୫୦,୯୨୦ ଟଙ୍କା ଛୁଇଁଲା ସୁନା

ନୂଆଦିଲ୍ଲୀ,୨୨।୭: ଗତ ୨ ଦିନ ଧରି ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ବୃଦ୍ଧି ପରିଲକ୍ଷିତ ହେବା ସହ ୧୦ ଗ୍ରାମ ପିଛା ଦର ୫୦ ହଜାର ଟଙ୍କା ଟପିଛି। ବୁଧବାର ନୂଆଦିଲ୍ଲୀରେ ସୁନା ଦର ୫୦,୯୨୦ ଟଙ୍କା ଛୁଇଁଥିବା ଜଣାପଡିଛି। ଅନ୍ତର୍ଜାତୀୟ ବଜାରରେ ଏହି ମୂଲ୍ୟବାନ୍‌ ଧାତୁର ମୂଲ୍ୟରେ ପରିବର୍ତ୍ତନ ଦେଖାଯିବା ଫଳରେ ଏଭଳି ସ୍ଥିତି ଉପୁଜିଛି। ବୁଧବାର ନୂଆଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପିଛା ୪୩୦ ଟଙ୍କା ବଢ଼ିବା ଫଳରେ ଏହା ରେକର୍ଡ ଉଚ୍ଚ ସ୍ତରରେ ରହିଛି। ଏହାର ପୂର୍ବ କାରବାରରେ ସୁନା ୫୦,୪୯୦ ଟଙ୍କା ରହିଥିଲା। ବୁଧବାର ରୁପା ଦର ୨୫୫୦ ଟଙ୍କା ବଢିବା ଯୋଗୁ କିଲୋ ପିଛା ଏହି ଧାତୁର ଦର ୬୦,୪୦୦ ଟଙ୍କା ଛୁଇଁଛି।
ମଙ୍ଗଳବାର ରୁପାର କିଲୋ ପିଛା ଦର ୫୭,୮୫୦ ଟଙ୍କା ରହିଥିଲା। ଏହି ପରିପ୍ରେକ୍ଷୀରେ ଏଚ୍‌ଡିଏଫ୍‌ସିର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି ଯେ, ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ୪୩୦ ଟଙ୍କା ବଢ଼ିବା ଯୋଗୁ ନୂଆ ରେକର୍ଡ ସ୍ତର ଛୁଇଁଛି। ଅନ୍ତର୍ଜାତୀୟ ବଜାର ଭଳି ଘରୋଇ ବଜାରରେ ସୁନା ଦର ଉଚ୍ଚରେ ରହିଛି। ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପ୍ରତି ୫୭,୮୫୦ ଟଙ୍କା ରହିଥିବା ବେଳେ ରୁପା ଦର ଆଉନ୍ସ ପ୍ରତି ୨୧.୮୦ ଟଙ୍କା ରହିଛି। ବୁଧବାର ସୁନା ୧୮୫୦ ଡଲାର ସ୍ତର ଟପିବାରୁ ଏହା ସବୁଠାରୁ ଉଚ୍ଚ ସ୍ତର ବୋଲି କୁହାଯାଉଛି। ବର୍ତ୍ତମାନ କରୋନା ସଂକ୍ରମଣ ବଢିବାରୁ ଲୋକମାନେ ସୁରକ୍ଷିତ ନିବେଶ ଆଡକୁ ମୁହଁାଉଛନ୍ତି ଫଳରେ ସୁନାରେ ନିବେଶ ବଢୁଛି। ଏଭଳି କାରଣ ଲାଗି ସୁନା ଦରରେ ପରିବର୍ତ୍ତନ ଦେଖାଯାଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri