ବଦଳିଲେ ୨୮ ମେଡିକାଲ ଅଫିସର

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ୨୮ ମେଡିକାଲ ଅଫିସରଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଉରକେଲା ଜେନେରାଲ ହସ୍ପିଟାଲ(ଆର୍‌ଜିଏଚ୍‌)ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଥିବା ଊର୍ମିଳା ମିଶ୍ରଙ୍କୁ ବ୍ଲଡ୍‌ ସେଫ୍ଟି ଓଡ଼ିଶା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ବାରିପଦା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ଇଏନ୍‌ଟି କନ୍‌ସଲ୍‌ଟାଣ୍ଟ ଡାକ୍ତର ବିଶ୍ୱନାଥ ଦାସଙ୍କୁ ପଦୋନ୍ନତି ଦିଆଯାଇ ସେଠାରେ ଇଏନ୍‌ଟି ସ୍ପେଶାଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଏସ୍‌ଡିଏଚ ପାଟଣାଗଡର ସୁପରିଣ୍ଟେଣ୍ଡେଣ୍ଟ ଥିବା ଦିଲୀପ କୁମାର ବିଶ୍ୱାଳଙ୍କୁ ଡିଏଚ୍‌ଏସ୍‌ରେ ଏ.ଡି. ଭାବେ ବଦଳି କରାଯାଇଥିବ ବେଳେ କନ୍ଧମାଳ ଡିଏଚ୍‌ଏଚ୍‌ ସିନିୟର କନ୍‌ସଲ୍‌ଟାଣ୍ଟ(ଓ ଆଣ୍ଡ ଜି) ଗୀତାଞ୍ଜଳି ରଥଙ୍କୁ କଟକ ସିଟି ହସ୍ପିଟାଲ, ଡାକ୍ତର ପ୍ରମୋଦ କୁମାର ସାମନ୍ତରାୟଙ୍କୁ କ୍ୟାପିଟାଲ ହସ୍ପିଟାଲ, କଳାହାଣ୍ଡି ଡିଏଚ୍‌ଏଚ୍‌ର ସରୋଜ ଜେନାଙ୍କୁ ଭଦ୍ରକ, କେନ୍ଦ୍ରାପଡା ଡିଏଚ୍‌ଏଚ୍‌ର ମୁରଲୀଧର ପାଢ଼ୀଙ୍କୁ ଭଦ୍ରକ, ପୁରୀ ଡିଏଚ୍‌ଏଚ୍‌ର ବରଦାକାନ୍ତ ମିଶ୍ରଙ୍କୁ ରାୟଗଡା, ପୁରୀ ଡିଏଚ୍‌ଏଚ୍‌ର ସିନିୟର କନ୍‌ସଲ୍‌ଟାଣ୍ଟ(ଓ ଆଣ୍ଡ ଜି) ପ୍ରଣବ ଶଙ୍କର ଦାଶଙ୍କୁ ପୁରୀ ଡିଏଚ୍‌ଏଚ୍‌ ମେଡିକାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କୋରାପୁଟ ଡିଏଚ୍‌ଏଚ୍‌ର ସିନିୟର କନ୍‌ସଲ୍‌ଟାଣ୍ଟ (ମେଡିସିନ) ରବୀନ୍ଦ୍ର ନାଥ ମିଶ୍ରଙ୍କୁ କୋରାପୁଟ ଡିଏଚ୍‌ଏଚ୍‌ ମେଡିକାଲ ଅଫିସର ଭାବେ ବଦଳି କରାଯାଇଥିବା ବେଳେ ଗଜପତି ଡିଏଚ୍‌ଏଚ୍‌ ଏଡିପିଏଚ୍‌ଓ ଥିବା ଚନ୍ଦା କାନୁନ୍‌ଗୋଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲ, ବରଗଡ଼ ଡିଏଚ୍‌ଏଚ୍‌ ସିନିୟର କନ୍‌ସଲଟାଣ୍ଟ ଥିବା ମନୋଜ ଅଧରଙ୍କୁ ସୋନପୁର ଡିଏଚ୍‌ଏଚ୍‌ ସିନିୟର କନ୍‌ସଲ୍‌ଟାଣ୍ଟ, ସୁନ୍ଦରଗଡ଼ ଡିଏଚ୍‌ଏଚ୍‌ର ଅଲେଖ ପ୍ରସାଦ ମହାପାତ୍ରଙ୍କୁ ସମ୍ବଲପୁର, ନବରଙ୍ଗପୁର ମେଡିକାଲ ଅଫିସର ସୁଶାନ୍ତ କୁମାର ବେହେରାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲ, ପୁରୀ ଡିଏଚ୍‌ଏଚ୍‌ର ସିନିୟର କନ୍‌ସଲ୍‌ଟାଣ୍ଟ(ମେଡିସିନ) କୈଳାସ ଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ବ୍ରହ୍ମପୁର ସିଟି ହସ୍ପିଟାଲର ସନ୍ତୋଷ କୁମାର ରାଉତରାୟଙ୍କୁ ପୁରୀ ଡିଏଚ୍‌ଏଚ୍‌ର ସିନିୟର କନ୍‌ସଲ୍‌ଟାଣ୍ଟ(ମେଡିସିନ) ଏବଂ ନୂଆପଡା ଡିଏଚ୍‌ଏଚ୍‌ର ବିଶ୍ୱମୋହନ ମିଶ୍ରଙ୍କୁ ଖୋର୍ଦ୍ଧା ଡିଏଚ୍‌ଏଚ୍‌ର ମେଡିକାଲ ଅଫିସର ଭାବେ ବଦଳି କରାଯାଇଛି। ନୂଆପଡା ଡିଏଚ୍‌ଏଚ୍‌ର ଅମୀୟ ଚରଣ ଜେନାମଣିଙ୍କୁ ନୂଆପଡା ଡିଏଚ୍‌ଏଚ୍‌, ନୟାଗଡ଼ ଡିଏଚ୍‌ଏଚ୍‌ର ଗୀତାଞ୍ଜଳୀ କରଙ୍କୁ କଟକ ସିଟି ହସ୍ପିଟାଲ, ନୂଆପଡ଼ା ଡିଏଚ୍‌ଏଚ୍‌ର ବିନୟ ବେହେରାଙ୍କୁ ବରଗଡ଼ ଡିଏଚ୍‌ଏଚ୍‌, ବରଗଡ଼ ଡିଏଚ୍‌ଏଚ୍‌ର ଦୁର୍ଗା ପ୍ରସାଦ ସାହୁଙ୍କୁ ସୋନପୁର ଏବଂ ପୁରୀ ଡିଏଚ୍‌ଏଚ୍‌ର ଲିପିକା ପଣ୍ଡାଙ୍କୁ କ୍ୟାପିଟାଲ ହସ୍‌ିଟାଲ ବଦଳି କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଡିଏଚ୍‌ଏଚ୍‌ର ଉମାକାନ୍ତ ଜେନାଙ୍କୁ ଭଦ୍ରକ, ଆରଜିଏଚ୍‌ ରାଉରକେଲାର ସୁବୋଧ ରଥଙ୍କୁ ସୁନ୍ଦରଗଡ଼, ନବରଙ୍ଗପୁର ଡିଏଚ୍‌ଏଚ୍‌ର ସୁଶାନ୍ତ ପଣ୍ଡାଙ୍କୁ ପୁରୀ ଡିଏଚ୍‌ଏଚ୍‌, କଳାହାଣ୍ଡି ଜିଲା କେସିଙ୍ଗା ସିଏଚ୍‌ସିର ଅରବିନ୍ଦ କଲସାଇଙ୍କୁ ବଲାଙ୍ଗୀର ଜିଲା ଲୋଇସିଙ୍ଗା ସିଏଚ୍‌ସି ଏବଂ ବିଜେପୁର ସିଏଚ୍‌ସି ଯଶୋବନ୍ତ ସାହୁଙ୍କୁ ସମ୍ବଲପୁର ହାତୀବାରି ସିଏଚ୍‌ସି ମେଡିକାଲ ଅଫିସର ଭାବେ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri