Posted inଖେଳ

ଜାମାଇକା ମିଟ୍‌ରେ ଭାଗନେଲେ ଶ୍ରାବଣୀ

କିଙ୍ଗଷ୍ଟନ, ୨୨।୭(ପି.ଟି.)- ତାରକା ସ୍ପ୍ରିଣ୍ଟର ଓଡ଼ିଶାର ଶ୍ରାବଣୀ ନନ୍ଦ କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ପରେ ପ୍ରଥମ ଭାରତୀୟ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟଭାବେ କୌଣସି ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଜାମାଇକାରେ ସେ ବିଶ୍ୱର କେତେଜଣ ଶ୍ରେଷ୍ଠ ଆଥଲେଟ୍‌ଙ୍କ ସହ ଏକ ମିଟ୍‌ରେ ଭାଗ ନେଇଛନ୍ତି। ଜାମାଇକା କଲେଜର ଆଶେନହେମ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଭେଲୋସିଟି ଫେଷ୍ଟରେ ୨୯ ବର୍ଷୀୟା ଶ୍ରାବଣୀ ୧୦୦ ମିଟରରେ ଏମଭିପି ଟ୍ରାକ୍‌ କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ହିଟ୍‌ ନମ୍ବର-୨ରେ ସେ ୧୧.୭୮ ସେକେଣ୍ଡ ସମୟ ନେଇ ପ୍ରଥମ ହୋଇଥିଲେ। ଓଭରଅଲ୍‌ ସେ ତୃତୀୟ ସ୍ଥାନ ହାସଲ କରିଥିଲେ। ୧୦୦ ମିଟରରେ ଶ୍ରାବଣୀଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ହେଉଛି ୧୧.୪୫ ସେକେଣ୍ଡ ଏବଂ ୨୦୦ ମିଟରରେ ୨୩.୦୭ ସେକେଣ୍ଡ। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଅଂଶଗ୍ରହଣ କରି ନିଜ ହିଟ୍‌ରେ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ୨୦୧୭ ଏସିଆନ ଆଥଲେଟିକ୍‌ ଚାମ୍ପିୟନଶିପ୍‌ର ୪x୧୦୦ ମିଟର ରିଲେ ରେସ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟା ଥିଲେ। ୨୦୧୬ ସାଉଥ୍‌ ଏସିଆନ ଗେମ୍ସରେ ସେ ୨୦୦ ମିଟରରେ ସ୍ବର୍ଣ୍ଣ ଏବଂ ୧୦୦ ମିଟରରେ ରୌପ୍ୟ ପଦକ ପାଇଥିଲେ।
ଶ୍ରାବଣୀଙ୍କ ବ୍ୟତୀତ ଭେଲୋସିଟି ଫେଷ୍ଟରେ ଡବଲ ଅଲିମ୍ପିକ୍‌ ସ୍ପ୍ରିଣ୍ଟ ଚାମ୍ପିୟନ ଇଲାନେ ଥମ୍ପସନ ଓ ଶେଲି-ଆନ୍‌ ଫ୍ରାସର-ପ୍ରାଇସଙ୍କ ପରି ପ୍ରତିଯୋଗୀ ଭାଗ ନେଇଥିଲେ। ବର୍ତ୍ତମାନର ଅଲିମ୍ପିକ୍‌ ଚାମ୍ପିୟନ ଥମ୍ପସନ ମଧ୍ୟ ଏମ୍‌ଭିପି ଟ୍ରାକ୍‌ କ୍ଲବରୁ ପ୍ରତିନିଧିତ୍ୱ କରୁଥିଲେ। ସେ ୧୧.୧୯ ସେକେଣ୍ଡ ସମୟ ନେଇ ଓଭରଅଲ୍‌ ବିଜେତା ହୋଇଥିଲେ। ନାଇକ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଫ୍ରାସର-ପ୍ରାଇସ ମହିଳା ୨୦୦ ମିଟରରେ ୨୨.୭୪ ସେକେଣ୍ଡ ସମୟ ନେଇଥିଲେ। ପୂର୍ବତନ ୧୦୦ ମିଟର ବିଶ୍ୱଚାମ୍ପିୟନ ୟୋହାନ ବ୍ଲାକ୍‌ ପୁରୁଷ ୨୦୦ ମିଟର ରେସ୍‌ରେ ୨୨.୭୪ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ଗତ ମାର୍ଚ୍ଚପରେ ଭେଲୋସିଟି ଫେଷ୍ଟ ଜାମାଇକାର ପ୍ରଥମ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟ।
ଓ୍ବାଲର୍‌ଡ ଆଥଲେଟିକ୍ସ(ଆଇଏଏଏଫ) ଅଲିମ୍ପିକ୍‌ କ୍ୱାଲିଫିକେଶନ ଟୁର୍ନାମେଣ୍ଟକୁ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ସସପେଣ୍ଡ କରିଛି। ଆଥଲେଟିକ୍‌ ଫେଡେରେଶନ ଅଫ ଇଣ୍ଡିଆ(ଏଏଫଆଇ) ଇଣ୍ଡିଆନ ଗ୍ରାଁ ପ୍ରି ଓ ଫେଡେରେଶନ କପ୍‌କୁ ବାତିଲ କରିଛି। ଫଳରେ ଅଧିକାଂଶ ଭାରତୀୟ ଆଥଲେଟ୍‌ ଏବେ କେବଳ ଟ୍ରେନିଂ କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri