Posted inଖେଳ

କରାଟେରେ ବ୍ଲାକ୍‌ ବେଲ୍ଟ ଜିତିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୨୧।୭- ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଦ୍ରୁତ ବୋଲର ମିଚେଲ ଜନସନ ନିଜର ଶାଣିତ ବୋଲିଂ ଲାଗି ବିଶ୍ୱ କ୍ରିକେଟରେ ବେଶ୍‌ ପରିଚିତ ଲାଭ କରିଥିଲେ। ସେ ଅଷ୍ଟ୍ରେଲିଆ ପକ୍ଷରୁ ୭୩ ଟେଷ୍ଟ, ୧୫୩ ଦିନିକିଆ ଓ ୩୦ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୩୧୩, ୨୩୯ ଓ ୩୮ ଉଇକେଟ୍‌ ଅକ୍ତିଆର କରିଛନ୍ତି। ହୁଏତ ଅନେକ ଲୋକ ଜାଣି ନ ଥିବେ ଯେ ୨୦୧୫ରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନସ୍ୟା ନେଇସାରିଥିବା ଜନସନଙ୍କ ସ୍ତ୍ରୀ ଜେସିକା ଜଣେ ଜଣାଶୁଣା କରାଟେ ଖେଳାଳି। ସ୍ବାମୀ ଯେମିତି କ୍ରିକେଟ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଜେସିକା ମଧ୍ୟ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି। ୨୦୧୧ରେ ଉଭୟ ଜନସନ ଓ ଜେସିକା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କିନ୍ତୁ ଏଥିପୂର୍ବରୁ ୩୭ ବର୍ଷୀୟା ଜେସିକା କରାଟେ ପ୍ରତିଯୋଗିତାରେ ବେଶ୍‌ ସକ୍ରିୟ ଥିଲେ। ସେ କରାଟେରେ ସମ୍ମାନଜନକ ବ୍ଲାକ୍‌ ବେଲ୍ଟ ହାସଲ କରିବା ସହ ଜାତୀୟସ୍ତରରେ ୩୦ ଓ ଅନ୍ତର୍ଜାତୀୟସ୍ତରରେ ୧୪ ଟାଇଟଲ ଜିତିଛନ୍ତି। ଯାହା ମଧ୍ୟରେ ୨୦୦୬ କରାଟେ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ଅନ୍ୟତମ। ଜେସିକାଙ୍କ ବାପାଙ୍କର ପର୍ଥରେ ଏକ କରାଟେ ସ୍କୁଲ ରହିଛି। ଏହି କାରଣରୁ ସେ ମାତ୍ର ୯ ବର୍ଷ ବୟସରେ କରାଟେ ଶିଖିବା ଆରମ୍ଭ କରିଥିଲେ। ଏହାପରେ ସେଠାରେ ସେ ୧୫ ବର୍ଷ ଧରି ପିଲାଙ୍କୁ ମଧ୍ୟ କରାଟେ ଶିଖାଇଥିଲେ। ଗଣମାଧ୍ୟମ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିବା ଜେସିକା ଯେ କେବଳ ଜଣେ କରାଟେ ଖେଳାଳି ଏହା ନୁହେଁ, ସେ ମଧ୍ୟ ଜଣେ ସଫଳ ବିଜନେସଓମ୍ୟାନ। ସେ ନିଜ ନାମରେ ଏକ ଫ୍ୟାଶନ ଆସେସୋରିଜ ଓ ହ୍ୟାଣ୍ଡ୍‌ ବ୍ୟାଗ୍‌ ଷ୍ଟୋର୍‌ ଖୋଲିଛନ୍ତି। ଯାହାର ନାମ ‘ଜେସିକା ବାର୍ଟିକ୍‌’ ରହିଛି। ସେଲିବ୍ରିଟିଙ୍କ ମଧ୍ୟରେ ତାଙ୍କ ବ୍ରାଣ୍ଡ୍‌ ବେଶ୍‌ ଲୋକପ୍ରିୟ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଆମିରଙ୍କୁ ମିଳୁନି ଭିଜା: ସମସ୍ୟାରେ ପାକିସ୍ତାନ କ୍ରିକେଟ ବୋର୍ଡ

ଲାହୋର,୬ା୫: ମହମ୍ମଦ ଆମିରଙ୍କ ଲାଗି ଭିଜା ସମସ୍ୟା ଦେଖା ଦେଇଛି। ଫଳରେ ଆୟର୍ଲାଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ଲାଗି ମଙ୍ଗଳବାର ପାକିସ୍ତାନ...

ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଚାଲିଛି ଆଗ-ପଛ: ଜାଣନ୍ତୁ କିଏ ଅଛନ୍ତି ଶୀର୍ଷରେ

ନୂଆଦିଲ୍ଲୀ,୬।୫:ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନରେ ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ଭଲ ପ୍ରଦର୍ଶନ କରୁଛନ୍ତି। କେକେଆର ଟେବୁଲରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ...

କ୍ରିକେଟ୍‌ ଖେଳୁଥିବାବେଳେ ପ୍ରାଇଭେଟ୍‌ ପାର୍ଟରେ ବାଜିଲା ବଲ୍‌: ପଡ଼ିଆରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୬।୫: ଆଜିକାଲି ଯୁବବର୍ଗଙ୍କୁ କ୍ରିକେଟ୍‌ ନିଶା ଘାରିଛି। କ୍ରିକେଟ୍‌ ଦେଖିବା ଏବଂ ଖେଳିବାକୁ ମଜା ଲାଗିଥାଏ। ବେଳେବେଳେ ଏହି ଖେଳ ବିପଜ୍ଜନକ ପ୍ରମାଣିତ ହୁଏ। କ୍ରିକେଟରେ...

ଧୋନୀଙ୍କୁ ବୋଲ୍ଡ କରି ଘୃଣାର ଶିକାର ହେଲେ ଏହି ବୋଲର

ଧର୍ମଶାଳା,୬।୫: ଆଇପିଏଲ ୨୦୨୪ର ୫୩ତମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଏବଂ ଚମତ୍କାର ଥିଲା। ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।...

ସୁପରମ୍ୟାନ୍‌ ସାଜିଲେ ରମନଦୀପ: ଏମିତି କ୍ୟାଚ୍‌ ନେଲେ ସମସ୍ତେ ରହିଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ର ୫୪ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ କୋଲକାତା ଏକ ବଡ଼...

ଐତିହାସିକ ରେକର୍ଡ ହାସଲ କଲେ ସୁନୀଲ ନାରିନ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ପାଇଁ ବଲ ଅପେକ୍ଷା ସୁନୀଲ ନାରିନ ବ୍ୟାଟ ସହିତ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛନ୍ତି। ଚଳିତ...

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଏବଂ ପୁରୁଷ ୪X୪୦୦ ମିଟର ରିଲେ ଟିମ୍

ନୂଆଦିଲ୍ଲୀ,୬।୫: ସୋମବାର ବିଶ୍ୱ ଆଥଲେଟିକ୍ସ ରିଲେରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଏବଂ ମହିଳା ୪X୪୦୦ ମିଟର ରିଲେ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ...

ଟି-୨୦ ବିଶ୍ୱକପ୍‌ବେଳେ ଆତଙ୍କବାଦୀ ଆକ୍ରମଣ ଧମକ: ବଢିଲା ଚିନ୍ତା

ନୂଆଦିଲ୍ଲୀ,୬।୫:ଆଇପିଏଲ ୨୦୨୪ ସିଜନ ପରେ ତୁରନ୍ତ ଜୁନ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ଅନେକ ଦଳ ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri