Posted inଅପରାଧ

ବାର୍‌ କର୍ମଚାରୀଙ୍କୁ ହତ୍ୟା ଘଟଣା: ବିଏମ୍‌ଡବ୍ଲ୍ୟୁ କାର୍‌ ଜବତ, ୬ ଗିରଫ

ଖୋର୍ଦ୍ଧା ଅଫିସ,୧୬ା୭: ଜଣେ ବାର୍‌ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଖୋର୍ଦ୍ଧା ପୋଲିସ ଗୁରୁବାର ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳର ମିକୁ ଓରଫ୍‌ ମୃତ୍ୟୁଞ୍ଜୟ ନାୟକ, ସାନଭାଇ ଚିକୁ ଓରଫ୍‌ ଧନଞ୍ଜୟ ନାୟକ, ନୂଆପଲ୍ଲୀ ବେହେରାବସ୍ତିର ଅମିତ ପ୍ରଧାନ, ଗଗନ ଓରଫ ନନ୍ଦନ ବେହେରା, ଖୋର୍ଦ୍ଧା ଦଳେଇପୁଟର ନିଲୁ ଓରଫ ରାକେଶ ସାହୁ ଓ ଲୋକେଶ୍ୱର ପୁରର ବାପିନା ଓରଫ ଦେବକାନ୍ତ ଦାସ । ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ ଛୁରି, ଏକ ବିଏମ୍‌ଡବ୍ଲ୍ୟୁ କାର୍‌, ରକ୍ତଛିଟା ପଡ଼ିଥିବା ଶାର୍ଟ, ବାଇକ୍‌, ୯ଟି ମୋବାଇଲ ଆଦି ଜବତ କରିଛି। ଏମାନଙ୍କ ବିରୋଧରେ ଭୁବନେଶ୍ବର ନଆପଲ୍ଲୀ ଥାନାରେ ଏକାଧିକ ମାମଲା ରହିଛି ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ମିକୁ, ଅମିତ ଓ ଗଗନ ଏକ ବିଏମ୍‌ଡବ୍ଲ୍ୟୁ ଗାଡି (ଏଚ୍‌ଆର୨୬-ବିଜି-୧୧୪୫) ନେଇ ନୂଆପଲ୍ଲୀରୁ ବାହାରିଥିଲେ। ଇସ୍କନ ମନ୍ଦିର ନିକଟରେ ଗାଡି ହର୍ନ ମାରିବାକୁ ନେଇ ଗଣ୍ଡଗୋଳ ହେବାରୁ ଦୁଇ ଯୁବକଙ୍କୁ ଛୁରାମାଡ଼ କରିଥିଲେ। ଏଥିରେ ଅବିନାଶ ପ୍ରଧାନ ଗୁରୁତର ହୋଇଥିଲେ । କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ସେମାନେ ଖୋର୍ଦ୍ଧା ଆଡ଼କୁ ଖସି ପଳାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶରେ ୫ଟି ଟିମ୍‌ ଗଠନ କରାଯାଇ ଖୋର୍ଦ୍ଧା, ଭୁବନେଶ୍ବର, ପୁରୀ ଓ ନୟାଗଡ ଅଞ୍ଚଳରେ ଚଢ଼ାଉ କରିଥିଲେ। ହତ୍ୟାକାଣ୍ଡ ପରେ ସେମାନେ ଭୁବନେଶ୍ୱର ଫେରିବାକୁ ଚେଷ୍ଟା କରିଥିଲେ। କମିଶନରେଟ ପୋଲିସ ହାତରେ ଧରାପଡ଼ିବା ଭୟରେ ସେମାନେ ନୟଗଡ଼ ଆଡକୁ ପଳାଉଥିଲେ। ବୁଧବାର ରାତିରେ ରଣପୁର ଜଙ୍ଗଲରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପରେ ଅନ୍ୟମାନଙ୍କୁ କରାଯାଇଥିଲା ବୋଲି ଏସ୍‌ପିଙ୍କ ଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri