ୟୁଜି, ପିଜି ପରୀକ୍ଷା ବାଧ୍ୟତାମୂଳକ ପ୍ରସଙ୍ଗ: ୟୁଜିସି ଗାଇଡ୍‌ଲାଇନ୍‌ର ପୁନର୍ବିଚାର କରାଯାଉ

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ରାଜ୍ୟରେ ସ୍ନାତକ(ୟୁଜି) ଏବଂ ସ୍ନାତକୋତ୍ତର(ପିଜି) ଶେଷବର୍ଷ ସେମିଷ୍ଟର ପରୀକ୍ଷାକୁ ୟୁଜିସି ବାଧ୍ୟତାମୂଳକ କରିଛି। ଏନେଇ ଜୁଲାଇ ୬ରେ ଜାରି ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ର ପୁନର୍ବିଚାର କରିବାକୁ ରାଜ୍ୟ ସରକାର ପୁଣିଥରେ ଅନୁରୋଧ କରିଛନ୍ତି। କୋଭିଡ୍‌-୧୯ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ବିକଳ୍ପ ମୂଲ୍ୟାୟନ ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ଗୁରୁବାର ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କଙ୍କୁ ପତ୍ର ଲେଖିଛନ୍ତି। ପ୍ରଥମେ ଗତ ୯ ତାରିଖରେ ମନ୍ତ୍ରୀ ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ମାତ୍ର ଏପର୍ଯ୍ୟନ୍ତ ଉକ୍ତ ପତ୍ରର କୌଣସି ଉତ୍ତର ମିଳି ନ ଥିବାରୁ ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ର ପରୀକ୍ଷାକୁ ନେଇ ଅନିଶ୍ଚିତତା ମଧ୍ୟରେ ଅଛନ୍ତି। ସେହିଭଳି ରାଜ୍ୟ ସରକାର ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଦ୍ୱିତୀୟଥର ପତ୍ର ଲେଖିଥିବା ଜଣାପଡଛି।
ଉକ୍ତ ପତ୍ରରେ ଉଲ୍ଲେଖ ରହିଛି ଯେ, ଗତ ୧୫ ଦିନ ମଧ୍ୟରେ କରୋନା ସ୍ଥିତି ଅଧିକ ଜଟିଳ ହୋଇଛି। ଆଗାମୀ ମାସରେ ଅଧିକ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ୟୁଜିସିର ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ ଅନୁଯାୟୀ ୟୁଜି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା କରାଇବା ସମ୍ଭବ ନୁହେଁ। ରାଜ୍ୟର ପ୍ରାୟ ୨ ଲକ୍ଷ ୟୁଜି ଓ ପିଜି ଛାତ୍ରୀଛାତ୍ର ନିମ୍ନ ଏବଂ ମଧ୍ୟବିତ୍ତ ପରିବାରର। ସେମାନଙ୍କ ନିକଟରେ କମ୍ପ୍ୟୁଟର, ଲାପ୍‌ଟପ୍‌ କିମ୍ବା ସ୍ମାର୍ଟଫୋନ୍‌ ନାହିଁ। ସେହିଭଳି ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରୀଛାତ୍ର ଉନ୍ନତ ଇଣ୍ଟରନେଟ୍‌ ସୁବିଧା ଅଭାବରୁ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବା ମଧ୍ୟ ସମ୍ଭବ ନୁହେଁ। ଖାତାକଲମରେ କ୍ଲାସ୍‌ରୁମ୍‌ରେ ପରୀକ୍ଷା ଦେବା ଦ୍ୱାରା ମଧ୍ୟ ସଂକ୍ରମଣ ଆଶଙ୍କା ରହିଛି। ସୀମିତ ହଷ୍ଟେଲରେ ସାମାଜିକ ଦୂରତ୍ୱ ରକ୍ଷା ନ କରିପାରିବା, ସାଧାରଣ ପରିବହନ ବ୍ୟବସ୍ଥା ସ୍ବାଭାବିକ ନ ହେବା, ବେସରକାରୀ ଭଡ଼ାଘରେ ରହିବାକୁ ମାଲିକମାନେ ଅନୁମତି ନ ଦେବା ଭଳି ସମସ୍ୟା ରହିଛି। ଏହାବ୍ୟତୀତ ଅନେକ ମହାବିଦ୍ୟାଳୟକୁ କ୍ବାରାଣ୍ଟାଇନ୍‌ ସେଣ୍ଟର, କୋଭିଡ୍‌ କେୟାର ହୋମ୍‌, କୋଭିଡ୍‌ କେୟାର ସେଣ୍ଟର, କୋଭିଡ୍‌ କେୟାର ହସ୍ପିଟାଲ କରାଯାଇଥିବାରୁ ସେପ୍ଟେମ୍ବର ସୁଦ୍ଧା ଏହି ପରୀକ୍ଷା କରାଇବା ସମ୍ଭବପର ହେବନାହିଁ ବୋଲି ମନ୍ତ୍ରୀ ସାହୁ ପତ୍ରରେ ଉଲ୍ଲେଖ କରିଛନ୍ତି। ଏଥିସହ ୟୁଜିସି ମାର୍ଗଦର୍ଶିକା ଅନୁଯାୟୀ ବିଳମ୍ବରେ ପରୀକ୍ଷା କଲେ ଶିକ୍ଷାବର୍ଷ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବାସହ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ କ୍ଷତିଗ୍ରସ୍ତ ହେବାର ସମ୍ଭବାନ ରହିଛି। ତେଣୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଯେଉଁ ସୀମିତ ସଂଖ୍ୟକ ଛାତ୍ରୀଛାତ୍ର ବିକଳ୍ପ ମୂଲ୍ୟାୟନରେ ସନ୍ତୁଷ୍ଟ ହେବେ ନାହିଁ, ସେମାନେ ସ୍ଥିତି ସୁଧୁରିଲେ ନଭେମ୍ବର/ଡିସେମ୍ବରରେ ପରୀକ୍ଷା ଦେବାକୁ ନିଶ୍ଚିତ ସୁଯୋଗ ପାଇବେ। ବିକଳ୍ପ ମୂଲ୍ୟାୟନର ଫଳ ଅଗଷ୍ଟ ୩୧ ସୁଦ୍ଧା ଘୋଷଣା କରାଗଲେ ଶିକ୍ଷାବର୍ଷ ବାଧାପ୍ରାପ୍ତ ହେବ ନାହିଁ। ତେଣୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଲାଗୁ ପାଇଁ ଅନୁମତି ଦେବା ସହ ୟୁଜିସିର ପରିବର୍ତ୍ତିତ ମାର୍ଗଦର୍ଶିକାର ପୁନର୍ବିଚାର କରିବାକୁ ମନ୍ତ୍ରୀ ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri