କରୋନା ନେଲା ୨୭ ବର୍ଷୀୟ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ, ୨୬।୭: ଜଣେ ଯୁବ ଡାକ୍ତରଙ୍କ ଜୀବନ ନେଇଛି କରୋନା ମହାମାରୀ। ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଭୀମ ରାଓ ଆମ୍ବେଦକର ହସ୍ପିଟାଲ ଓ କଲେଜରେ କାର୍ଯ୍ୟ କରୁଥିବା ରେସିଡେଣ୍ଟ ଡାକ୍ତର ଯୋଗୀନ୍ଦର ଚୌଧୁରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ହୋଇଥିଲା। ଯୋଗୀନ୍ଦର ଗତ ୬ ମାସ ହେବ ଏହି ହସ୍ପିଟାଲରେ ଆଡ୍‌ହକ ଆଧାରରେ କାମ କରୁଥିଲେ। ସେ ପ୍ରଥମେ ଫ୍ଲୁ କ୍ଲିନିକ ଓ ପରେ କାଜୁଆଲଟୀ ଦାୟିତ୍ୱରେ ରହିଥିଲେ। ତେବେ ଗତ ମାସ ୨୭ରେ ସେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ବାବା ସାହେବ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଯୋଗୀନ୍ଦରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିବାରୁ ଡାକ୍ତର ତାଙ୍କୁ ଜୁନ୍‌ ୩୦ରେ ଲୋକ ନାୟକ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଜୁଲାଇ ୮ ପର୍ଯ୍ୟନ୍ତ ରହିବା ପରେ ଯୋଗୀନ୍ଦରଙ୍କ ବାପାଙ୍କୁ ଡାକ୍ତର କହିଥିଲେ ତାଙ୍କ ପୁଅର ଫୁସ୍‌ଫୁସରେ ଏକ ଛିଦ୍ର ରହିଛି। ତାଙ୍କୁ ଭେଣ୍ଟିଲେଟରରେ ରଖିବାର ଆବଶ୍ୟକ ହେଉଛି। ତେଣୁ ସେହିଦିନ ତାଙ୍କୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଶେଷରେ ଯୋଗୀନ୍ଦରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ସରକାରଙ୍କ ହସ୍ପିଟାଲରେ କାର୍ଯ୍ୟ କରୁଥିବାବେଳେ କରୋନା ଆକ୍ରାନ୍ତ ହୋଇ ମୃତୁୂ୍ୟବରଣ କରିଥିବାରୁ ଏକ କୋଟି ଟଙ୍କା ଦେବାକୁ ଯୋଗୀନ୍ଦରଙ୍କ ପିତା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ଦ୍ୱାଦଶ ପର୍ଯ୍ୟନ୍ତ ପଢିବାକୁ ଲାଗୁଛି ୨୨ ଲକ୍ଷ! କେମିତି ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗିଲାଣି ଘରୋଇ ସ୍କୁଲ, ଭାଇରାଲ ହେଉଛି CAଙ୍କ ପୋଷ୍ଟ

ନୂଆଦିଲ୍ଲୀ,୭।୧୨: ଭାରତରେ ମଧ୍ୟବିତ୍ତ ପରିବାର ପାଇଁ ଶିକ୍ଷା ସର୍ବଦା ପ୍ରାଥମିକତା ରହିଆସିଛି। କିନ୍ତୁ ୨୦୨୫ ପାଇଁ ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ ଆସିଛି। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri