ରିୟା ଅଙ୍କିତାଙ୍କ ପରେ ସୁଶାନ୍ତଙ୍କ ପାଇଁ କ୍ରିତି ଲେଖିଲେ ଏମିତି ପୋଷ୍ଟ:  ଆଖିରେ ଆସିଯିବ ଲୁହ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ  ଏକ ମାସ ବିତିଛି,  ମାତ୍ର ତାଙ୍କ ପ୍ରଶଂସକଙ୍କ ସହ ତାରକାମାନେ ତାଙ୍କୁ ଆଜିବି ମନେ ପକାଉଛନ୍ତି। ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ କ୍ରିତି ସେନାନ ମୃତ୍ୟୁର ଏକ ମାସ ପରେ ସୋସିଆଲ ମିଡିଆରେ ଏକ କବିତା ଶେୟାର କରି ସୁଶାନ୍ତଙ୍କୁ ମନେ ପକାଇଛନ୍ତି। ଏହି ସମୟରେ, ସେ  ସ୍ପଷ୍ଟ କରିଛନ୍ତି ଯେ,  ଉଭୟ ଭଲ ବନ୍ଧୁ।
ଏହି କବିତାରେ କ୍ରିତି ଲଖିଛନ୍ତି,  ସେ ମିଛ  ହସ ସହିତ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି, ତାଙ୍କ ଆଖିରୁ ଲୁହ ଝରୁଛି। ବାସ୍ତବତା ତାଙ୍କର ସମସ୍ତ ଭ୍ରମ ଭାଙ୍ଗିଦେଇଛି। ଏହି ଲେଖାରୁ ଅନୁମାନ କରାଯାଇପାରେ ଯେ, ସେ ସୁଶାନ୍ତଙ୍କୁ କେତେ  ମନେ ପକାଉଛନ୍ତି।
କ୍ରିତିଙ୍କ  ଏହି ପୋଷ୍ଟରେ ଡାବୁ ରତନାନୀ, ତାଙ୍କ ଭଉଣୀ ନୁପୁର ସେନାନ, ମୁକେଶ ଛାବ୍ରାଙ୍କ ପରି ସେଲିବ୍ରିଟିମାନେ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଏହି ପୋଷ୍ଟରେ ଲେଖିଛନ୍ତି – “ତୁମେ ସୁଶାନ୍ତଙ୍କୁ ମନେ ପକାଉଛ, ମୁଁ ତୁମର  ମନ କଥା ବୁଝିପାରୁଛି।  ଦୃଢ଼ ହୁଅ।
ଏହା ପୂର୍ବରୁ ଅଙ୍କିତା ଲୋଖଣ୍ଡେ ଏବଂ ରିୟା ଚକ୍ରବର୍ତ୍ତୀ ମଧ୍ୟ ସୁଶାନ୍ତଙ୍କ ପାଇଁ ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରିଥିଲେ।
ସୁଶାନ୍ତଙ୍କ ମୃତ୍ୟୁ ପରେ କ୍ରିତି ତାଙ୍କ ସହ ତାଙ୍କର ଅନେକ ଚିତ୍ର ସେୟାର କରି ଲେଖିଥିଲେ- ‘ସୁଶ … ମୁଁ ଜାଣିଥିଲି ଯେ ତୁମର ଉଜ୍ଜ୍ୱଳ ମନ ତୁମର ସର୍ବୋତ୍ତମ ବନ୍ଧୁ ଏବଂ ସବୁଠାରୁ ବଡ ଶତ୍ରୁ। କିନ୍ତୁ ମୁଁ ଏହା ଜାଣି  ସଂପୂର୍ଣ୍ଣ ଭାଙ୍ଗି ପଡିଛି ଯେ, ତୁମ ଜୀବନରେ ଏକ ଏପରି ମୁହୂର୍ତ୍ତ ଆସିଛି ଯେଉଁଠି  ତୁମେ ବଞ୍ଚିବା ଅପେକ୍ଷା ସହଜରେ ମରିବା ପସନ୍ଦ କରିଛ। ତମ ଚାରିପାଖରେ କିଛି ଲୋକ ଅଛନ୍ତି, ଯେଉଁମାନଙ୍କ  ଉପସ୍ଥିତି ତୁମକୁ ସହି ମୁହୂର୍ତ୍ତରୁ ବାହାର କରି ଦେଇଥାନ୍ତା। ’

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri