Posted inଜାତୀୟ

ଚକ୍ରବୂ୍ୟହରେ ଚାଇନା

ନୂଆଦିଲ୍ଲୀ,୫ା୭: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ଅତିକ୍ରମ କରି ଲଦାଖର କେତେକ ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଚାଇନା ଭାରତ ସହ ସୀମାବିବାଦ ବଢ଼ାଇଥିବାବେଳେ ସେପଟେ ଅନ୍ୟ ପଡୋଶୀ ଦେଶଗୁଡ଼ିକର ସୀମା ଅତିକ୍ରମ କରିବାକୁ ଉଦ୍ୟମ ଚଳାଇଛି। ଚାଇନାର ଏଭଳି ବିସ୍ତାରବାଦୀ ଚିନ୍ତାଧାରା ଉପରେ ରୋକ୍‌ ଲଗାଇବା ପାଇଁ ଆମେରିକା ସମେତ ବିଭିନ୍ନ ଦେଶ ଏକାଠି ହୋଇଛନ୍ତି। ବିବାଦୀୟ ଦକ୍ଷିଣ ଚାଇନା ସମୁଦ୍ରରେ ସମରାଭ୍ୟାସ ପାଇଁ ଆମେରିକା ନୌସେନା ଏହାର ଦୁଇଟି ଆଣବିକ କ୍ଷମତାସମ୍ପନ୍ନ ଯୁଦ୍ଧବିମାନବାହୀ ନୌବହର ୟୁଏସ୍‌ଏସ୍‌ ନିମିଜ୍‌ ଏବଂ ୟୁଏସ୍‌ଏସ୍‌ ରୋନାଲ୍ଡ ରେଗାନକୁ ସେଠାକୁ ପଠାଇଛି। ଆମେରିକାର ଏହି ସୁପରକ୍ୟାରିୟରଗୁଡ଼ିକ ତାଇଓ୍ବାନ ଏବଂ ଫିଲିପାଇନ୍ସର ଲୁଜୋନ ଦ୍ୱୀପ ମଧ୍ୟରେ ଥିବା ଲୁଜୋନ ଷ୍ଟ୍ରେଟ୍‌ ଅତିକ୍ରମ କରିସାରିଲେଣି। ଏହି ପ୍ରଣାଳୀ ଫିଲିପାଇନ୍‌ ସାଗରକୁ ଦକ୍ଷିଣ ଚାଇନା ସାଗର ସହ ସଂଯୋଗ କରୁଛି।
ବିବାଦୀୟ ଜଳରାଶିରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ନୌବାହିନୀ ସମରାଭ୍ୟାସ ଚଳାଇଥିବାରୁ ପଡୋଶୀ ରାଷ୍ଟ୍ର ଏବଂ ଆମେରିକା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉକ୍ତ ଅଞ୍ଚଳରେ ଚାଇନା ପ୍ରଭାବ ହ୍ରାସ କରିବା ପାଇଁ ଆମେରିକା ଦୁଇଟି ନୌବହର ପଠାଇଥିବା କୁହାଯାଉଛି। ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମୁକ୍ତ ଓ ଅବାଧ ଜାହାଜ ଚଳାଚଳରେ ସହଯୋଗ ଲାଗି ନୌବହର ପଠାଯାଇଥିବା ଆମେରିକା ନୌସେନା ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତା ପ୍ରତି ଆମେରିକା ପ୍ରତିଶ୍ରୁତିବଦ୍ଧ। ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ସ୍ପଷ୍ଟ ସୂଚନା ଦେବା ଯୁଦ୍ଧଜାହାଜ ପଠାଇବାର ଉଦ୍ଦେଶ୍ୟ ବୋଲି ୟୁଏସ୍‌ଏସ୍‌ ରୋନାଲ୍ଡ ରେଗାନ୍‌ର କମାଣ୍ଡର ରିଅର ଆଡମିରାଲ୍‌ ଜର୍ଜ ଏମ୍‌. ଓ୍ବିକୋଫ୍‌ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲକୁ କହିଛନ୍ତି। ଦକ୍ଷିଣ ଚାଇନା ସାଗର ଦେଇ ବର୍ଷକୁ ୩ ଟ୍ରିଲିୟନ ଡଲାର ମୂଲ୍ୟର ବାଣିଜ୍ୟ କାରବାର ହେଉଥିବାବେଳେ ଏହାର ୯୦ ପ୍ରତିଶତ ଅଞ୍ଚଳକୁ ଚାଇନା ନିଜର ବୋଲି ଦାବି କରୁଛି। ଗତ ଦଶନ୍ଧିରେ ବେଜିଂ ସେଠାରେ ଏକ କୃତ୍ରିମ ଦ୍ୱୀପ ସୃଷ୍ଟି କରି ନିଜର ସାମରିକ ଘାଟି ଓ ଏୟାରଫିଲ୍ଡ ସ୍ଥାପନ କରିଛି। ଏହି ସମୁଦ୍ର ଉପରେ ବ୍ରୁନେଇ, ମାଲେସିଆ, ଫିଲିପାଇନ୍ସ, ତାଇଓ୍ବାନ ଓ ଭିଏଟ୍‌ନାମ ମଧ୍ୟ ସେମାନଙ୍କର ଦାବି ଜଣାଉଛନ୍ତି। ଏହାକୁ ନେଇ ନିକଟ ଅତୀତରେ ବେଜିଂ ସହ ପଡୋଶୀ ଦେଶଗୁଡ଼ିକର ୨୧ଟି ବିବାଦ ସୃଷ୍ଟି ହୋଇଛି।
ତେବେ ସମ୍ପ୍ରତି ଭାରତ-ଚାଇନା ସୀମା ବିବାଦ ସବୁଠୁ ଗୁରୁତର ସଙ୍କଟ ସୃଷ୍ଟି କରିଛି। ଲଦାଖର ବିଭିନ୍ନ ସ୍ଥାନରେ ଦୁଇଦେଶର ସୈନ୍ୟ ପରସ୍ପର ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ପୂର୍ବ ଲଦାଖ ଅନ୍ତର୍ଗତ ୧,୫୯୭ କିଲୋମିଟର ଦୀର୍ଘ ଏଲ୍‌ଏସିରେ ଭାରତ ସୈନ୍ୟ ମୁତୟନ କରି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି। ଚାଇନାର ସୀମା ବିବାଦ କେବଳ ଏଲ୍‌ଏସିରେ ସୀମିତ ନାହିଁ, ନିଜ ଭୂଖଣ୍ଡର କାୟା ବିସ୍ତାର ଲାଗି ଚାଇନା ବିବାଦୀୟ ଜଳରାଶିରେ ସମରାଭ୍ୟାସ ଜାରି ରଖିଛି। ଦକ୍ଷିଣପୂର୍ବ ଏସିଆରେ ଅସୁରକ୍ଷା ବଢ଼ୁଥିବା ଗତ ସପ୍ତାହରେ ଆସିଆନ୍‌ର ଏକ କାର୍ଯ୍ୟକ୍ରମରେ ଫିଲିପାଇନ୍ସ ଏବଂ ଭିଏଟନାମ କହିଥିଲେ। କରୋନା ମହାମାରୀ ବେଳେ ବିବାଦୀୟ ଜଳରାଶିରେ ଚାଇନା ନିଜର ଉପସ୍ଥିତି ଜାହିର ଲାଗି ଉଦ୍ୟମ କରୁଥିବାରୁ ସେମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଜୁଲାଇ ୧ରୁ ପାରାସେଲ୍‌ ଆଇଲାଣ୍ଡ ନିକଟରେ ପିଏଲ୍‌ଏ ନୌସେନା ୫ ଦିନିଆ ସମରାଭ୍ୟାସ ଆରମ୍ଭ କରିଛି। ଉକ୍ତ ଅଞ୍ଚଳକୁ ଭିଏଟ୍‌ନାମ ନିଜର ବୋଲି ଦାବି କରୁଥିବାବେଳେ ଏନେଇ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଆନୁଷ୍ଠାନିକ ପ୍ରତିବାଦ ଜଣାଇଛି। ଯଦି ଏହି ସମରାଭ୍ୟାସ ଫିଲିପାଇନ୍ସ ଅଞ୍ଚଳକୁ ବ୍ୟାପେ ତେବେ ପରିଣତି ଭୟାବହ ହେବ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି। ଆମେରିକା ସହ ଫିଲିପାଇନ୍ସର ସାମରିକ ସହଯୋଗ ଚୁକ୍ତି ରହିଛି। ବେଜିଂର ବେଆଇନ କାର୍ଯ୍ୟକୁ ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପେଓ ଦିନକ ପୂର୍ବରୁ ବିରୋଧ କରିବା ସହ ପଡୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତି ସମର୍ଥନ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri