Posted inଭଦ୍ରକ

ବୈତରଣୀ ନଦୀପଠାରୁ ବାଲି ଚୋରା ଚାଲାଣ

ଭଦ୍ରକ ଅଫିସ, ୨୪ା୭- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବୈତରଣୀ ନଦୀର ବନ୍ଦାଳୋ ମଢିଆଳିଠାରୁ ଷୋଳମପୁର ପଞ୍ଚାୟତର ଦାଣ୍ଡକୂଳ ପର୍ଯ୍ୟନ୍ତ ବିଭିନ୍ନ ଘାଟରୁ ପ୍ରଶାସନ ଜାଣତରେ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି। ବାଲି ମାଫିଆମାନେ ପ୍ରତ୍ୟେକ ଦିନ ପ୍ରଶାସନ ଆଖିରେ ଧୂଳି ଦେଇ ନଦୀ ପଠାରୁ ବାଲି ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି। ନଦୀ ଗର୍ଭ ଓ ପଠାରୁ ବେଆଇନ ଖନନ ଯୋଗୁ ଅତଡ଼ା ଖାଇ ଓସାର ହେବା ସହ ନଦୀ ଗତିପଥ ମଧ୍ୟ ବଦଳିବାରେ ଲାଗିଛି। ନଦୀରେ ଅଳ୍ପ ପାଣି ଆସିଲେ ସିଧା ଗାଁ ମୁହାଁ ହେଉଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି।
ମଣିନାଥପୁର, ମୁଢ଼ାପଦା, ଦାଣ୍ଡକୂଳ, ନେରଡ଼ା, ଝୁଟଣା, ବନ୍ଦାଳୋ ଆଦି ଅଞ୍ଚଳରେ ଦୈନନ୍ଦିନ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ ହେଉଛି। ଅନ୍ୟପକ୍ଷେ ବେଆଇନ ବାଲି ଚାଲାଣକାରୀଙ୍କ ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର ସଦୃଶ। ଭଦ୍ରକ ଜିଲାର ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକର କିଛି ପଞ୍ଚାୟତ ଏହି ନଦୀ ଅବବାହିକାରେ ଅବସ୍ଥିତ। ପ୍ରତ୍ୟେକବର୍ଷ ବୈତରଣୀରେ ବନ୍ୟା ଆସିଲେ ମୁଖ୍ୟତଃ ଏହି ୩ଟି ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥାଏ। ଏବେ ଏହି ନଦୀପଠା ବାଲି ମାଫିଆମାନଙ୍କ ପାଇଁ ଚରାଭୂଇଁ ପାଲଟିଛି। ମୁଖ୍ୟତଃ ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦାଠାରୁ ଧାମନଗର ବ୍ଲକର ଦିହୁଡ଼ି ଆନନ୍ଦପୁର ପର୍ଯ୍ୟନ୍ତ ବୈତରଣୀ ନଦୀପଠାରୁ ବେଧଡକ ଭାବେ ବେଆଇନ ବାଲି ଖୋଳା ଚାଲିଛି।
ପ୍ରଶାସନ ଏଥିପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିବା ପରିବର୍ତ୍ତେ ଲୋକ ଦେଖାଣିଆ ଚଢ଼ାଉ କରୁଛି। ମାଫିଆମାନେ ରାତି ଅଧରେ ପଠାରେ ଗାଡ଼ି ଲଗାଇ ଟନ ଟନ ବାଲି ଉଠାଇ ନେଉଛନ୍ତି। ଏପରିକି ନଦୀପଠାରେ ଜେସିବି ଲଗାଇ ବାଲି ଲୋଡ଼ କରାଯାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ଚଳିତବର୍ଷ ଜୁନ୍‌ ୨୫ତାରିଖ ରାତି ୩ଟାରୁ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୨୧ଟି ଗାଡ଼ି ଜବତ କରାଯାଇଥିଲା ଏବଂ ସ୍ଥାନୀୟ କିଛି ଲୋକାଲ ଗାଡ଼ି ମାଲିକ ପୋଲିସକୁ ମାଡ଼ ମାରି ଖସିଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ନେଇ ମାମଲା ହୋଇ କେତେଜଣ ବ୍ୟକ୍ତି ଗିରଫ ମଧ୍ୟ ହୋଇଥିଲେ। ଏପରିକି କେତେଜଣ ଅସାଧୁ ପୋଲିସ କର୍ମଚାରୀଙ୍କ ପୂର୍ବ ସୂଚନା ପାଇ ଅନ୍ୟ କିଛି ଗାଡ଼ି ଫେରାର ହୋଇଯାଇଥିଲେ। ପୁଣିଥରେ ଆରମ୍ଭ ହୋଇଛି ବାଲିମାଫିଆଙ୍କ ରାଜୁତି। ଏନେଇ ଉପଜିଲାପାଳ ପୀତାମ୍ବର ସାମଲଙ୍କୁ ପଚାରିବାରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ବାଲି ଖାଦାନରେ ଚଢ଼ାଉ କରାଯାଇ ଗାଡ଼ିଗୁଡ଼ିକରୁ ଜରିମାନା ଆଦାୟ କରାଯାଉଛି। ଆବଶ୍ୟକ ପଡ଼ିଲେ ଗାଡ଼ି ମାଲିକଙ୍କ ନାଁରେ ମକଦ୍ଦମା ରୁଜୁ କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଭଦ୍ରକ,୧୬୧୨(ସନାତନ ରାଉତ): ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆଙ୍କୁ...

ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri