ବିପଦ ବଢ଼ାଉଛି ଚୋରା କାରବାର

ବଇଣ୍ଡା, ୧୯ା୭(ଡି.ଏନ.ଏ.):  ପେଟ୍ରୋଲ, ଡିଜେଲ ଭଳି ଦହନଶୀଳ ସାମଗ୍ରୀ ବହୁଳ ପରିମାଣରେ ଗଚ୍ଛିତ ବିପଦପୂର୍ଣ୍ଣ ହୋଇଥିଲେ ହେଁ ଏହାକୁ ଖାତିର କରୁନାହାନ୍ତି ଚୋରା ବ୍ୟବସାୟୀ। ବ୍ୟାରେଲ ବ୍ୟାରେଲ ତେଲକୁ ଅନେକେ ଘରେ ରଖି ବେପାର ଚଳାଇ ଏହାର ସମ୍ଭାବ୍ୟ ଭୟଙ୍କର ପରିଣତି ପ୍ରତି ଆଖି ବୁଜିଦେଉଛନ୍ତି। ନିଜ ସହ ଅନ୍ୟମାନଙ୍କ ଜୀବନକୁ ବାଜିରେ ରଖି ସେମାନେ ମୋଟା ଅଙ୍କର ଅର୍ଥ କାରବାର କରୁଛନ୍ତିି। ଅନ୍ୟପକ୍ଷରେ ବହୁମାତ୍ରାରେ ତୈଳ ଗଚ୍ଛିତ ବେଆଇନ ହୋଇଥିଲେ ମଧ୍ୟ ଏପରି କାରବାର ବଢୁଛି। ଅନୁଗୋଳ ଜିଲା ହଣ୍ଡପା ଥାନା ବଡଡଙ୍ଗିଆଣୀ ଗ୍ରାମରେ ଶୁକ୍ରବାର ରାତିରେ ପୋଲିସ ଚଢ଼ାଉ ବେଳେ ୨ ହଜାର ଲିଟର ପେଟ୍ରୋଲ ଜବତ ଘଟଣା ଏହାର ସଦ୍ୟତମ ଉଦାହରଣ। ଏକକାଳୀନ ଏତେ ପରିମାଣର ପେଟ୍ରୋଲ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହା ପଛରେ ଅପମିଶ୍ରିତ ତୈଳ କାରବାରର ଲିଙ୍କ୍‌ ରହିଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି।
ଗ୍ରାମ ମଝିରେ ଥିବା ମଙ୍ଗୁଳୁ ବେହେରାଙ୍କ ଘରେ ଦୀର୍ଘ ଦିନରୁ ଚୋରା ପେଟ୍ରୋଲ ଓ ଡିଜେଲ କାରବାର ହୋଇଆସୁଥିଲା। କୌଣସି ସୂତ୍ରରୁ ଅଭିଯୋଗ ପାଇ ଶୁକ୍ରବାର ରାତିରେ ହଣ୍ଡପା ଆଇଆଇସି ଲବ ବୋଡା, ଏଏସ୍‌ଆଇ ପ୍ରମୋଦ ଆଇଚ, କୁନି ବାରିକ ସେଠାରେ ଚଢ଼ାଉ କରିଥିଲେ। ଏଥିରେ ୯ ବ୍ୟାରେଲ ଜାରକିନରୁ ୧୮ଶହ ଲିଟର ଓ ୪ ଜାରକିନରୁ ୨ ଶହ ଲିଟର ପେଟ୍ରୋଲ ଜବତ ହୋଇଥିଲା। ଘର ଅଗଣାରୁ ପେଟ୍ରୋଲ ଜବତ ବେଳେ ପୁଅ ଦେବାଶିଷ ବେହେରା ଫେରାର ହୋଇଯାଇଥବା ପୋଲିସ ସୂଚନା ଦେଇଛି। ମଙ୍ଗୁଳୁଙ୍କୁ ଗିରଫ କରାଯାଇ ନଂ. ୧୫୭/୨୦ରେ ମାମଲା ରୁଜୁ ହୋଇଛି। ଏ ନେଇ ଆଇଆଇସି ବୋଡା କୁହନ୍ତି, ଏତେ ପରିମାଣର ତେଲ କେଉଁଠୁ ଆସିଲା ତାହା ଜଣାପଡିନାହିଁ। ପୋଲିସ ପକ୍ଷରୁ ବିଭିନ୍ନ ଢାବାରେ ଚଢ଼ାଉ କରାଯାଇ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଦେବାଶିଷଙ୍କୁ ଗିରଫ କରାଯିବ। ତେବେ ଏହା ପଛରେ ଏକ ର଼୍ୟାକେଟ କାମ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି।

 

ଜାତୀୟ ରାଜପଥ ପେଣ୍ଠସ୍ଥଳୀ
ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଏବେ ଚୋରା ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଜାମୁନାଳୀଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ରାଜପଥ ଥିବାବେଳେ କେତେକ ଢାବା, ନିଛାଟିଆ ତଥା ପରିତ୍ୟକ୍ତ ଘରେ ଚୋରା ପେଟ୍ରୋଲ ଓ ଡିଜେଲ କାରବାର ହେଉଛି। ପାରାଦୀପରୁ ସମ୍ବଲପୁର, ଝାରସୁଗୁଡା ଅଭିମୁଖେ ଯାଉଥିବା ବିଭିନ୍ନ କମ୍ପାନୀର ତେଲ ଟ୍ୟାଙ୍କର ଚାଳକଙ୍କ ସହ ଚୋରା ବ୍ୟବସାୟୀମାନେ ସଲାସୁତୁରା କରି ପେଟ୍ରୋଲ, ଡିଜେଲ ଅନ୍‌ଲୋଡ କରୁଥିବା ଅଭିଯୋଗ ହୋଇଆସୁଛି। ଏପରିକି ଉକ୍ତ ଟ୍ୟାଙ୍କରଗୁଡିକୁ ଚୋରା ବ୍ୟବସାୟୀମାନେ କିରୋସିନ ଯୋଗାଇବା ସହ ଅଳ୍ପ କିଛି ଟଙ୍କା ବଦଳରେ ତେଲ ରଖୁଛନ୍ତି। ସେହି କିରୋସିନ ଟ୍ୟାଙ୍କରରେ ଅପମିଶ୍ରଣ କରାଯାଉଥିବା ଜଣାଯାଇଛି।

ଆବଶ୍ୟକତାଠାରୁ ଅଧିକ ରଖିବା ଦଣ୍ଡନୀୟ
ପେଟ୍ରୋଲ ଜବତ ଘଟଣାରେ ବାମୁର ଅଗ୍ନିଶମ ବିଭାଗ ଇନ୍‌ଚାର୍ଜ ପ୍ରକାଶ କୁମାର ବେହେରା କୁହନ୍ତି, ପେଟ୍ରୋଲ ଏକ ବିସ୍ଫୋରକ ଓ ଜାଳେଣି ସାମଗ୍ରୀ। ଏହା ବହୁ ପରିମାଣର ଘରେ ରଖିବା ବେଆଇନ। ଯେଉଁମାନଙ୍କର ବାଇକ୍‌ କିମ୍ବା କାର୍‌ ଅଛି, ସେଗୁଡିକ ଚଳାଇବା ପାଇଁ ଯେତିକି ଆବଶ୍ୟକ ସେତିକି ମାତ୍ରାରେ ତେଲ ଲୋକେ ରଖିପାରିବେ। ହେଲେ ବ୍ୟାରେଲ ବ୍ୟାରେଲ ପେଟ୍ରୋଲ ରଖିବା ବେଆଇନ ତଥା ଦଣ୍ଡନୀୟ କାର୍ଯ୍ୟ। ନିରାପଦ ସ୍ଥାନ, ଜନବସତି ଦୂରରେ କେବଳ ସ୍ବୀକୃତିପ୍ରାପ୍ତ ସଂସ୍ଥା ହିଁ ପେଟ୍ରୋଲ ରଖିପାରିବେ। ଏଥିପାଇଁ ପ୍ରଶାସନର ଅନୁମତି ସହ ଅଗ୍ନିନିର୍ବାପକ ଯନ୍ତ୍ର ରଖିବା ନିହାତି ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୧୪ ଲକ୍ଷ ଟଙ୍କା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଜାମୁଡ଼ିହା ନିକଟରେ ସୋମବାର ପୂର୍ବାହ୍ନରେ ଏନ୍‌ଏଚ ୪୯ରେ ଆଜି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀର ଦୁଇ ଜଣ...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

କର୍ନାଟକ ସେକ୍ସ ସ୍କାଣ୍ଡାଲରେ ଏଚ୍‌.ଡି ରେଭନ୍ନା ଗିରଫ

ବେଙ୍ଗାଲୁରୁ,୪ା୫: କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ବିଧାୟକ ଏଚ୍‌.ଡି. ରେଭନ୍ନାଙ୍କୁ ଏସ୍‌ଆଇଟି ଶନିବାର ଗିରଫ କରିଛି। ରେଭନ୍ନାଙ୍କ ଘରେ କାମ...

ଗଜପତିରୁ ଚିକିଟି ଦେଇ ବ୍ରହ୍ମପୁରକୁ କରୁଥିଲେ ଗଞ୍ଜେଇ ଚାଲାଣ,ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌ (ଏଡିଜେ-୧)ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା

ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦)...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri