲଗାଯାଇଛି। ହେଲେ ପ୍ରଶାସନିକ କଟକଣା ଓ ସୁରକ୍ଷା ବ୍ୟବସ୍ଥାକୁ ଚକ୍‌ମା ଦେଖାଇ ରବିବାର ଏକ କାର୍‌ ପୁରୀରେ ପହଞ୍ଚତ୍ଛି। ଯେଉଁଥିରେ ଲାଗିଛି ଏକ ନକଲି ପାସ୍‌ ଏବଂ ଏହି କାର୍‌ରେ ୩ ଅଣଓଡ଼ିଆ ଆସିଥିଲେ ବୋଲି କୁହାଯାଉଛି। ତେବେ ଏହା ଜଣାପଡ଼ିବା ପରେ କାର୍‌ଟି ଫେରିଯାଉଥିବାବେଳେ ତାହାକୁ ପିପିଲି ଟୋଲ୍‌ଗେଟରେ ପୋଲିସ ଜବତ କରିଛି। ଏଥିସହ ଡ୍ରାଇଭରଙ୍କୁ ଅଟକ ରଖିଛି। ମାତ୍ର ପୁରୀ ଆସିଥିବା ସମ୍ପୃକ୍ତ ୩ ଅଣଓଡ଼ିଆଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ।

ଭୋର ସମୟରେ ଏହି କାର୍‌ ପୁରୀ ଆସି ଶ୍ରୀମନ୍ଦିର ସମ୍ମୁଖରେ ଅଟକିଥିଲା। ଏଥିରେ ୩ଜଣ ଅଣଓଡ଼ିଆ ଥିଲେ। ସେମାନେ ହିନ୍ଦୀରେ କଥା ହେଉଥିଲେ। ଏ ନେଇ ପ୍ରଶାସନ ପାଖରେ ଖବର ପହଞ୍ଚତ୍ବା ଜାଣିବା ପରେ କାର୍‌ଟି ଭୁବନେଶ୍ୱର ଅଭିମୁଖେ ପଳାଇଥିଲା। ଏ ନେଇ ଉପଜିଲାପାଳ ଭବତାରଣ ସାହୁ ପିପିଲି ପୋଲିସକୁ ଜଣାଇ ଥିଲେ। ପିପିଲ ଟୋଲ୍‌ଗେଟ୍‌ରେ କାର୍‌କୁ ଅଟକାଯାଇ ଯାଞ୍ଚ କରାଯାଇଥିଲା। ସେଥିରେ ଲଗାଯାଇଥିବା କୋଭିଡ୍‌ ପାସ୍‌ ଡୁପ୍ଲିକେଟ ଥିବା ଜଣାପଡ଼ିଥିଲା। ତେଣୁ ସମ୍ପୃକ୍ତ କାର୍‌ ଜବତ କରାଯିବା ସହ ଚାଳକଙ୍କୁ ଅଟକ ରଖାଯାଇଛି। ଏ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ହେବ ବୋଲି ପିପିଲି ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri