ହାତବାନ୍ଧି ବସିଛନ୍ତି ଚାଷୀ

କେନ୍ଦ୍ରାପଡ଼ା ଅଫିସ,୧୦।୭: ମୌସୁମୀ ପ୍ରବେଶକୁ ଇତିମଧ୍ୟରେ ୩ସପ୍ତାହ ବିତିଗଲାଣି। ହେଲେ କେନ୍ଦ୍ରାପଡ଼ା ଜିଲାରେ ଆଶାନୁରୂପକ ବର୍ଷା ହୋଇନାହିଁ। ଆସନ୍ତା ୧୦ ତାରିଖ ମଧ୍ୟରେ କେନାଲରେ ପାଣି ଅଥବା ଲଘୁଚାପ ବର୍ଷା ନ ହେଲେ ଚଳିତ ଖରିଫ ଚାଷ କ୍ଷତିଗ୍ରସ୍ତ ହେବ ବୋଲି ବହୁ ଚାଷ ମତ ଦେଇଛନ୍ତି। କୃଷି ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ସମୁଦାୟ ଜଳସେଚିତ ୬୫,୦୩୨ ହେକ୍ଟର ଜମି ମଧ୍ୟରୁ ୪୫,୯୧୪ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ମହାନଦୀ ନର୍ଥ ଡିଭିଜନ ଅନ୍ତର୍ଗତ ଡେରାବିଶ ବ୍ଲକର ୨୯୬୧ ହେକ୍ଟର, ମାର୍ଶାଘାଇର ୧୦୫୫ ହେକ୍ଟର ଓ ଗରଦପୁର ବ୍ଲକର ୧୦୪୯ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ସେହିପରି କେନ୍ଦ୍ରାପଡା ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡାର ୧୬,୩୫୭ ହେକ୍ଟର, ଡେରାବିଶର ୭୮୪୦ ହେକ୍ଟର, ମାର୍ଶାଘାଇର ୩୪୦୯ ହେକ୍ଟର, ମହାକାଳପଡାର ୩୦୦୭ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୧,୦୪୯ ହେକ୍ଟର ଜମିକୁ କେନାଲ ପାଣି ଯୋଗାଇଥାଏ। ଅପରପକ୍ଷେ ଆଳି, ରାଜନଗର ଓ ରାଜକନିକା ବ୍ଲକର ଚାଷୀ ବର୍ଷା, ଉଠା ଜଳସେଚନ ବ୍ୟବସ୍ଥାରେ ଚାଷ କରିଥାନ୍ତି। ତେବେ ଚଳିତ ଖରିଫ ଚାଷ ପାଇଁ ଆଶାନୁରୂପ ବର୍ଷା ଓ କେନାଲରେ ପାଣି ଆସି ନ ଥିବାରୁ ଚାଷୀ ହାତବାନ୍ଧି ବସିଛନ୍ତି।
କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କୁହନ୍ତି, ଜମିକୁ ଜଳସେଚନ ପାଇଁ ଜିଲାରେ ୭ ନଦୀ, ୨୭ଟି ଉପନଦୀ ଓ କେନାଲ ଅଛି। ଜଳସମ୍ପଦ ବିଭାଗ ଉପଯୁକ୍ତ ସମୟରେ ଜଳ ଛାଡିଲେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହୁଅନ୍ତା ନାହିଁ। ଜୁଲାଇ ଆରମ୍ଭରୁ ଧାନ ତଳି ପକାଇଲେ ଶତ ପ୍ରତିଶତ ହେଉଥିବା ବେଳେ ମାସର ଶେଷ ଆଡକୁ ତଳି ପକାଇଲେ ପ୍ରାୟ ୬୦ ପ୍ରତିଶତ ବିହନ ଗଜା ହେଉନାହିଁ। ଅକ୍ଷୟତୃତୀୟାଠାରୁ କ୍ଷେତରେ ବେଉଷଣ ଆରମ୍ଭ ହୋଇଥିଲେ ହେଁ ଅଦ୍ୟାବଧି କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଇନାହିଁ। ଡେରାବିଶ ବ୍ଲକ କୋସିଦା ଗ୍ରାମର ଚାଷୀ କେଶବ ଚନ୍ଦ୍ର ସାମଲ କହନ୍ତି, ପ୍ରଶାସନ ପକ୍ଷରୁ ଜଳକର ଆଦାୟ ହେଉଛି। ତେବେ ଉପଯୁକ୍ତ ସମୟରେ କେନାଲରେ ପାଣି ନ ଆସିବାରୁ ଚାଷରେ କ୍ଷତି ହେଉଛି। ପ୍ରତିବର୍ଷ କେନାଲ ସଫା ଓ ପୁନରୁଦ୍ଧାର ନାମରେ ଘାସ ସଫା ହେଉଛି। ଏହି ଅନୁଦାନ ଖର୍ଚ୍ଚରେ ବହୁ କୋଟି ଟଙ୍କା ହଡପ ହେଉଥିବା ଅଭିଯୋଗ ହେଉଥିଲେ ସୁଦ୍ଧା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। କେନ୍ଦ୍ରାପଡା କେନାଲ, ଜମ୍ବୁ କେନାଲ, ଗୋବରୀ କେନାଲ ଆଦିରେ ଦଳଭର୍ତ୍ତି ହୋଇ ରହିଥିବାରୁ ପାଣି ତଳମୁଣ୍ଡକୁ ଯାଇ ପାରୁନାହିଁ। ପ୍ରତିବର୍ଷ ଜୁଲାଇ ୫ ତାରିଖରେ କେନାଲରେ ପାଣି ଛଡାଯାଇଥାଏ। ତେବେ ଚଳିତବର୍ଷ ଅଦ୍ୟାବଧି ପାଣି ଛଡାଯାଇ ନ ଥିବାରୁ ଲଘୁଚାପ ବର୍ଷାକୁ ଅନାଇ ରହିଛୁ। ଡେରାବିଶ ବ୍ଲକ ଛୋଟି ଗ୍ରାମର ବୁଦ୍ଧିଜୀବୀ ବାନାମ୍ବର ସାହୁ କୁହନ୍ତି, କୃଷି ଓ କୃଷକଙ୍କୁ ଉପଯୁକ୍ତ ସମୟରେ ପ୍ରଶାସନ ସହଯୋଗ ଦେବା କଥା। ଜଳସମ୍ପଦ ବିଭାଗ କେନାଲର ପୁନରୁଦ୍ଧାର ଖରାଦିନେ ନ କରି ବର୍ଷାଋତୁରେ ଆରମ୍ଭ କରୁଛନ୍ତି। ଫଳରେ ଠିକ୍‌ ସମୟରେ କାମ ସରିପାରୁ ନାହିଁ ଓ ଚାଷ କ୍ଷତିଗ୍ରସ୍ତ ହେଉଛି। ଜଳସମ୍ପଦ ବିଭାଗ ନିର୍ବାହୀ ଅଧିକାରୀ ପ୍ରବୋଧ କୁମାର ରାଉତ କହିଛନ୍ତି, କେତେକ କେନାଲର ପୁନରୁଦ୍ଧାର ଚାଲିଥିବାରୁ ପାଣି ଛଡା ଯାଇପାରି ନାହିଁ। ଆସନ୍ତା ୧୫ ତାରିଖଠାରୁ କେନାଲ ମାଧ୍ୟମରେ ପାଣି ଛଡାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri