ଲେମନଗ୍ରାସ୍‌ ଚାଷ ଦିଗହରା

ବାରିପଦା ଅଫିସ,୨୦ା୭-ମୟୂରଭଞ୍ଜ ଜିଲା ବାରିପଦା ଉଦ୍ୟାନ ବିଭାଗର ଅବହେଳା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ହୋଇଥିବା ଲେମନ୍‌ଗ୍ରାସ୍‌ ଚାଷ ଦିଗହରା ହୋଇ ପଡ଼ିଛି। ହିତାଧିକାରୀ ଚୟନରେ ଅନିୟମିତତା ଓ ଅନୁପଯୁକ୍ତ ସ୍ଥାନରେ ଏହି ଚାଷ କରାଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ବାରିପଦା ବ୍ଲକ ବୁଢ଼ାଖମାରୀ ଗ୍ରାମର ପ୍ରଦୀପ କୁମାର ମହାନ୍ତଙ୍କ ସମେତ ୨୨ଜଣଙ୍କ ନାମରେ ଥିବା ୨୫ ହେକ୍ଟର ଜମିରେ ଲେମନଗ୍ରାସ୍‌ ଚାଷ ପାଇଁ ୭୦ ଲକ୍ଷ ୮୫ ହଜାର ୬୧୩ ଟଙ୍କା ବ୍ୟୟ କରାଯାଇଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟକାରୀ ସଂସ୍ଥା ଥିବା ବେଳେ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ କାର୍ଯ୍ୟନିବାର୍ହୀ ସଂସ୍ଥା ଦାୟିତ୍ୱରେ ଥିଲା। ଆର୍ଥିକ ବର୍ଷ ୨୦୧୯-୨୦ ମାର୍ଚ୍ଚରେ ଏଠାରେ ଚାଷ କରାଯିବାକୁ ଥିଲା। ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁ ଗତ ଅକ୍ଟୋବରରେ କାର୍ଯ୍ୟ ଆରମ୍ଭ ହେଲା। ଇତି ମଧ୍ୟରେ ୯ ମାସ ବିତିଯାଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଗଛଗୁଡ଼ିକ ଠିକ୍‌ ଭାବରେ ବଢ଼ି ନାହିଁ। ସେହିଭଳି ଅଧିକାଂଶ ଗଛ ବର୍ତ୍ତମାନ ମରିଯାଇଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ୧୮୮ ଟଙ୍କା ମଜୁରୀ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଉଥିବା ବେଳେ ସେମାନେ ଗଛର ରକ୍ଷଣାବେକ୍ଷଣ କରୁନାହାନ୍ତି। ଅନ୍ୟପକ୍ଷେ ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି ସେମାନେ କାମ କରୁ ନ ଥିବାରୁ ଅଧା ପଇସା ବିଭାଗର କେତେକ କର୍ମଚାରୀମାନଙ୍କ ପକେଟକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ସୂଚନାଫଳକରେ ୨୫ ହେକ୍ଟର ଜମିରେ ଲେମନଗ୍ରାସ୍‌ ଚାଷ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ବାସ୍ତବରେ ମାତ୍ର କିଛି ହେକ୍ଟର ଜମିରେ ଚାଷ କରାଯାଇଥିବା ଦେଖିବାକୁ ମିଳିଛି। ସେହିଭଳି ପଡ଼ିଆ ଜମିରେ ଏହି ଚାଷ କରିବା ପାଇଁ ନିୟମ ଥିବା ବେଳେ ଏହାକୁ ବଡ଼ ବଡ଼ ଗଛ ମୂଳେ କରାଯାଇଛି। ଫଳରେ ଘାସ ଗଛ କିପରି ବଢ଼ିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ଲେମନ୍‌ଗ୍ରାସ ଚାଷ ଯୋଜନା କରାଯାଇଛି। ଫଳରେ ଚାଷୀଟିଏ ଅନ୍ୟ ରାଜ୍ୟକୁ କାମଧନ୍ଦା ପାଇଁ ନ ଯାଇ ଘରେ ଏହି ଚାଷ କରି ନିଜର ଜୀବନଜୀବିକା ଚଳାଇ ପାରିବ। ହେଲେ ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଇ ଉଦ୍ୟାନ ବିଭାଗର ଅଧିକାରୀମାନେ ମନଇଛା ଚାଷ କରାଉଥିବା ଦେଖିବାକୁ ମିଳିଛି। ଏନେଇ ବାରିପଦା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଶିଶିର ଆଚାର୍ଯ୍ୟଙ୍କୁ ପଚାରିବାରୁ ମାସେ କାଳ ଲକ୍‌ଡାଉନ ଯୋଗୁ ହିତାଧିକାରୀମାନେ ଆସି ରକ୍ଷଣାବେକ୍ଷଣା କରିପାରିଲେ ନାହିଁ। ଫଳରେ ଗଛଗୁଡ଼ିକ ମରିଗଲା। ଆଗାମୀ ଦିନରେ ଆଉ ଥରେ ଗଛ ଲଗାଇ ଏହାର ଯତ୍ନ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri