ଲକ୍‌ଡାଉନ୍‌ରୁ ଲାଭ ଉଠାଉଛନ୍ତି ଯୁବ ଇଞ୍ଜିନିୟର

ଜଗତ୍‌ସିଂହପୁର ଅଫିସ,୧୧।୭: କରୋନା ଭୂତାଣୁ ଓ ଲକ୍‌ଡାଉନ୍‌, ଶଟ୍‌ଡାଉନଜନିତ ପରିସ୍ଥିତି ଯୋଗୁ ଅନେକେ ଚାକିରି ହରାଇ ବେରୋଜଗାର ହୋଇଯାଇଛନ୍ତି। ହଜାର ହଜାର ଲୋକ ହାତବାନ୍ଧି ହତାଶ ହୋଇ ବସିଛନ୍ତି। କିନ୍ତୁ ଏପରି ଏକ ସଙ୍କଟ ସମୟକୁ ସୁଯୋଗରେ ପରିଣତ କରିଦେଇଛନ୍ତି ଜଗତ୍‌ସିଂହପୁର ବ୍ଲକ ତରଡ଼ାପଡ଼ା ପଞ୍ଚାୟତ ଆନନ୍ଦପୁର ଗ୍ରାମର ଯୁବ ସଫ୍ଟୱେର ଇଞ୍ଜିନିୟର ସ୍ବପ୍ନେଶ ମହାନ୍ତି (୩୨)। ମହାମାରୀ ପାଇଁ ବାଙ୍ଗାଲୋରସ୍ଥିତ ଏକ ସଫ୍ଟୱେର କମ୍ପାନୀରୁ ଗଁ।କୁ ଫେରିଥିବା ସ୍ବପ୍ନେଶ ଉନ୍ନତ ଜ୍ଞାନକୌଶଳ ତଥା ବାୟୋଫ୍ଲକ୍‌ ପ୍ରଣାଳୀରେ ପଲିଥିନ ଟାଙ୍କିରେ ମାଛ ଚାଷ କରି ଲକ୍ଷାଧିକ ଟଙ୍କା ଲାଭ କମାଇବା ଯୋଜନାରେ ରହିଛନ୍ତି।
ସ୍ବପ୍ନେଶ କହିଛନ୍ତି, ବାଙ୍ଗାଲୋରରୁ ପଳାଇ ଆସିବା ପରେ ଘରେ ଅଯଥାରେ ବସି ସମୟ ନଷ୍ଟ କରିବାକୁ ଚାହିଁ ନ ଥିଲି। ତେଣୁ ଆଧୁନିକ ଜ୍ଞାନକୌଶଳରେ କି ଚାଷ କରି ଲାଭବାନ ହୋଇପାରିବି ସେ ନେଇ ଇଣ୍ଟରନେଟରେ ସର୍ଚ୍ଚ କରିଥିଲି। ଶେଷରେ ବାୟୋଫ୍ଲକ ଫିସ୍‌ ଫାର୍ମିଂ ପାଇଁ ନିଷ୍ପତ୍ତି ନେଇଥିଲି। ଏପ୍ରିଲ ୨୮ରେ ନିଜ ବାଡ଼ିରେ ମାତ୍ର ୪ ମିଟର ବ୍ୟାସ ଓ ୧.୩ ମିଟର ଉଚ୍ଚତାର ୨ଟି ଗୋଲେଇ ପଲିଥିନ କୁଣ୍ଡ କରି ସେଥିରେ ଭୁବନେଶ୍ୱର କୌଶଲ୍ୟାଗଙ୍ଗସ୍ଥିତ ସିଫାରୁ ୪ରୁ ୫ଗ୍ରାମ ଓଜନ ବିଶିଷ୍ଟ ୨ ହଜାର ରୁପ-ଚାନ୍ଦି ମାଛ ଯାଆଁଳ କିଣି ଛାଡିଥିଲି। ମାଛଗୁଡ଼ିକ ଏବେ ପାଖାପାଖି ୮୦ରୁ ୧୦୦ ଗ୍ରାମର ହୋଇଗଲେଣି। ଯାଆଁଳ ଯନତ୍ ନେବା, ଦାନା ଦେବା, ପାଣିସ୍ତର ଠିକ୍‌ ରଖିବା, ପ୍ରତି ସପ୍ତାହରେ ଥରେ ପାଣିର ଟିଡିଏସ୍‌ ଯାଞ୍ଚ କରିବା ସହିତ ଆବଶ୍ୟକ ଔଷଧ ଯୋଗାଉଛି। ଆଉ ୩ରୁ ୪ ମାସରେ ପ୍ରତି ମାଛର ଓଜନ ୫ରୁ ୬ଶହ ଗ୍ରାମ ହୋଇଯିବା ଆଶା ରହିଛି। ଏସବୁ ବାବଦରେ ପାଖାପାଖି ୧.୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଠିକ୍‌ ଭାବେ ବଢ଼ିଲେ ୫ କୁଇଣ୍ଟାଲ ମାଛ ମିଳିବ ଓ କୁଣ୍ଡପିଛା ୩୦ରୁ ୪୦ ହଜାର ଟଙ୍କା ଲାଭ ପାଇହେବ। ପ୍ରଥମେ ପରିବାର ପକ୍ଷରୁ ସମର୍ଥନ ମିଳି ନ ଥିବାବେଳେ ଏବେ ବାପା ଯଜ୍ଞେଶ୍ୱର ପ୍ରୋତ୍ସାହିତ କରୁଛନ୍ତି। ସେ ଚାକିରିକୁ ଗଲାପରେ ବାପା ଦାୟିତ୍ୱ ସମ୍ଭାଳିବେ ବୋଲି ସ୍ବପ୍ନେଶ କହିଛନ୍ତି। ପୁଅଠାରୁ ତାଲିମ ପାଇ ସାରିଛନ୍ତି ବୋଲି ବାପା ଯଜ୍ଞେଶ୍ୱର ମଧ୍ୟ କହିଛନ୍ତି।
ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ ଦାସ କହିଛନ୍ତି, ବାସ୍ତବିକ ଯୁବଗୋଷ୍ଠୀ ଏଥିପ୍ରତି ଆକର୍ଷିତ ହେବା ଉଚିତ। କାରଣ କମ୍‌ ଜାଗା, ପାଣିରେ ପ୍ରଦୂଷଣମୁକ୍ତ ମାଛ ଚାଷ କରିହେବ। ଇତିମଧ୍ୟରେ ଜିଲାରେ ଯୁବଗୋଷ୍ଠୀଙ୍କ ନିଜ ଉଦ୍ୟମରେ ୮/୧୦ଟି ପ୍ରକଳ୍ପ ହୋଇ ସାରିଲାଣି। ସରକାର ଜୁଲାଇରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନା ମୁତାବକ ଜଳଙ୍ଗ, ରୁପଚାନ୍ଦି, ପିଲାକିଆ, ମାଗୁର ଓ କଉ ଆଦି ମାଛ ଚାଷ ପାଇଁ ପ୍ରୋତ୍ସାହିତ କରାଯିବ। ରୋହି, ଭାକୁର ଚାଷ ବ୍ୟାପକ ହୋଇନାହିଁ। ଗୋଟିଏ ୪ ମିଟର ବ୍ୟାସାର୍ଦ୍ଧବିଶିଷ୍ଟ କୁଣ୍ଡରେ ୧୦ ହଜାର ଲିଟର ପାଣି ଭରିଲେ ସେଥିରୁ ୫/୬ ମାସରେ ୫ କୁଇଣ୍ଟାଲ ମାଛ ଉତ୍ପାଦନ ହୋଇପାରିବ। ତେବେ ସରକାରଙ୍କ ତରଫରୁ ସାଧାରଣ ବର୍ଗଙ୍କ ପାଇଁ ରିହାତି ବ୍ୟବସ୍ଥା ଥିବା ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri